ସ୍ୱତ୍ୱ Swatwa

  • ସଂ. ବି (ସ୍ୱ+ଭାବ. ତ୍ୱ) — ସ୍ୱାତନ୍ତ୍ର୍ୟ — Individuality
  • ସଂ. ବି (ସ୍ୱ+ଭାବ. ତ୍ୱ) — ଶାସ୍ତ୍ର ସଂଗତ ଯଥେଷ୍ଟ ବିନିଯୋଗାର୍ହତ୍ୱ — Proprietory right according to the law books
  • ସଂ. ବି (ସ୍ୱ+ଭାବ. ତ୍ୱ) — ସ୍ୱାମିତ୍ୱ; କୌଣସି ସମ୍ପତ୍ତିରେ ପ୍ରଭୁତ୍ୱ — Proprietory right; mastery; ownership; title to a property
  • ସଂ. ବି (ସ୍ୱ+ଭାବ. ତ୍ୱ) — ସଂପତ୍ତିରେ ଅଧିକାର; ସମ୍ପତ୍ତିକୁ ପାଇବା, ପାଖରେ ରଖିବା ଓ ଯଥେଚ୍ଛା ବ୍ଯବହାର କରିବାର ଅଧିକାର — Unrestricted right over property
  • ଦେ. ବି — ସଂପତ୍ତିକୁ ଦଖଲ କରିବାର ଅଧିକାର — Right to enjoy a property (on certain conditions.)
  • ଦେ. ବି — [ଦ୍ର—( 1 ) ଉତ୍ତରାଧିକାରିତ୍ୱ, କ୍ରୟ, ଦାନ, ବହୁକାଳ ଭୋଗ ଦ୍ୱାରା ଓ ଯୁଦ୍ଧରେ ରାଜ୍ୟାଦି ଜୟ କରିବା ଦ୍ୱାରା ସଂପତ୍ତିରେ କୌଣସି ବ୍ଯକ୍ତିର ସ୍ୱତ୍ୱ ଜନ୍ମେ।] — [ଦ୍ର—(1) ଉତ୍ତରାଧିକାରିତ୍ୱ, କ୍ରୟ, ଦାନ, ବହୁକାଳ ଭୋଗ ଦ୍ୱାରା ଓ ଯୁଦ୍ଧରେ ରାଜ୍ୟାଦି ଜୟ କରିବା ଦ୍ୱାରା ସଂପତ୍ତିରେ କୌଣସି ବ୍ଯକ୍ତିର ସ୍ୱତ୍ୱ ଜନ୍ମେ]
  • ଦେ. ବି — [ଦ୍ର—( 2 )—ଆଇନ୍ଗତ ନିୟମାନୁସାରେ 'ସ୍ୱତ୍ୱ' ଅନେକ ପ୍ରକାରର ହୁଏ। ସେଥିରୁ କେତେଗୁଡ଼ିକର ପରିଚୟ ତଳେ ଦିଆ ଯାଉଅଛି। — [ଦ୍ର—(2)—ଆଇନ୍ଗତ ନିୟମାନୁସାରେ 'ସ୍ୱତ୍ୱ' ଅନେକ ପ୍ରକାରର ହୁଏ ସେଥିରୁ କେତେଗୁଡ଼ିକର ପରିଚୟ ତଳେ ଦିଆ ଯାଉଅଛି
  • ଦେ. ବି — ଉପସ୍ୱତ୍ୱ—(କ) ସ୍ୱତ୍ୱର ବା ସ୍ୱାମିତ୍ୱର ଅଧସ୍ତନ ଅଧିକାର (ଖ) ଏକ ବ୍ଯକ୍ତିର ସ୍ୱତ୍ୱ ଉପରେ ଅନ୍ଯ ବ୍ଯକ୍ତିର ଜନ୍ମିବା ଅଧିକାର।
  • ଦେ. ବି — କ୍ରି(କ୍ରେ)ୟ ସ୍ୱତ୍ୱ—କିଣିବା ଯୋଗୁଁ ସମ୍ପତ୍ତିରେ କ୍ରେତାଙ୍କର ପ୍ରବର୍ତ୍ତିବା ଅଧିକାର।
  • ଦେ. ବି — ଚିରସ୍ଥାୟୀ ସ୍ୱତ୍ୱ ବା ସ୍ଥାୟୀ ସ୍ୱତ୍ୱ—ଯାବଚ୍ଚନ୍ଦ୍ରାର୍କ କୌଣସି ସମ୍ପତ୍ତିରେ କୌଣସି ବ୍ଯକ୍ତିଙ୍କର ପୁରୁଷାନୁକ୍ରମେ ଜନ୍ମିବା ସ୍ୱତ୍ୱ।
  • ଦେ. ବି — ଜମିଦାରୀ ସ୍ୱତ୍ୱ—ଜମିଦାରୀ ରୂପ ଭୂସମ୍ପତ୍ତି। (ଏହିପରି ଲାଖରାଜି ସ୍ୱତ୍ୱ, ଦେବୋତ୍ତର ସ୍ୱତ୍ୱ, ବ୍ରହ୍ମୋତ୍ତର ସ୍ୱତ୍ୱ, ବାହେଲି ସ୍ୱତ୍ୱ, ଟଙ୍କି ସ୍ୱତ୍ୱ, ବ୍ୟାଜ୍ୟାପ୍ତି ସ୍ୱତ୍ୱ ଆଦି ଶବ୍ଦ ମଧ୍ୟ ହୁଏ।)
  • ଦେ. ବି — ଜୀବନ ସ୍ୱତ୍ୱ—କୌଣସି ସମ୍ପତ୍ତିକୁ ଦଖଲ କରୁଥିବା ବ୍ଯକ୍ତିଙ୍କର ବଞ୍ଚିଥିବା ପର୍ଯ୍ୟନ୍ତ ଉକ୍ତ ସମ୍ପତ୍ତିରେ ତାଙ୍କର ପ୍ରବର୍ତ୍ତିବା ଅଧିକାର।