ସାଇ Sāi

  • ଦେ. ବି (ସଂ. ସହ ଶବ୍ଦ) — ଏକ ସ୍ଥାନରେ ବାସ କରୁ— ଥିବା ବ୍ଯକ୍ତିମାନଙ୍କ ଗୃହାବଳି; ଗୃହପଙ୍କ୍ତି — The row of houses of the residents of a certain place
  • ଦେ. ବି (ସଂ. ସହ ଶବ୍ଦ) — ପଙ୍କ୍ତି ଧାଡ଼ି; ଶ୍ରେଣୀ — Row; line
  • ଦେ. ବି (ସଂ. ସହ ଶବ୍ଦ) — ଗ୍ରାମର ବା ନଗରର ପଡ଼ା ବା ଅଂଶ ବା ଗଳି — Part of a village or town; quarter. street or lane
  • ଦେ. ବି (ସଂ. ସହ ଶବ୍ଦ) — [ଦ୍ର— କଟକ ସହରର ଭିନ୍ନ ଭିନ୍ନ ଅଂଶକୁ ବଜାର (ଯଥା— ଚୌଧୁରୀ ବଜାର, ବାଲୁବଜାର) ବା ସାହି ବୋଲା— ଯାଏ) ଯଥା—ଖଟବିନ୍ ସାହି, ଜୋହ୍ଲାସାହି, ମହ୍ଲା— ସାହି, ପେଟୀନ୍ ସାହି ଇତ୍ୟାଦି।)
  • ଦେ. ବି (ସଂ. ସହ ଶବ୍ଦ) — ବାଲେଶ୍ୱର ସହରର ଭିନ୍ନ ଭିନ୍ନ ଅଂଶକୁ 'ଗଞ୍ଜ' ବୋଲାଯାଏ। ଯଥା—ମୋତିଗଞ୍ଜ, ମାଣିକ ଗଞ୍ଜ।
  • ଦେ. ବି (ସଂ. ସହ ଶବ୍ଦ) — ସମ୍ବଲପୁର ସହରର ଭିନ୍ନ ଭିନ୍ନ ଅଂଶକୁ ପଡ଼ା ବୋଲାଯାଏ ଯଥା—ପଟନାୟକ ପଡ଼ା, ଦଳେଇ ପଡ଼ା, ଝାଡ଼ୁପଡ଼ା, ନନ୍ଦପଡ଼ା ଇତ୍ୟାଦି।
  • ଦେ. ବି (ସଂ. ସହ ଶବ୍ଦ) — ପୁରୀ ସହରର ଭିନ୍ନ ବିନ୍ନ ଅଂଶକୁ ସାଇ ବୋଲାଯାଏ। ଯଥା—ଦୋଳମଣ୍ଡପ ସାଇ, ବାଲି ସାଇ, ହରିଚଣ୍ଡୀ ସାଇ ହେରାଗୋହିରୀ ସାଇ, ବାସେଳୀ ସାଇ, କୁଣ୍ଢେଇବେଣ୍ଡ ସାଇ ଇତ୍ୟାଦି।]
  • ଦେ. ବି (ସଂ. ସହ ଶବ୍ଦ) — ଗ୍ରାମର ବା ସହରର ଯେଉଁ ଅଂଶରେ ଏକ ଜାତୀୟ ବା ଏକ ବ୍ଯବସାୟାବଲମ୍ବୀ ବ୍ଯକ୍ତିମାନେ ବାସ କରନ୍ତି — The part of a town or village inhabited by people of the caste or profession
  • ଦେ. ବି (ସଂ. ସହ ଶବ୍ଦ) — [ଦ୍ର—ଏକ ଜାତୀୟ ବା ଏକ ବ୍ଯବସାୟାବଲମ୍ବୀମାନେ ଏକତ୍ର ବାସ କରୁଥିବା ଅନୁସାରେ ସାଇର ନାମକରଣ ହୁଏ। ଯଥା—କେଉଟସାଇ, ବାଉରୀସାଇ।
  • ଦେ. ବି (ସଂ. ସହ ଶବ୍ଦ) — ଦେବତାମାନଙ୍କ ନାମ ଅନୁସାରେ ମଧ୍ୟ ସାଇର ନାମ ହୁଏ। ଯଥା—ହରିଚଣ୍ଡୀସାଇ, ବାସେଳୀସାଇ, ଠାକୁରସାଇ। ନୂତନ ନୂତନ ପ୍ରତିଷ୍ଠିତ ସାଇକୁ ନୂଆ ସାଇ ବୋଲାଯାଏ।]
  • ଦେ. ବି (ସଂ. ସହ ଶବ୍ଦ) — ପଡ଼ାଗ୍ରାମ; ଗଣ୍ଡଗ୍ରାମ — A hamlet
  • ଦେ. ବି (ସଂ. ସହ ଶବ୍ଦ) — [ଉ— ହାଡ଼ି ସାଇରେ ମାଣିକ ପଡ଼ିଲେ ଗୋରୁହାଡ଼ ଘେନି ପିଟନ୍ତି। ଢଗ।]