ହଳ Hala

  • ସଂ. ବି (ହଳ୍ ଧାତୁ=କର୍ଷଣ+କରଣ ଅ) — ଭୂମି କର୍ଷଣ ଯନ୍ତ୍ର; ଲଙ୍ଗଲ — A plough
  • ସଂ. ବି (ହଳ୍ ଧାତୁ=କର୍ଷଣ+କରଣ ଅ) — [ଦ୍ର—ହଳର ଭିନ୍ନ ଭିନ୍ନ ଅଙ୍ଗ ପାଇଁ ଲଙ୍ଗଳ ତଳେ ଟୀକା ଦେଖ— ଇଷ ସହିତ ଲଙ୍ଗଳ, ଯୁଆଳି ଓ ବଳଦ ଆଦି ସମ୍ବଳିତ କୃଷିଯନ୍ତ୍ରକୁ ହଳ ବୋଲାଯାଏ। ହଳଦ୍ୱାରା ଭୂମି କର୍ଷଣ କରିବା ପାଇଁ ଥରକେ ଦୁଇଟି ବଳଦ ଦରକାର; କିନ୍ତୁ ଯେଉଁ ଚାଷୀର ଗୋଟିଏ ହଳ ଅଛି, ସର୍ବଦା ନିର୍ଦ୍ଦିଷ୍ଟ ଦୁଇଟି ବଳଦ ଦ୍ୱାରା ହଳ ବୁଲାଗଲେ ସେ ବଳଦଙ୍କୁ ବାଧିଯାଏ। ଏଥିପାଇଁ ଧର୍ମଶାସ୍ତ୍ରମାନଙ୍କରେ ଉପଦେଶ ଅଛି ଯେ, ଯେଉଁ ବ୍ଯକ୍ତିର ଗୋଟିଏ ହଳ ଅଛି, ସେ ହଳେ ବଳଦ ଅପେକ୍ଷା ଅଧିକ ବଳଦ ପାଳିବ ଓ ସମୟାନୁକ୍ରମେ ଭିନ୍ନ ଭିନ୍ନ ଯୁଗ୍ମଦ୍ୱାରା ହଳ ବୁଲାଇବ। ଧାର୍ମିକ ବ୍ଯକ୍ତି ଗୋଟିଏ ହଳ ପାଇଁ ଚାରି ହଳ ( 8 ଟି) ବଳଦ ପାଳିବେ। ଜୀବିତାର୍ଥୀ ବ୍ଯକ୍ତି ତିନି ହଳ ( 6 ଟି) ବଳଦ ପାଳିବେ। ନୃଶଂସ ବ୍ଯକ୍ତି ଦୁଇ ହଳ ( 4 ଟି) ବଳଦ ପାଳିବ ଓ ବ୍ରହ୍ମଘାତୀ ହଳେ ( 2 ଟି) ବଳଦ ପାଳିବ। ଆଜିକାଲି ଦୁଇଟି ବଳଦ ଦ୍ୱାରା ଲୋକେ ହଳ ବୁଲାନ୍ତି; କିନ୍ତୁ ହାରୀତ ଧର୍ମଶାସ୍ତ୍ର ଅନୁସାରେ 8 ଟି ବୃଷ ଲଗାଇ ହଳ କରିବ; ଯେଉଁମାନେ ଜୀବିକାର୍ଜନ ପାଇଁ ହଳ କରନ୍ତି ସେମାନେ 6 ଟି ବୃଷ ଦ୍ୱାରା ହଳ କରିବେ। 4 ଟି ବୃଷ ଦ୍ୱାରା ହଳ କରିବା ବ୍ଯକ୍ତି ନୃଶଂସ ଓ 2 ଟି ବୃଷ ଦ୍ୱାରା ହଳ କରିବା ବ୍ଯକ୍ତି ବ୍ରହ୍ମହା; ଗାଈ ଲଗାଇ ହଳ କରିବା ନିଷିଦ୍ଧ। ଆଠଗୋଟି ବୃଷ ଦ୍ୱାରା ଚାଳିତ ହଳକୁ ଧର୍ମହଳ ବୋଲାଯାଏ। [ଆହ୍ନିକ ତତ୍ୱଧୃତ ହାରୀତ।] ହଳରେ ଲାଗିବା ବୃଷ ଦ୍ୱାରା ଶକଟ ଚାଳନା ନିଷିଦ୍ଧ। ଏହା କଲେ ପ୍ରାଜାପତ୍ୟଦ୍ୱୟ ଆଚରଣ କରିବ ଓ ଗାଈ ଦ୍ୱାରା ହଳ କଲେ ଏହାର ଦ୍ୱିଗୁଣ ପ୍ରାୟଶ୍ଚିତ୍ତ କରିବା ଉଚିତ (ତିଥିତତ୍ତ୍ୱ)— (ବିଶ୍ୱକୋଷ)]। — [ଦ୍ର—ହଳର ଭିନ୍ନ ଭିନ୍ନ ଅଙ୍ଗ ପାଇଁ ଲଙ୍ଗଳ ତଳେ ଟୀକା ଦେଖ— ଇଷ ସହିତ ଲଙ୍ଗଳ, ଯୁଆଳି ଓ ବଳଦ ଆଦି ସମ୍ବଳିତ କୃଷିଯନ୍ତ୍ରକୁ ହଳ ବୋଲାଯାଏ ହଳଦ୍ୱାରା ଭୂମି କର୍ଷଣ କରିବା ପାଇଁ ଥରକେ ଦୁଇଟି ବଳଦ ଦରକାର; କିନ୍ତୁ ଯେଉଁ ଚାଷୀର ଗୋଟିଏ ହଳ ଅଛି, ସର୍ବଦା ନିର୍ଦ୍ଦିଷ୍ଟ ଦୁଇଟି ବଳଦ ଦ୍ୱାରା ହଳ ବୁଲାଗଲେ ସେ ବଳଦଙ୍କୁ ବାଧିଯାଏ ଏଥିପାଇଁ ଧର୍ମଶାସ୍ତ୍ରମାନଙ୍କରେ ଉପଦେଶ ଅଛି ଯେ, ଯେଉଁ ବ୍ଯକ୍ତିର ଗୋଟିଏ ହଳ ଅଛି, ସେ ହଳେ ବଳଦ ଅପେକ୍ଷା ଅଧିକ ବଳଦ ପାଳିବ ଓ ସମୟାନୁକ୍ରମେ ଭିନ୍ନ ଭିନ୍ନ ଯୁଗ୍ମଦ୍ୱାରା ହଳ ବୁଲାଇବ ଧାର୍ମିକ ବ୍ଯକ୍ତି ଗୋଟିଏ ହଳ ପାଇଁ ଚାରି ହଳ (8ଟି) ବଳଦ ପାଳିବେ ଜୀବିତାର୍ଥୀ ବ୍ଯକ୍ତି ତିନି ହଳ (6ଟି) ବଳଦ ପାଳିବେ ନୃଶଂସ ବ୍ଯକ୍ତି ଦୁଇ ହଳ (4ଟି) ବଳଦ ପାଳିବ ଓ ବ୍ରହ୍ମଘାତୀ ହଳେ (2ଟି) ବଳଦ ପାଳିବ ଆଜିକାଲି ଦୁଇଟି ବଳଦ ଦ୍ୱାରା ଲୋକେ ହଳ ବୁଲାନ୍ତି; କିନ୍ତୁ ହାରୀତ ଧର୍ମଶାସ୍ତ୍ର ଅନୁସାରେ8ଟି ବୃଷ ଲଗାଇ ହଳ କରିବ; ଯେଉଁମାନେ ଜୀବିକାର୍ଜନ ପାଇଁ ହଳ କରନ୍ତି ସେମାନେ6ଟି ବୃଷ ଦ୍ୱାରା ହଳ କରିବେ4ଟି ବୃଷ ଦ୍ୱାରା ହଳ କରିବା ବ୍ଯକ୍ତି ନୃଶଂସ ଓ2ଟି ବୃଷ ଦ୍ୱାରା ହଳ କରିବା ବ୍ଯକ୍ତି ବ୍ରହ୍ମହା; ଗାଈ ଲଗାଇ ହଳ କରିବା ନିଷିଦ୍ଧ ଆଠଗୋଟି ବୃଷ ଦ୍ୱାରା ଚାଳିତ ହଳକୁ ଧର୍ମହଳ ବୋଲାଯାଏ [ଆହ୍ନିକ ତତ୍ୱଧୃତ ହାରୀତ] ହଳରେ ଲାଗିବା ବୃଷ ଦ୍ୱାରା ଶକଟ ଚାଳନା ନିଷିଦ୍ଧ ଏହା କଲେ ପ୍ରାଜାପତ୍ୟଦ୍ୱୟ ଆଚରଣ କରିବ ଓ ଗାଈ ଦ୍ୱାରା ହଳ କଲେ ଏହାର ଦ୍ୱିଗୁଣ ପ୍ରାୟଶ୍ଚିତ୍ତ କରିବା ଉଚିତ (ତିଥିତତ୍ତ୍ୱ)— (ବିଶ୍ୱକୋଷ)]
  • ସଂ. ବି (ହଳ୍ ଧାତୁ=କର୍ଷଣ+କରଣ ଅ) — ବଳଦେବଙ୍କ ଦ୍ୱାରା ବାହିତ ଅସ୍ତ୍ର — Plough borne by Baḻadeba
  • ସଂ. ବି (ହଳ୍ ଧାତୁ=କର୍ଷଣ+କରଣ ଅ) — (ବ୍ୟାକରଣ) କକାରାଦି ସମସ୍ତ ବ୍ୟଞ୍ଜନବର୍ଣ୍ଣ — Consonants
  • ଦେ. ବି — (ଶକଟ ହଳ ଆଦି ପାଇଁ) ବଳଦ ଆଦି ପଶୁଙ୍କ ଯୁଗ୍ମ; ଏକ ଯୋଡ଼ା — A pair of animals for a plough or cart
  • ଦେ. ବି — ଦୁଇସଂଖ୍ୟକ — Two in number
  • ଦେ. ବି — ପଶୁ ଦମ୍ପତି — A couple of beasts
  • ଦେ. ବି — ପଶୁ ଦମ୍ପତିଙ୍କ ଯୌନ ମିଳନ — Crossing or sexual intercourse of a couple of beasts
  • ଦେ. ବି — ହଳାହଳ; ବିଷ — Poison
  • ଦେ. ବି — (ଉ—କେବଳ ଖଳ ହଳ ଅନଳ, ସନ୍ତାପକୁ ଏ କ୍ଷମାମଣ୍ଡଳ, ମଣ୍ଡନମାନଙ୍କରେ ଏ ଘେନି, ନୁହନ୍ତି ହିତ ଯେ—ଦୀନକୃଷ୍ଣ, ରସକଲ୍ଲୋଳ)
  • ଦେ. ବିଣ — ଯୁଗ୍ମ — A pair of
  • ଦେ. ବିଣ — ଦୁଇସଂଖ୍ୟକ — Numbering two