ସ୍ୱର Swara
- ସଂ. ବି — (ସ୍ୱର୍ ଧାତୁ=ଶବ୍ଦକରିବା+ଭାବ ଅ)—(ବେଦ) ଉଦାତ୍ତ; ଅନୁଦାତ୍ତ ଓ ସ୍ୱରିତ୍, ଏହି ତିନିପ୍ରକାରର କଣ୍ଠଧ୍ୱନି (ଅମର) — Accent; a vocal sound (which is loud, low or intermediate)
- ସଂ. ବି — (ସଙ୍ଗୀତ) ତନ୍ତ୍ରିକଣ୍ଠୋଥିତ ସପ୍ତ ଧ୍ୱନି (ଅମର); ଷଡ୍ଜ, ଋଷଭ, ଗାନ୍ଧାର, ମଧ୍ୟମ, ପଞ୍ଚମ, ଧୈବତ, ନିଷାଦ, ଏହି ସପ୍ତବିଧ ଗାନାଙ୍ଗ ଧ୍ୱନି — A tune or tone in music (which is seven in number or scale); a musical note
- ସଂ. ବି — [ଦ୍ର—ଏହି ସପ୍ତ ସ୍ୱରରୁ 22 ଗୋଟି ଶ୍ରୁତି ଉତ୍ପନ୍ନ ହୁଏ, ଏବଂ ଭାରତୀୟ ସଙ୍ଗୀତଶାସ୍ତ୍ରରେ ଏହି 22 ଟି ଶ୍ରୁତିର ନାମ, କମ୍ପନ ଓ କମ୍ପନର ସମ୍ପର୍କ ନିମ୍ନରେ ଦିଆଗଲା। ଏହା ଭାରତୀୟ ସଙ୍ଗୀତ ଶାସ୍ତ୍ରର ବିଶେଷତ୍ୱ — [ଦ୍ର—ଏହି ସପ୍ତ ସ୍ୱରରୁ22ଗୋଟି ଶ୍ରୁତି ଉତ୍ପନ୍ନ ହୁଏ, ଏବଂ ଭାରତୀୟ ସଙ୍ଗୀତଶାସ୍ତ୍ରରେ ଏହି22ଟି ଶ୍ରୁତିର ନାମ, କମ୍ପନ ଓ କମ୍ପନର ସମ୍ପର୍କ ନିମ୍ନରେ ଦିଆଗଲା ଏହା ଭାରତୀୟ ସଙ୍ଗୀତ ଶାସ୍ତ୍ରର ବିଶେଷତ୍ୱ(Indian chromatic scale)ଭାରତୀୟ ହିନ୍ଦୁ ସଙ୍ଗୀତ- ଶାସ୍ତ୍ର ଅନୁଯାୟୀ ରାଗ ଗାନ କରିବାକୁ ହେଲେ ଏହି ଶ୍ରୁତିମାନଙ୍କର ସାହାଯ୍ୟ ବିନା ରାଗ ବିଶୁଦ୍ଧ ଓ ଭାବାପନ୍ନ ହୁଏ ନାହିଁ
- ସଂ. ବି — (ଲେଖକ—ଶ୍ରୀମନମୋହନ ଘୋଷ)
- ସଂ. ବି — ପ୍ରାଣୀଙ୍କ କଣ୍ଠରୁ ଅଥବା କୌଣସି ପଦାର୍ଥରେ ଆଘାତ ହେବାରୁ ଉତ୍ପନ୍ନ ଶବ୍ଦଲହରୀକୁ ସ୍ୱର ବୋଲାଯାଏ। ସ୍ୱର- ମାନଙ୍କ ସଂଖ୍ୟା କରାଯାଇ ପାରେ ନାହିଁ। କିନ୍ତୁ ସୁବିଧା ସକାଶେ ପଣ୍ଡିତମାନେ 7 ଟି ସ୍ୱର (ସା ରି ଗ ମ ପ ଧ ନୀ) ନିୟତ କରିଅଛନ୍ତି। ବୈଜ୍ଞାନିକମାନେ ପରୀକ୍ଷା କରି ଦେଖିଅଛନ୍ତି ଯେ, କୌଣସି ବସ୍ତୁରେ 256 ଥର କମ୍ପ ଜାତ ହେଲାପରେ ଷଡ୍ଜ, 298 2/3 କମ୍ପନରେ ଋଷଭ, 320 ରେ ଗାନ୍ଧାର ଓ ଏହିପରି କମ୍ପନ ବଢ଼ି ବଢ଼ି 480 ବାର କମ୍ପ ହେଲେ ନିଷାଦ ସ୍ୱର ଉତ୍ପନ୍ନ ହୁଏ। କମ୍ପନର ସଂଖ୍ୟା ଯେତେ ଅଧିକ ହୁଏ ସ୍ୱର ସେତିକି ଉଚ୍ଚତାକୁ ଚଢ଼େ। ଏହି କ୍ରମୋଚ୍ଚ ସୋପାନରେ ଆରୋହଣକାରୀ ସପ୍ତସ୍ୱରକୁ 'ସପ୍ତକ' ବୋଲାଯାଏ। ଏକ ସପ୍ତକର ଉପରକୁ ଆଉ ଗୋଟିଏ ସପ୍ତକ ଅଛି। ଏଥିରେ ସ୍ୱରମାନଙ୍କ କମ୍ପନ ସଂଖ୍ୟା ଉପର୍ଯ୍ୟୁକ୍ତ ସଂଖ୍ୟାର ଦ୍ୱିଗୁଣ। ଏହିପରି ତୃତୀୟ ଓ ଚତୁର୍ଥ ସପ୍ତକ ମଧ୍ୟ ଅଛି—ହି. ଶ.] — ପ୍ରାଣୀଙ୍କ କଣ୍ଠରୁ ଅଥବା କୌଣସି ପଦାର୍ଥରେ ଆଘାତ ହେବାରୁ ଉତ୍ପନ୍ନ ଶବ୍ଦଲହରୀକୁ ସ୍ୱର ବୋଲାଯାଏ ସ୍ୱର- ମାନଙ୍କ ସଂଖ୍ୟା କରାଯାଇ ପାରେ ନାହିଁ କିନ୍ତୁ ସୁବିଧା ସକାଶେ ପଣ୍ଡିତମାନେ7ଟି ସ୍ୱର (ସା ରି ଗ ମ ପ ଧ ନୀ) ନିୟତ କରିଅଛନ୍ତି ବୈଜ୍ଞାନିକମାନେ ପରୀକ୍ଷା କରି ଦେଖିଅଛନ୍ତି ଯେ, କୌଣସି ବସ୍ତୁରେ256ଥର କମ୍ପ ଜାତ ହେଲାପରେ ଷଡ୍ଜ,298 2/3କମ୍ପନରେ ଋଷଭ,320ରେ ଗାନ୍ଧାର ଓ ଏହିପରି କମ୍ପନ ବଢ଼ି ବଢ଼ି480ବାର କମ୍ପ ହେଲେ ନିଷାଦ ସ୍ୱର ଉତ୍ପନ୍ନ ହୁଏ କମ୍ପନର ସଂଖ୍ୟା ଯେତେ ଅଧିକ ହୁଏ ସ୍ୱର ସେତିକି ଉଚ୍ଚତାକୁ ଚଢ଼େ ଏହି କ୍ରମୋଚ୍ଚ ସୋପାନରେ ଆରୋହଣକାରୀ ସପ୍ତସ୍ୱରକୁ 'ସପ୍ତକ' ବୋଲାଯାଏ ଏକ ସପ୍ତକର ଉପରକୁ ଆଉ ଗୋଟିଏ ସପ୍ତକ ଅଛି ଏଥିରେ ସ୍ୱରମାନଙ୍କ କମ୍ପନ ସଂଖ୍ୟା ଉପର୍ଯ୍ୟୁକ୍ତ ସଂଖ୍ୟାର ଦ୍ୱିଗୁଣ ଏହିପରି ତୃତୀୟ ଓ ଚତୁର୍ଥ ସପ୍ତକ ମଧ୍ୟ ଅଛି—ହି. ଶ.]
- ସଂ. ବି — 3 (ବ୍ୟାକରଣ)—ବ୍ୟଞ୍ଜନ ବର୍ଣ୍ଣର ବିନା ସାହାଯ୍ୟରେ ଉଚ୍ଚାରିତ ହେବା 14 ଗୋଟି ବର୍ଣ୍ଣ (ଅ, ଆ, ଇ, ଈ, ଉ, ଉ, ଋ, ଋ, ଌ, ୡ, ଏ, ଐ, ଓ, ଔ) (ମେଦିନୀ) — 3(ବ୍ୟାକରଣ)—ବ୍ୟଞ୍ଜନ ବର୍ଣ୍ଣର ବିନା ସାହାଯ୍ୟରେ ଉଚ୍ଚାରିତ ହେବା14ଗୋଟି ବର୍ଣ୍ଣ (ଅ, ଆ, ଇ, ଈ, ଉ, ଉ, ଋ, ଋ, ଌ, ୡ, ଏ, ଐ, ଓ, ଔ) (ମେଦିନୀ)— 3. Vowel
- ସଂ. ବି — [ଦ୍ର—କେହି କେହି ଅନୁସାର ଓ ବିସର୍ଗକୁ ସ୍ୱର କହନ୍ତି। ସ୍ୱରବର୍ଣ୍ଣମାନେ ହ୍ରସ୍ୱ ଓ ଦୀର୍ଘ, ଏହି ଦୁଇ ଶ୍ରେଣୀରେ ବିଭକ୍ତ। ହ୍ରସ୍ୱସ୍ୱର—ଅ, ଇ, ଉ, ଋ, ଌ; ଦୀର୍ଘସ୍ୱର—ଆ, ଈ, ଊ, ଋ, ୡ, ଏ, ଐ, ଓ, ଔ। ଏହା ଛଡ଼ା ବୈଦିକ ଉଚ୍ଚାରଣରେ ସ୍ୱରମାନଙ୍କର 'ପ୍ନୁତ' ଉଚ୍ଚାରଣ ନିର୍ଦ୍ଦିଷ୍ଟ ଅଛି।]
- ସଂ. ବି — 4 (ତନ୍ତ୍ର)—ପ୍ରାଣାଦି ବାୟୁର ବ୍ୟାପାର ବିଶେଷ — 4(ତନ୍ତ୍ର)—ପ୍ରାଣାଦି ବାୟୁର ବ୍ୟାପାର ବିଶେଷ— 4. (Tantra) One of the actions of five vital airs
- ସଂ. ବି — [ଉ—କାହାକୁ ଯେ ସ୍ୱର କହି ଶୁଣ ଶାକମ୍ବରୀ—ପ୍ରାଚୀ, ଶିବସ୍ୱରୋଦୟ।
- ସଂ. ବି — 5 (ତନ୍ତ୍ର)—ନାସା ବାୟୁ (ମେଦିନୀ); ନାକ ପୁଡ଼ାବାଟେ ଯିବା ଆସିବା ଶ୍ୱାସ ବାୟୁ — 5(ତନ୍ତ୍ର)—ନାସା ବାୟୁ (ମେଦିନୀ); ନାକ ପୁଡ଼ାବାଟେ ଯିବା ଆସିବା ଶ୍ୱାସ ବାୟୁ—5. Breath passing through the nostrils
- ସଂ. ବି — [ଦ୍ର—ଏହି ନାସାବାୟୁର ନିଶ୍ୱାସ ପ୍ରଶ୍ୱାସ ଦ୍ୱାରା ଜୀବ ସର୍ବଦା ଅଜପା ଜପ ମନ୍ତ୍ର (ସୋଽହଂ ଓ ହଂସଃ) ଜପୁଛି ଓ ଦିନରାତି 21600 ଥର ଜପୁଛି—ମହାଭାରତ ଅଶ୍ୱମେଧ ପର୍ବ। — [ଦ୍ର—ଏହି ନାସାବାୟୁର ନିଶ୍ୱାସ ପ୍ରଶ୍ୱାସ ଦ୍ୱାରା ଜୀବ ସର୍ବଦା ଅଜପା ଜପ ମନ୍ତ୍ର (ସୋଽହଂ ଓ ହଂସଃ) ଜପୁଛି ଓ ଦିନରାତି21600ଥର ଜପୁଛି—ମହାଭାରତ ଅଶ୍ୱମେଧ ପର୍ବ
- ସଂ. ବି — 6 (ଜ୍ୟୋତିଷ) ଶୁଭାଶୁଭ ନିର୍ଣ୍ଣୟାର୍ଥ ପାତିତ ଚକ୍ରରେ ସ୍ଥାପିତ କରାଯିବା ନିର୍ଦ୍ଦିଷ୍ଟ ସ୍ୱରବର୍ଣ୍ଣ ସ୍ଥଳରେ କଳ୍ପନା କରାଯାଇଥିବା ରାଶି, ଗ୍ରହ ଓ ନକ୍ଷତ୍ରଗ୍ରଣ — 6(ଜ୍ୟୋତିଷ) ଶୁଭାଶୁଭ ନିର୍ଣ୍ଣୟାର୍ଥ ପାତିତ ଚକ୍ରରେ ସ୍ଥାପିତ କରାଯିବା ନିର୍ଦ୍ଦିଷ୍ଟ ସ୍ୱରବର୍ଣ୍ଣ ସ୍ଥଳରେ କଳ୍ପନା କରାଯାଇଥିବା ରାଶି, ଗ୍ରହ ଓ ନକ୍ଷତ୍ରଗ୍ରଣ—6. (astrology) Planets and astrological signs representing different vowels and used in making astrological calculations