ସୁତାର Sutāra
- ପ୍ରାଦେ. (ମେଦିନୀପୁର) ବି (ସଂ. ସୂତ୍ରକାର; ତୁଲ. ବଂ. ସୂତାର) — ବଢ଼େଇ — Carpenter
- ପ୍ରାଦେ. (ମେଦିନୀପୁର) ବି (ସଂ. ସୂତ୍ରକାର; ତୁଲ. ବଂ. ସୂତାର) — ଶିଳ୍ପକର — Artisan
- ସଂ. ବିଣ — (ସୁ+ତାର)—ଅତ୍ୟନ୍ତ ଉଜ୍ଜ୍ୱଳ (ହି. ଶ) — Very bright
- ସଂ. ବିଣ — ଅତିଉଚ୍ଚ (ହି. ଶ) — Very high
- ସଂ. ବିଣ — ଯାହାର ଆଖିର ପିତୁଳା ସୁନ୍ଦର (ହି. ଶ.) — Having fine pupils of the eyes