ହଲବା Halabā
- ପ୍ରାଦେ. (ବସ୍ତର) ବି. (ସଂ. ହଳବାହ; ତୁଳ ଓଡ଼ିଆ ହଳୁଆ) — ବସ୍ତର ରାଜ୍ୟର ଅଧିବାସୀ କୃଷକ ଜାତି ବିଶେଷ — A class of husbandmen living in the Bastar State
- ପ୍ରାଦେ. (ବସ୍ତର) ବି. (ସଂ. ହଳବାହ; ତୁଳ ଓଡ଼ିଆ ହଳୁଆ) — [ଦ୍ର-ଏମାନଙ୍କ ସଂଖ୍ୟା 1 ଲକ୍ଷ 75 ହଜାର । ତହିଁ ମଧ୍ୟରୁ 1 ଲକ୍ଷ 71 ହଜାର ବସ୍ତର ରାଜ୍ୟର ଅଧିବାସୀ। ଏମାନେ କୃଷକ। ଏମାନଙ୍କ ମାତୃଭାଷା ହଲବୀ ଅଟେ। ଏମାନେ ରାଇଲ ଗୀତ, ଚଇତପରବ ଗୀତ, ମୁଦି ମାଗତା ଗୀତ, ଛେଡ଼ତା, ଲେଜା ଗୀତ, ଏହିପରି ନାନାପ୍ରକାର ଗୀତ ବୋଲନ୍ତି । ବାଳିକାମାନେ ଗୀତ ବୋଲନ୍ତି ଓ ଯୁବକମାନେ ଗୀତରେ ତହିଁର ପ୍ରତ୍ୟୁତ୍ତର ଦିଅନ୍ତି। ଏହି ଗୀତମାନ ବୋଲି ବୋଲି ଗାୟକ ଗାୟିକାମାନେ ଗ୍ରାମ ଗ୍ରାମ ବୁଲନ୍ତି ଓ କିଛି କିଛି ଅର୍ଥ ସଂଗ୍ରହ କରନ୍ତି । ଚୈତ ପରବ ଗୀତର ଭାଷା ଭତଡ଼ି ଅଟେ, କିନ୍ତୁ ହଲବାମାନେ ଏହା ଗାଆନ୍ତି। ରାଇଲ ଗୀତର ଗାୟକ ଗାୟିକାମାନେ 'ରୋସନା' ନାମକ ହଳଦିଆ ଫୁଲକୁ ସଂବୋଧନ କରି ଗୀତ ଗାଆନ୍ତି। ରୋସନା ଫୁଲ ଦିଆ— ଦେଇ ହୋଇ ଯେଉଁ ପ୍ରୀତିବନ୍ଧୁତା ସ୍ଥାପିତ ହୁଏ ତାହା ଚିରସ୍ଥାୟୀ। ଏ ବନ୍ଧୁମାନେ ପରସ୍ପର ନାମ ଧରି ନ ଡାକି 'ରୋସନା' ବୋଲି ଡାକନ୍ତି। ରାଇଲ ଗୀତରେ ଗାୟକ ଗାୟିକାମାନେ ପ୍ରଶ୍ନୋତ୍ତର ଛଳରେ ଗୀତ ବୋଲନ୍ତି। ବିବାହ ଉପଲକ୍ଷରେ ବାଳକ ବାଳିକାଙ୍କ ମଧ୍ୟରେ ଜଣଜଣ ହୋଇ ବା ଦଳବଦ୍ଧ ହୋଇ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ରାଇଲ ଗୀତ ବୋଲାଯାଏ—ମଡର୍ଣ୍ଣ ରିଭିଉ 1938 ଜୁଲାଇ ସଂଖ୍ୟା] — [ଦ୍ର-ଏମାନଙ୍କ ସଂଖ୍ୟା1ଲକ୍ଷ75ହଜାର ତହିଁ ମଧ୍ୟରୁ1ଲକ୍ଷ71ହଜାର ବସ୍ତର ରାଜ୍ୟର ଅଧିବାସୀ ଏମାନେ କୃଷକ ଏମାନଙ୍କ ମାତୃଭାଷା ହଲବୀ ଅଟେ ଏମାନେ ରାଇଲ ଗୀତ, ଚଇତପରବ ଗୀତ, ମୁଦି ମାଗତା ଗୀତ, ଛେଡ଼ତା, ଲେଜା ଗୀତ, ଏହିପରି ନାନାପ୍ରକାର ଗୀତ ବୋଲନ୍ତି ବାଳିକାମାନେ ଗୀତ ବୋଲନ୍ତି ଓ ଯୁବକମାନେ ଗୀତରେ ତହିଁର ପ୍ରତ୍ୟୁତ୍ତର ଦିଅନ୍ତି ଏହି ଗୀତମାନ ବୋଲି ବୋଲି ଗାୟକ ଗାୟିକାମାନେ ଗ୍ରାମ ଗ୍ରାମ ବୁଲନ୍ତି ଓ କିଛି କିଛି ଅର୍ଥ ସଂଗ୍ରହ କରନ୍ତି ଚୈତ ପରବ ଗୀତର ଭାଷା ଭତଡ଼ି ଅଟେ, କିନ୍ତୁ ହଲବାମାନେ ଏହା ଗାଆନ୍ତି ରାଇଲ ଗୀତର ଗାୟକ ଗାୟିକାମାନେ 'ରୋସନା' ନାମକ ହଳଦିଆ ଫୁଲକୁ ସଂବୋଧନ କରି ଗୀତ ଗାଆନ୍ତି ରୋସନା ଫୁଲ ଦିଆ— ଦେଇ ହୋଇ ଯେଉଁ ପ୍ରୀତିବନ୍ଧୁତା ସ୍ଥାପିତ ହୁଏ ତାହା ଚିରସ୍ଥାୟୀ ଏ ବନ୍ଧୁମାନେ ପରସ୍ପର ନାମ ଧରି ନ ଡାକି 'ରୋସନା' ବୋଲି ଡାକନ୍ତି ରାଇଲ ଗୀତରେ ଗାୟକ ଗାୟିକାମାନେ ପ୍ରଶ୍ନୋତ୍ତର ଛଳରେ ଗୀତ ବୋଲନ୍ତି ବିବାହ ଉପଲକ୍ଷରେ ବାଳକ ବାଳିକାଙ୍କ ମଧ୍ୟରେ ଜଣଜଣ ହୋଇ ବା ଦଳବଦ୍ଧ ହୋଇ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ରାଇଲ ଗୀତ ବୋଲାଯାଏ—ମଡର୍ଣ୍ଣ ରିଭିଉ1938ଜୁଲାଇ ସଂଖ୍ୟା]