ସେକ Seka

  • ସଂ. ବି (ସଂ. ସିଚ୍ ଧାତୁ+ଭାବ ଅ) — ଛେରା; ସେଚନ; ଜଳ ଆଦି ଛିଞ୍ଚିବା — Spirinkling
  • ଦେ. ବି (ସଂ. ସ୍ୱିଦ୍ ଧାତୁ କିମ୍ବା ଶ୍ରେଷ୍ ଧାତୁ=ଜାଳିବା; ତତାଇବା) — ଦେହ ଆଦିରେ ଅନ୍ଯ ଉଷ୍ଣବସ୍ତୁ ସାହାଯ୍ୟରେ ଉତ୍ତାପ ପ୍ରୟୋଗ କରିବା; ସ୍ୱେଦନ; ସେକିବା କର୍ମ — Fomenting; warming; toasting
  • ଦେ. ବି (ସଂ. ସ୍ୱିଦ୍ ଧାତୁ କିମ୍ବା ଶ୍ରେଷ୍ ଧାତୁ=ଜାଳିବା; ତତାଇବା) — ବାଉଁଶ ବଙ୍କା ହୋଇଥିଲେ ବଙ୍କା ସ୍ଥାନର ବାଙ୍କର ଭିତର ପାଖକୁ କଟୁରିରେ ହାଣି ଉକ୍ତ ବାଉଁଶକୁ ସଳଖି ଦେଇ ସେହି ହଣା ଯାଗାରେ ଖଣ୍ଡିଏ କ୍ରମସୂକ୍ଷ୍ମ କାଷ୍ଠଖଣ୍ଡ ଲଗାଇବା କ୍ରିୟା — An operation for straightening a bent piece of bamboo by making a cut inside the bend and driving a wedge into the split part
  • ଦେ. ବି (ସଂ. ସ୍ୱିଦ୍ ଧାତୁ କିମ୍ବା ଶ୍ରେଷ୍ ଧାତୁ=ଜାଳିବା; ତତାଇବା) — କୌଣସି କଠିନ ବସ୍ତୁ [ଯଥା—ରୁଟି, ବାଉଁଶ ବା ବେତ ବାଡ଼ି] କୁ ଅଗ୍ନି ଉପରେ ଧରି ତାକୁ ଉତ୍ତପ୍ତ କରିବା — Heating of any solid thing