ସ୍କଟ୍ Skāt

  • ବୈଦେ. ବି (ଇଂ) — ସ୍କଟଲାଣ୍ଡ ଦେଶୀୟ ଲୋକ — A Scot; a native of Scotland
  • ବୈଦେ. ବି (ଇଂ) — [ନାମ] ସର୍ ୱାଲ୍ଟର୍ ସ୍କଟ୍ ନାମକ ଅଷ୍ଟାଦଶ ଓ ଉନବଂଶ ଶତାଦ୍ଦୀର ବ୍ରିଟେନ ଜଣେ ପ୍ରଧାନ କବି ଓ ଉପନ୍ୟାସ ଲେଖକ — Sir Walter Scott; the famous British poet and novelist of the 18th and 19th centruries
  • ବୈଦେ. ବି (ଇଂ) — [ଦ୍ର— ସର୍ ୱାଲ୍ଟର 1771 ସାଲରେ ସ୍କଟଲାଣ୍ଡର୍ ରାଜଧାନୀ ଏଡ଼ିନବରା ନଗରରେ ଜନ୍ମଗ୍ରହଣ କରିଥିଲେ। ବାଲ୍ୟାବସ୍ଥାରେ ସେ ଛୋଟା ହୋଇଥିଲେ, ମାତ୍ର ତୀକ୍ଷ୍ମବୁଦ୍ଧି ମତ୍ତାର ପରିଚୟ ଦେଇଥିଲେ। ଯୌବନର ପ୍ରାରମ୍ଭରେ ବିଦ୍ୟାଳୟରେ ଅଧ୍ୟୟନ ଶେଷ ପରେ ଅର୍ଥୋପାର୍ଜ୍ଜନ କରିବା ପାଇଁ ସେ ନକଲ ନବିସ୍ ହୋଇ ଏକ ବୈଠକରେ 120 ଫୁଲସ୍ପାପ୍ ପୃଷ୍ଠା ଲେଖି ପାରୁ ଥିଲେ। ତାଙ୍କର ଅଦ୍ଭୁତ ସ୍ମରଣଶକ୍ତି ଥିଲା। ସେ ଲାଟିନ୍ ଇଟାଲିଆନ୍, ସ୍ପାନିଶ୍ ପ୍ରଭୁତି ଅନେକଗୁଡ଼ିଏ ଭାଷା ଶିଖି ଥିଲେ ଏବଂ ଇତିହାସ ବିଶେଷତଃ ଯୁଦ୍ଧବର୍ଣ୍ଣନାମାନ ମନୋନିବେଶପୂର୍ବକ ପଢ଼ିଥିଲେ। ସେ କିଛିଦିନ ଓକିଲାତି ବ୍ଯବସାୟ କରିଥିଲେ; ମାତ୍ର ସାହିତ୍ୟର ଆକର୍ଷଣ ବଳବତ୍ତର ହେବାରୁ ତାହା ପରିତ୍ୟାଗ କଲେ। ସେ ପ୍ରଥମେ ଅନେକଗୁଡ଼ିଏ କବିତା ଲେଖିଥିଲେ। ସେଥିମଧ୍ୟରୁ କେତେକ ଇଂରାଜୀ ସାହିତ୍ୟରେ ଅତୁଳନୀୟ; (ଯଥା — [ଦ୍ର— ସର୍ ୱାଲ୍ଟର1771ସାଲରେ ସ୍କଟଲାଣ୍ଡର୍ ରାଜଧାନୀ ଏଡ଼ିନବରା ନଗରରେ ଜନ୍ମଗ୍ରହଣ କରିଥିଲେ ବାଲ୍ୟାବସ୍ଥାରେ ସେ ଛୋଟା ହୋଇଥିଲେ, ମାତ୍ର ତୀକ୍ଷ୍ମବୁଦ୍ଧି ମତ୍ତାର ପରିଚୟ ଦେଇଥିଲେ ଯୌବନର ପ୍ରାରମ୍ଭରେ ବିଦ୍ୟାଳୟରେ ଅଧ୍ୟୟନ ଶେଷ ପରେ ଅର୍ଥୋପାର୍ଜ୍ଜନ କରିବା ପାଇଁ ସେ ନକଲ ନବିସ୍ ହୋଇ ଏକ ବୈଠକରେ120ଫୁଲସ୍ପାପ୍ ପୃଷ୍ଠା ଲେଖି ପାରୁ ଥିଲେ ତାଙ୍କର ଅଦ୍ଭୁତ ସ୍ମରଣଶକ୍ତି ଥିଲା ସେ ଲାଟିନ୍ ଇଟାଲିଆନ୍, ସ୍ପାନିଶ୍ ପ୍ରଭୁତି ଅନେକଗୁଡ଼ିଏ ଭାଷା ଶିଖି ଥିଲେ ଏବଂ ଇତିହାସ ବିଶେଷତଃ ଯୁଦ୍ଧବର୍ଣ୍ଣନାମାନ ମନୋନିବେଶପୂର୍ବକ ପଢ଼ିଥିଲେ ସେ କିଛିଦିନ ଓକିଲାତି ବ୍ଯବସାୟ କରିଥିଲେ; ମାତ୍ର ସାହିତ୍ୟର ଆକର୍ଷଣ ବଳବତ୍ତର ହେବାରୁ ତାହା ପରିତ୍ୟାଗ କଲେ ସେ ପ୍ରଥମେ ଅନେକଗୁଡ଼ିଏ କବିତା ଲେଖିଥିଲେ ସେଥିମଧ୍ୟରୁ କେତେକ ଇଂରାଜୀ ସାହିତ୍ୟରେ ଅତୁଳନୀୟ; (ଯଥା— Lay of the last ministrel, Marmion, The Lady of the Lake.)ମାତ୍ର ତାଙ୍କର ଉପନ୍ୟାସଦ୍ୱାରା ଇଂରାଜୀ ସାହିତ୍ୟଜଗତରେ ନବଯୁଗର ଆବିର୍ଭାବ ହୋଇଥିଲା ତାଙ୍କରWaverly novelsନାମକ ଉପନ୍ୟାସ ଇଂରାଜୀ ଭାଷାର ଅମୁଲ୍ୟରତ୍ନ ବହୁ— ସଂଖ୍ୟକ ପୁସ୍ତକ ଲେଖି ସେ1832ସାଲରେ ପ୍ରାଣତ୍ୟାଗ କଲେ ସନ୍ଦର୍ଭ ଲେଖକ—ଶ୍ରୀ ଜଗନ୍ନାଥ ତ୍ରିପାଠୀ]