ହଂସ Haṁsa
- ସଂ. ବି—(ହନଂ ଧାତୁ=ଗତି କରିବା+କର୍ତ୍ତୃ ସ) — ଜଳଚର ପକ୍ଷି ବିଶେଷ — The Swan
- ସଂ. ବି—(ହନଂ ଧାତୁ=ଗତି କରିବା+କର୍ତ୍ତୃ ସ) — [ଦ୍ର— ଏହା ଜଳରେ ପହଁରିପାରେ; ଏହାର ଗୋଡ଼ର ଆଙ୍ଗୁଳିଗୁଡ଼ିକ ପରସ୍ପର ସଂଯୁକ୍ତ ଥାଏ, ତେଣୁ ଏହାକୁ ଲିପ୍ତପଦ ବୋଲାଯାଏ। ଏହାର ଥଣ୍ଟ ଚେପଟା; ଏହା ପ୍ଳବଗଜାତୀୟ ଜଳଚର ପକ୍ଷୀ; ଏମାନେ ଦଳ ଦଳ ହୋଇ ବଡ଼ ବଡ଼ ସରୋବରରେ ପହଁରନ୍ତି। ହଂସର ଡେଣାରୁ ଯେଉଁ ପକ୍ଷ ଝଡ଼ିପଡ଼େ ତହିଁର ମୂଳଦେଶ ଧଳା ଓ ସ୍ୱଚ୍ଛ ନଖପରି ପଦାର୍ଥବିଶିଷ୍ଟ ଥିବାରୁ ଲୋକେ ତାକୁ କାଟି କଲମ — (Swan quil)ରୂପେ ବ୍ଯବହାର କରନ୍ତି ବୈଦ୍ୟଶାସ୍ତ୍ର ଅନୁସାରେ ଏହାର ମାଂସ ଗୁରୁପାକ, ଉଷ୍ଣବୀର୍ଯ୍ଯ, ବାତହାର, ବୃଷ୍ୟ, ଶୁକ୍ରବର୍ଦ୍ଧକ, ବଳପ୍ରଦ, ବାତଘ୍ନ, କଫଜନକ, ସ୍ୱର ପରିଷ୍କାରକ ଓ ତିମିର (ଅନ୍ଧାରକଣା) ରୋଗର ଉପକାରକ
- ସଂ. ବି—(ହନଂ ଧାତୁ=ଗତି କରିବା+କର୍ତ୍ତୃ ସ) — ପୁରାଣାଦିରେ ହଂସ ବ୍ରହ୍ମା ଓ ସରସ୍ୱତୀଙ୍କ ବାହନରୂପେ ବର୍ଣ୍ଣିତ ହୋଇଅଛି।
- ସଂ. ବି—(ହନଂ ଧାତୁ=ଗତି କରିବା+କର୍ତ୍ତୃ ସ) — ଭାରତରେ ପ୍ରାଚୀନ ସାହିତ୍ୟରେ ହଂସ ସମ୍ବନ୍ଧରେ ପ୍ରବାଦ ଅଛି ଯେ, ହଂସ ଆଗରେ ପାଣିମିଶା ଦୁଧ ରଖିଦେଲେ ସେ ଦୁଧତକ ଖାଇଦିଏ ଓ ପାଁଣିତକ ଦୁଧରୁ ଅଲଗା କରି ପାତ୍ରରେ ଛାଡ଼ିଯାଏ ("ହଂସୋହି କ୍ଷୀରମାଦତ୍ତେ, ତନ୍ନିଶ୍ରଂ ବର୍ଜୟ ତ୍ୟପଃ)। ପ୍ରକୃତ ବିଷୟ ଏହି ଯେ, ହଂସର ଥଣ୍ଟରୁ ଅମ୍ଳ ରସ କ୍ଷରିତ ହୁଏ, ସେହି ଅମ୍ଳ ରସ ଦୁଧରେ ମିଶିଲେ ତାହା ଛେନାରେ ପରିଣତ ହୋଇଯାଏ, ଏବଂ ସେହି ଛେନାତକ ହଂସ ଖାଇଯାଏ ଦୁଧର ଅବଶିଷ୍ଟ ଜଳୀୟ ଅଂଶ ପାତ୍ରରେ ପଡ଼ିରହେ।
- ସଂ. ବି—(ହନଂ ଧାତୁ=ଗତି କରିବା+କର୍ତ୍ତୃ ସ) — ହଂସମାନଙ୍କୁ ଲୋକେ ଡିମ୍ବ ପାଇଁ ପାଳନ୍ତି। ଡିମ୍ବକୁ କେତେକ ବ୍ଯକ୍ତି ଖାଆନ୍ତି। ଅପାଳିତ ହଂସମାନେ ଗ୍ରୀଷ୍ମ— କାଳରେ ଗ୍ରୀଷ୍ମପ୍ରଧାନ ଦେଶରେ ନ ରହି ଉତ୍ତରଆଡ଼କୁ ଉଡ଼ିଯାଆନ୍ତି ଓ କଥିତ ଅଛି ଯେ, ହଂସ ଓ ହଂସଜାତୀୟ ଜଳଚର ପକ୍ଷୀମାନେ ଗ୍ରୀଷ୍ମାରମ୍ଭରେ ହିମାଳୟ ପର୍ବତର କାନ୍ଥିରେ ଥିବା ଗୋଟିଏ ରନ୍ଧ୍ରବାଟେ ଉତ୍ତର ଦିଗ୍ବର୍ତ୍ତୀ ମାନସ—ସରୋବରକୁ ଉଡ଼ିଯାଆନ୍ତି ଓ ବର୍ଷାଋତୁ ପରେ ପୁଣି ଏ ଦେଶକୁ ଆସନ୍ତି।
- ସଂ. ବି—(ହନଂ ଧାତୁ=ଗତି କରିବା+କର୍ତ୍ତୃ ସ) — ହଂସମାନଙ୍କ ମନ୍ଥର ଗତିକୁ ନିତମ୍ବିନୀ ଗୁରୁଜଘନା ଯୁବତୀମାନଙ୍କ ଗତି ସଙ୍ଗେ କବିମାନେ ତୁଳନା କରନ୍ତି, ଏବଂ ଚାଲିଲାବେଳେ ସ୍ତ୍ରୀମାନଙ୍କ ପାଦର ନୂପୁର ଆଦିର କ୍ୱଣନକୁ କବିମାନେ କଳହଂସ ରୁତ ସଙ୍ଗେ ତୁଳନା କରନ୍ତି।
- ସଂ. ବି—(ହନଂ ଧାତୁ=ଗତି କରିବା+କର୍ତ୍ତୃ ସ) — ବଡ଼ ହଂସକୁ ରାଜହଂସ ବୋଲାଯାଏ। ବତକ ବା ପାତି— ହଂସଙ୍କ ବେକ ଅପେକ୍ଷା ହଂସମାନଙ୍କ ବେକ ଲମ୍ବା। ପୃଥିବୀର ପ୍ରାୟ ସବୁ ଅଂଶରେ ହଂସ ଦେଖାଯାଆନ୍ତି। ଏମାନେ ପାଣିରେ ଥିବା କ୍ଷୁଦ୍ରଜଳଜନ୍ତୁ ଓ ଉଦ୍ଭିଦ ଖାଇ ବଞ୍ଚନ୍ତି। ହଂସର ବର୍ଣ୍ଣ ଶ୍ୱେତ ଥିବା ପ୍ରସିଦ୍ଧ ଥିଲେ ମଧ୍ୟ ଅଷ୍ଟ୍ରେଲିଆରେ କଳାହଂସ, ଆମେରିକାରେ ପାଉଁସିଆ ଓ ଚିତ୍ରବର୍ଣ୍ଣ ହଂସ ଦେଖାଯାଆନ୍ତି।]
- ସଂ. ବି—(ହନଂ ଧାତୁ=ଗତି କରିବା+କର୍ତ୍ତୃ ସ) — ବିଷ୍ଣୁ (ମେଦିନୀ) — Bishṇu
- ସଂ. ବି—(ହନଂ ଧାତୁ=ଗତି କରିବା+କର୍ତ୍ତୃ ସ) — ଜୀବାତ୍ମା — Soul of animals, as distinguished from the Supreme Soul
- ସଂ. ବି—(ହନଂ ଧାତୁ=ଗତି କରିବା+କର୍ତ୍ତୃ ସ) — ପରଂବ୍ରହ୍ମ; ପରମାତ୍ମା (ମେଦିନୀ) — The Divine Soul pervading the universe
- ସଂ. ବି—(ହନଂ ଧାତୁ=ଗତି କରିବା+କର୍ତ୍ତୃ ସ) — ସୂର୍ଯ୍ୟ (ମେଦିନୀ) — The sun
- ସଂ. ବି—(ହନଂ ଧାତୁ=ଗତି କରିବା+କର୍ତ୍ତୃ ସ) — [ଉ—( 2, 3, 5 ) ବୋଲେ କେ କର୍ମ ଉଦୟହିଁ ଖ୍ୟାତ, ବିଧିରେ ହଂସ ତୋଷଦା ସ୍ୱତ— ଭଞ୍ଜ, ବୈଦେହୀଶ ବିଳାସ] — [ଉ—(2, 3, 5) ବୋଲେ କେ କର୍ମ ଉଦୟହିଁ ଖ୍ୟାତ, ବିଧିରେ ହଂସ ତୋଷଦା ସ୍ୱତ— ଭଞ୍ଜ, ବୈଦେହୀଶ ବିଳାସ]