ସେଡ଼ୁଅ Seṟḍ̠ua

  • ଦେ. ବି—(ସଂ. ସେଚନ; ସେକ୍ତ୍ର) — ଛୋଟ ଶେଣା; ବଡ଼ ଶେଣାରେ ଜଳାଶୟରୁ ଜଳ ଉତ୍ତୋଳିତ ହୋଇ କ୍ଷେତ୍ର ମଧ୍ୟସ୍ଥ ପହଣୀରେ ଜମା ହେଲେ ଉକ୍ତ ପହଣୀରୁ ଯେଉଁ ଯନ୍ତ୍ର ସାହାଯ୍ୟରେ ଦୁଇ ହାତ ଦ୍ୱାରା ପାଣିକୁ କିଆରି ମଧ୍ୟକୁ ଫିଙ୍ଗାଯାଇ ଛିଞ୍ଚାଯାଏ — A small wooden spoon-like tray for throwing water from channels into the fields for irrigation
  • ଦେ. ବି—(ସଂ. ସେଚନ; ସେକ୍ତ୍ର) — [ଦ୍ର—ଏହି ଯନ୍ତ୍ର କାଠରେ ତିଆରି। ଏହାର ଗୋଟିଏ ପାଖରେ ହତା ବା ବେଣ୍ଟ ଲାଗିଥାଏ। ଏହାର ଲମ୍ବ ଦେଢ଼ ହାତ ଓ ଚଉଡ଼ା 4।5 ଇଞ୍ଚ। ଏହା ନୌକା ପରି ଖୋଳା ହୋଇଥାଏ ଏବଂ ଏଥିର ଆଗପାଖ ଖୋଲା ଥାଏ; ଖୋଲା ପାଖର ଦୁଇ ନାକରେ ଡୋର ଲାଗିଥାଏ। ମନୁଷ୍ୟ ଗୋଟାଏ ହାତରେ ସେଡ଼ୁଅର ବେଣ୍ଟକୁ ଧରେ ଓ ଅନ୍ଯ ହାତରେ ସେଡ଼ୁଅର ନାକରେ ଲାଗିଥିବା ଦଉଡ଼ି ଦୁହିଁକି ଧରି ପହଣୀରୁ ପାଣିକୁ ଉଠାଇ କିଆରି ମଧ୍ୟକୁ ଫୋପାଡ଼େ।] — [ଦ୍ର—ଏହି ଯନ୍ତ୍ର କାଠରେ ତିଆରି ଏହାର ଗୋଟିଏ ପାଖରେ ହତା ବା ବେଣ୍ଟ ଲାଗିଥାଏ ଏହାର ଲମ୍ବ ଦେଢ଼ ହାତ ଓ ଚଉଡ଼ା45ଇଞ୍ଚ ଏହା ନୌକା ପରି ଖୋଳା ହୋଇଥାଏ ଏବଂ ଏଥିର ଆଗପାଖ ଖୋଲା ଥାଏ; ଖୋଲା ପାଖର ଦୁଇ ନାକରେ ଡୋର ଲାଗିଥାଏ ମନୁଷ୍ୟ ଗୋଟାଏ ହାତରେ ସେଡ଼ୁଅର ବେଣ୍ଟକୁ ଧରେ ଓ ଅନ୍ଯ ହାତରେ ସେଡ଼ୁଅର ନାକରେ ଲାଗିଥିବା ଦଉଡ଼ି ଦୁହିଁକି ଧରି ପହଣୀରୁ ପାଣିକୁ ଉଠାଇ କିଆରି ମଧ୍ୟକୁ ଫୋପାଡ଼େ]