ସଡ଼ପ Saṟḍ̠apa
- ଦେ. ବି — (ସଂ. ସରକ) ସଡ଼କ — Road
- ଦେ. ବି — (ସଂ. ଛଟାଫଳ=ତାଳଗଛ) ସାଗୁ ବା ଗୁଆଗଛ ଜାତୀୟ ଏକପ୍ରକାର ଗଛ — A sort of palm tree; Uaryota Curens
- ଦେ. ବି — [ଦ୍ର—ଏହା ଗୁଆ ଗଛ ଶ୍ରେଣୀର; କିନ୍ତୁ ଏଥିର କାଣ୍ଡ ନଡ଼ିଆ ଗଛ ପରି ମୋଟା। ଏଥିର ଦୀର୍ଘ ମଞ୍ଜରୀରେ ଖଜୁରି କୋଳି ପରି ନିଦା କୋଳିମାନ ଲମ୍ବ ଲମ୍ବ ପେଣ୍ଡା ପେଣ୍ଡା ହୋଇ ଫଳେ ଓ ଏହି ଗଛର ଦେହରୁ ବର୍ଷକୁ ବର୍ଷ ଗୁଆ ଖୋଳପା ଭଳି ଶୁଖିଲା ବାହୁଙ୍ଗା ଝଡ଼େ। ଏଥିର ଫଳ ଓ ମଞ୍ଜି ଏକ। ଫଳ ଶୁଖିଗଲେ କଳା ଦେଖାଯାଏ। ଏବଂ ତାହକୁ ଗୁଆକାତିରେ କାଟିଲେ ତହିଁର ବର୍ଣ୍ଣ ଓ ସ୍ୱାଦ ଅବିକଳ ଗୁଆ ପରି ଲାଗେ। ପରୀକ୍ଷା କରି ଦେଖା ଯାଇଅଛି ଯେ, ଉକ୍ତ ଗୁଆକୁ କାଟି ପାନ ସଙ୍ଗେ ସାଧାରଣ ଗୁଆ ପରି ଖିଆ ଯାଇ ପାରେ। ଏହା ଏ ଦେଶର ଗଛ ନୁହେ; କିନ୍ତୁ ଶୋଭା ସମ୍ପାଦନ ପାଇଁ ସଉକୀ ଓ ବଡ଼— ଲୋକମାନେ ଏ ଗଛକୁ ଆଣି ବଗିଚାରେ ଓ ବାଟର ଦୁଇ ପାଖରେ ଲଗାନ୍ତି। ଏ ଗଛଗୁଡ଼ିକ ବଡ଼ ହୋଇଗଲେ ମନୋରମ ଦେଖାଯାଏ। ଏହା ଅବିକଳ ସାଗୁ ଗଛ ପରି ଓ ସାଗୁ ଗଛର ଅନ୍ତିରୁ ଯେଉଁ ପରି ସାଗୁଦାନା ପ୍ରସ୍ତୁତ କରାଯାଏ, ଏହାର ଅନ୍ତିରୁ ମଧ୍ୟ ସେହିପରି ଏକପ୍ରକାର ଦାନା ପ୍ରସ୍ତୁତ କରାଯାଏ।
- ଦେ. ବି — ଆସାମର ଏହିପ୍ରକାର ଗଛକୁ 'ସରଳ' ବୋଲି କହନ୍ତି। ଓଡ଼ିଶା ଗଡ଼ଜାତର ଜଙ୍ଗଲରେ ଅନେକ ସଡ଼ପ ଗଛ ଦେଖାଯାଏ। ଗରିବ ଲୋକେ ଏହାର ମଞ୍ଜରୁ ପାଳୁଅ (ଅଟା) ବାହାର କରି ପିଠା ଓ ଖିରି କରି ଖାଆନ୍ତି। କିନ୍ତୁ ଏହା ସାଗୁ ପରି ଲଘୁପାକ ନ ହୋଇ ଗୁରୁପାକ ଅଟେ।]