ସ୍ରୁବ Sruba
- ସଂ. ବି [ସ୍ରୁ ଧାତୁ+କରଣ ଅ] — କାଷ୍ଠନିର୍ମିତ ଯଜ୍ଞପାତ୍ରବିଶେଷ — A wooden spoon used in pouring ghee unto the sacrificial fire
- ସଂ. ବି [ସ୍ରୁ ଧାତୁ+କରଣ ଅ] — (ଦ୍ର—ଏହା ଏକହସ୍ତପରିମିତ ଓ ପଲାଶ ବା ଖଦିର କାଠରେ ନିର୍ମିତ ହୁଏ। ଏହାର ଦେହଟି ସରୁ ହୋଇ ବଳା ହୋଇଥାଏ। ଏଥି ମୁଣ୍ଡରେ ଗୋଟିଏ ଚମସାକାର ଗୋଲକ ଥାଏ ଓ ସେ ଗୋଲକର ଅନ୍ତର୍ଭାଗ ଖୋଲା ହୋଇ ଫମ୍ପା ହୋଇଥାଏ। ଏଥିରେ ଘିଅ ପୂର୍ଣ୍ଣ କରି ଅଗ୍ନିରେ ଢଳାଯାଏ।)
- ଗ୍ରା. ବି—(ଲକ୍ଷଣାର୍ଥ; ଅଶ୍ଳୀଳ) — ଲିଙ୍ଗ; ମେଢ୍ର — Penis