ହଦୀଶ୍ Hadāṡ

  • ବୈଦେ. ବି (ଆ) — । ସୁନ୍ନତ୍; ମୁସଲମାନ୍ ସ୍ମୃତିଶାସ୍ତ୍ର; ହଜରତ ମହମ୍ମଦଙ୍କଠାରୁ ପୁରୁଷ ପରମ୍ପରାକ୍ରମେ ସମାଜରେ ଚଳି ଆସୁଥିବା ଧର୍ମସମ୍ବନ୍ଧୀୟ ଉକ୍ତିମାନ — 1. Hadis; traditions handed down to posterity from generation to generation from the Prophet Mahomed
  • ବୈଦେ. ବି (ଆ) — ହଜ୍ରତ୍ ମହମ୍ମଦଙ୍କ କାର୍ଯ୍ୟ ଓ ଉକ୍ତି ସମ୍ବନ୍ଧେ ପରମ୍ପରାଗତ କାହାଣୀ (ଯାହା କୋରାନ୍ରେ ଲେଖା ହୋଇ ନାହିଁ, ଅଥଚ ମୁସଲମାନ୍ମାନେ ଯାହା ପାଳନ କରିବାକୁ ବାଧ୍ୟ) — The acts or sayings of the Prophet Mahomed which have not been recorded in the Koran but handed down to posterity by words of mouth by any person who saw or heard Him
  • ବୈଦେ. ବି (ଆ) — [ଦ୍ର— ହିନ୍ଦୁମାନେ ବେଦ (ଶ୍ରୁତି)କୁ ମାନିବା ପରି ମୁସଲମାନ୍ମାନେ କୋରାନକୁ ମାନନ୍ତି ଓ ହିନ୍ଦୁମାନେ ମନ୍ୱାଦି ଧର୍ମଶାସ୍ତ୍ର (ସ୍ମୃତି)କୁ ମାନିବା ପରି ମୁସଲମାନ୍ମାନେ 'ହଦୀଶ୍'କୁ ମାନନ୍ତି। ଉହାହରଣ ସ୍ୱରୁପ ଦେଖାଯାଉ ଯେ ମୁସଲମାନ୍ମାନଙ୍କର 'ସୁନ୍ନତ' (ଲିଙ୍ଗାଗ୍ର ଚର୍ମର ଛେଦନ) କରିବା ପାଇଁ ମହମ୍ମଦ କୋରାନରେ ଲେଖି ଯାଇ ନାହାନ୍ତି, କିନ୍ତୁ ହଜରତ୍ ମହମ୍ମଦଙ୍କ ନିଜର ଲିଙ୍ଗାଗ୍ରଚର୍ମ ଜନ୍ନତଃ ବିଦ୍ଯମାନ ନ ଥିବାରୁ ତାଙ୍କର ସେହି ଅବସ୍ଥାକୁ ଦେଖି ତାଙ୍କ ଶିଷ୍ୟମାନେ 'ସୁନ୍ନତ୍' କଲେ। 'ସୁନ୍ନତ୍' ଗୋଟିଏ ହଦୀସ୍।]