ହରିଣ Hariṇa

  • ସଂ. ବି. ପୁଂ (ହୃ ଧାତୁ+କର୍ତ୍ତୃ ଇନ) — ମୃଗ, ମିରିଗ; ଏଣି; ଚିତ୍ରମୃଗ — Deer; the spotted deer
  • ସଂ. ବି. ପୁଂ (ହୃ ଧାତୁ+କର୍ତ୍ତୃ ଇନ) — [ଦ୍ର—ଈଷତ୍ ତାମ୍ରବର୍ଣ୍ଣ ଓ ବୃହତ୍କାୟ ହରିଣକୁ ମୃଗ କହନ୍ତି। କାଳିକା ପୁରାଣରେ ହରିଣକୁ 5 ଶ୍ରେଣୀରେ ବିଭକ୍ତ କରାଯାଇଅଛି। ଯଥା—ଋଷ୍ୟ, ଖଡ୍ଗ, ରୁରୁ, ପୃଷତ ଓ ମୃଗ। ଏହାଙ୍କ ଚର୍ମ ମୁନିମାନେ ପିନ୍ଧନ୍ତି ଓ ଆସନୀ କରନ୍ତି। ମୃଗମାନଙ୍କୁ ଦେବତାଙ୍କ ଅଗରେ ବଳି ଦିଆଯାଏ। ଏହାଙ୍କ ମାଂସ ଲୋକେ ଖାଆନ୍ତି। ହରିଣଙ୍କ ଶିଙ୍ଘରେ ଛୁରୀ ପାନିଆ ଆଦି ତିଆରି ହୁଏ। ଭିନ୍ନ ଭିନ୍ନ ଜାତୀୟ ହରିଣଙ୍କର ଭିନ୍ନ ଭିନ୍ନ ନାମ ଅଛି। ଛେଳିଛୁଆ ଆକାରରୁ ଗାଈ ଆକାର ପର୍ଯ୍ୟନ୍ତ ନାନା ପ୍ରକାର ହରିଣ ଅଛନ୍ତି। ଗାଈଙ୍କ ପରି ବଡ଼ ହରିଣଙ୍କୁ ଶମ୍ବର ଓ ଘୋଡ଼ାଙ୍କ ପରି ହରିଣଙ୍କୁ ଘୋଡ଼ଙ୍ଗ କହନ୍ତି।] — [ଦ୍ର—ଈଷତ୍ ତାମ୍ରବର୍ଣ୍ଣ ଓ ବୃହତ୍କାୟ ହରିଣକୁ ମୃଗ କହନ୍ତି କାଳିକା ପୁରାଣରେ ହରିଣକୁ5ଶ୍ରେଣୀରେ ବିଭକ୍ତ କରାଯାଇଅଛି ଯଥା—ଋଷ୍ୟ, ଖଡ୍ଗ, ରୁରୁ, ପୃଷତ ଓ ମୃଗ ଏହାଙ୍କ ଚର୍ମ ମୁନିମାନେ ପିନ୍ଧନ୍ତି ଓ ଆସନୀ କରନ୍ତି ମୃଗମାନଙ୍କୁ ଦେବତାଙ୍କ ଅଗରେ ବଳି ଦିଆଯାଏ ଏହାଙ୍କ ମାଂସ ଲୋକେ ଖାଆନ୍ତି ହରିଣଙ୍କ ଶିଙ୍ଘରେ ଛୁରୀ ପାନିଆ ଆଦି ତିଆରି ହୁଏ ଭିନ୍ନ ଭିନ୍ନ ଜାତୀୟ ହରିଣଙ୍କର ଭିନ୍ନ ଭିନ୍ନ ନାମ ଅଛି ଛେଳିଛୁଆ ଆକାରରୁ ଗାଈ ଆକାର ପର୍ଯ୍ୟନ୍ତ ନାନା ପ୍ରକାର ହରିଣ ଅଛନ୍ତି ଗାଈଙ୍କ ପରି ବଡ଼ ହରିଣଙ୍କୁ ଶମ୍ବର ଓ ଘୋଡ଼ାଙ୍କ ପରି ହରିଣଙ୍କୁ ଘୋଡ଼ଙ୍ଗ କହନ୍ତି]
  • ସଂ. ବି. ପୁଂ (ହୃ ଧାତୁ+କର୍ତ୍ତୃ ଇନ) — ଶିବ; ମହାଦେବ — Ṡiba
  • ସଂ. ବି. ପୁଂ (ହୃ ଧାତୁ+କର୍ତ୍ତୃ ଇନ) — ବିଷ୍ଣୁ — Bishṇu
  • ସଂ. ବି. ପୁଂ (ହୃ ଧାତୁ+କର୍ତ୍ତୃ ଇନ) — ସୂର୍ଯ୍ୟ — The sun
  • ସଂ. ବି. ପୁଂ (ହୃ ଧାତୁ+କର୍ତ୍ତୃ ଇନ) — ହଂସ — Swan
  • ସଂ. ବି. ପୁଂ (ହୃ ଧାତୁ+କର୍ତ୍ତୃ ଇନ) — ଶୁକ୍ଳବର୍ଣ୍ଣ — White colour
  • ସଂ. ବି. ପୁଂ (ହୃ ଧାତୁ+କର୍ତ୍ତୃ ଇନ) — ପାଣ୍ଡୁବର୍ଣ୍ଣ — Grey colour
  • ସଂ. ବି. ପୁଂ (ହୃ ଧାତୁ+କର୍ତ୍ତୃ ଇନ) — (ନାମ—ନାଗ ବିଶେଷ (ହି.ଶ) — Name of a mythological Nāga
  • ସଂ. ବି. ପୁଂ (ହୃ ଧାତୁ+କର୍ତ୍ତୃ ଇନ) — ମୃଗଜାତୀୟ ପୁରୁଷ — A class of males described in Hindu works
  • ସଂ. ବିଣ — ପାଣ୍ଡୁର, କହରା — Grey; tawny
  • ଗ୍ରା. ବି. ପୁଂ — ହରି ନାମକ ବ୍ଯକ୍ତି ଗେଲବସରିଆ ଡାକ ନାମ — Fond nick name of Hari