ସୁଖେ Sukhe
- ଦେ. କ୍ରି. ବିଣ — ସୁଖ ସହକାରେ — Happily; with pleasure
- ଦେ. କ୍ରି. ବିଣ — ସହଜରେ, ଅନାୟାସରେ — Easily
- ଦେ. କ୍ରି. ବିଣ — [ଉ— ସେ ଜମ୍ବୁ ବୃକ୍ଷତଳେ ଯେ ଯାହା ବିଚାରେ। ବସିବାଠାରେ ସୁଖେ ସେ ତା ଲଭିପାରେ। କୃଷ୍ଣସିଂହ, ମହାଭାରତ, ଭୀଷ୍ମ।]
- ଦେ. କ୍ରି. ବିଣ — ସ୍ୱଇଚ୍ଛାରେ; ଛାଏଁ; ସ୍ୱେଚ୍ଛାକ୍ରମେ — Of one's free will; voluntarily
- ଦେ. କ୍ରି. ବିଣ — [ଉ— ଅଇଲେ ଆସୁ ତାର ସୁଖେ। ଖୋଜିବା ଆଉ କେଉଁ ମୁଖେ?— ଭୂପତି, ପ୍ରେମପଞ୍ଚାମୃତ।]
- ଦେ. କ୍ରି. ବିଣ — ସ୍ୱାଚ୍ଛନ୍ଦ୍ୟରେ — Comfortably; easily
- ଦେ. କ୍ରି. ବିଣ — ନିଜ କର୍ମର ଫଳରେ — As the consequence of one's own actions
- ଦେ. କ୍ରି. ବିଣ — (ଉ—ଶାସ୍ତ୍ର ତ ଲେଖିଅଛି ପରଠାରେ ପାପ, ଯେ ଆଚରେ ତା ସୁଖେ ହୁଅଇ ସେ ଲୋପ। କୃଷ୍ଣସିଂହ, ମହାଭାରତ, ବନ।]