ହରଣ Haraṇa
- ସଂ. ବି (ହୃ. ଧାତୁ+ଭାବ. ଅନ) — ହୃତି; କୌଣସି ପଦାର୍ଥକୁ ଦ୍ରବ୍ୟସ୍ୱାମୀଙ୍କଠାରୁ ବଳପୂର୍ବକ ଛଡ଼ାଇ ନେବା; ବଳପୂର୍ବକ ଗ୍ରହଣ — Forcible snatching away
- ସଂ. ବି (ହୃ. ଧାତୁ+ଭାବ. ଅନ) — ଲୁଣ୍ଠନ — Plunder
- ସଂ. ବି (ହୃ. ଧାତୁ+ଭାବ. ଅନ) — କୌଣସି ପଦାର୍ଥକୁ ଦ୍ରବ୍ୟସ୍ୱାମୀଙ୍କ ବିନାନୁମତିରେ ନେଇ ଯିବା; ଅପହରଣ; ଚୋରି — Stealing; theft
- ସଂ. ବି (ହୃ. ଧାତୁ+ଭାବ. ଅନ) — ସ୍ତ୍ରୀକୁ ଅଭିଭାବକଙ୍କଠାରୁ ଜବରଦସ୍ତି ବା ତାଙ୍କ ଅଜଣାରେ ନେଇଯିବା — Abduction; kidnapping; elopement
- ସଂ. ବି (ହୃ. ଧାତୁ+ଭାବ. ଅନ) — ଆକର୍ଷଣ — Pulling
- ସଂ. ବି (ହୃ. ଧାତୁ+ଭାବ. ଅନ) — ବଞ୍ଚନା— ପୂର୍ବକ କୌଣସି ପଦାର୍ଥ ନେବା — Taking a thing by cheating
- ସଂ. ବି (ହୃ. ଧାତୁ+ଭାବ. ଅନ) — ଗ୍ରହଣ — Taking
- ସଂ. ବି (ହୃ. ଧାତୁ+ଭାବ. ଅନ) — (ସ୍ୱାଧୀନତା) ଲୋପ କରିବା — Causing the disappearance of (e.g. liberty)
- ସଂ. ବି (ହୃ. ଧାତୁ+ଭାବ. ଅନ) — (ରୋଗାଦି) ବିନାଶ କରିବା — Destroying
- ସଂ. ବି (ହୃ. ଧାତୁ+ଭାବ. ଅନ) — ବହନ; ବୋହିନେବା — Carrying away
- ସଂ. ବି (ହୃ. ଧାତୁ+ଭାବ. ଅନ) — (ଚିତ୍ତକୁ) ମୋହିତ କରିବା — Charming; enchanting
- ସଂ. ବି (ହୃ. ଧାତୁ+ଭାବ. ଅନ) — (ଗଣିତ) ଭାଗ କରଣ; ଭାଜ୍ୟ ଅଙ୍କରୁ ଭାଜକ ଅଙ୍କଦ୍ୱାରା ଭାଗ ଗ୍ରହଣ ପ୍ରକ୍ରିୟା (ଲୀଳାବତୀ) — (Arithmetic) Division