ସ୍ନେହ Sneha
- ସଂ. ବି (ସ୍ନହ୍ ଧାତୁ+ ଭାବ. ଅ) — ପ୍ରେମ (ଅମର) — Love
- ସଂ. ବି (ସ୍ନହ୍ ଧାତୁ+ ଭାବ. ଅ) — ବାତ୍ସଲ୍ୟ; ନିଜ ଅପେକ୍ଷା ନିମ୍ନତର ବ୍ଯକ୍ତି (ଯଥା— ପୁତ୍ର, କନ୍ଯା, ଶିଷ୍ୟ, କନିଷ୍ଠ ଭୃତ୍ୟାଦି) ଙ୍କ ପ୍ରତି ଗୁରୁଜନଙ୍କର ପ୍ରେମ — Affection (towards one's youngers)
- ସଂ. ବି (ସ୍ନହ୍ ଧାତୁ+ ଭାବ. ଅ) — [ଦ୍ର—'ସ୍ନେହ' ସାଧାରଣତଃ ପ୍ରେମ ବା ପ୍ରୀତି (ଅର୍ଥାତ୍ ଏକ ବ୍ଯକ୍ତି ପ୍ରତି ଅନ୍ୟର ମନର ପ୍ରସନ୍ନତା)କୁ ବୁଝାଏ। କିନ୍ତୁ ଏହି ଶବ୍ଦ ବିଶିଷ୍ଟ ଭାବରେ ପିତା, ମାତା ଓ ଗୁରୁସ୍ଥାନୀୟ ବ୍ଯକ୍ତିଙ୍କର ପୁତ୍ର, କନ୍ଯା ଓ ଶିଷ୍ୟାଦିଙ୍କ ପ୍ରତି ବାତ୍ସଲ୍ୟ ବା ମନର ପ୍ରସନ୍ନତାକୁ ବୁଝାଏ।]
- ସଂ. ବି (ସ୍ନହ୍ ଧାତୁ+ ଭାବ. ଅ) — (ସ୍ନିଗ୍ଧ—ବିଣ)
- ସଂ. ବି (ସ୍ନହ୍ ଧାତୁ+ ଭାବ. ଅ) — ଏହାର ଅପଭ୍ରଂଶ— ସିନିହ, ସିନେହ ସେନେହ, ସିନିଅ
- ସଂ. ବି (ସ୍ନହ୍ ଧାତୁ+ ଭାବ. ଅ) — ତୈଳ, ଘୃତ, ଚର୍ବି ଆଦି ଚିକିଣା ପଦାର୍ଥ; ତୈଳାଦି ରସଭେଦ (ମେଦିନୀ) — Oil, ghee, grease, etc; any oily thing
- ସଂ. ବି (ସ୍ନହ୍ ଧାତୁ+ ଭାବ. ଅ) — [ଉ —( 1 ଓ 3 ଅର୍ଥ) ବାସ ପିଧାନରେ ପୁଚ୍ଛ ଦିବ୍ୟ କନ୍ଯା ପରି, ବିଶେଷତ ଦୟିତ ତହିଁରେ ସ୍ନେହ ଭରି। ଭଞ୍ଜ, ବୈଦେହୀଶବିଳାସ।] — [ଉ —(1ଓ3ଅର୍ଥ) ବାସ ପିଧାନରେ ପୁଚ୍ଛ ଦିବ୍ୟ କନ୍ଯା ପରି, ବିଶେଷତ ଦୟିତ ତହିଁରେ ସ୍ନେହ ଭରି ଭଞ୍ଜ, ବୈଦେହୀଶବିଳାସ]
- ସଂ. ବି (ସ୍ନହ୍ ଧାତୁ+ ଭାବ. ଅ) — ଚିକ୍କଣତା — Oilness; smoothness
- ସଂ. ବି (ସ୍ନହ୍ ଧାତୁ+ ଭାବ. ଅ) — (ନ୍ଯାୟ ଦର୍ଶନ) ଗୁଣ ବିଶେଷ; ଜଳୀୟ ପରମାଣୁରେ ସର୍ବଦା ଉପସ୍ଥିତ ଗୁଣ — (Logic) Name of a quality or attribute in water-atoms
- ସଂ. ବି (ସ୍ନହ୍ ଧାତୁ+ ଭାବ. ଅ) — କୋମଳତା (ହି. ଶ.) — Softness
- ସଂ. ବି (ସ୍ନହ୍ ଧାତୁ+ ଭାବ. ଅ) — ହନୁମାନଙ୍କ ମତରେ ହିଣ୍ଡୋକରାଗର ପୁତ୍ର ରାଗ ବିଶେଷ (ହି. ଶ.) — Name of a secondary musical air
- ସଂ. ବି (ସ୍ନହ୍ ଧାତୁ+ ଭାବ. ଅ) — ସୋରିଷ (ହି. ଶ.) — Mustard