ସାଇନ୍ Sāin

  • ବୈଦେ. ବି (ଇଂ) — ଚିହ୍ନ — Sign
  • ବୈଦେ. ବି (ଇଂ) — (ଆଧୁନିକ, ତ୍ରିକୋଣମିତି) ବୃତ୍ତ ଖଣ୍ଡର ଏକ ପ୍ରାନ୍ତରୁ ଟଣା ଯାଇଥିବା ବ୍ୟାସ ଉପରକୁ ବୃତ୍ତ ଖଣ୍ଡର ଅନ୍ଯ ପ୍ରାନ୍ତ ବିନ୍ଦୁରୁ ଯେଉଁ ଲମ୍ବ ରେଖା ପାତିତ କରାଯାଏ — (Trigonometry) The sine of an arc
  • ବୈଦେ. ବି (ଇଂ) — [ଦ୍ର—'କଖ' ବୃତ୍ତ ଖଣ୍ଡର ଏକ ପ୍ରାନ୍ତ 'ଖ' ଆଡ଼ୁ ଯେଉଁ ବ୍ୟାସ 'ଖଗ' ଗଲା, ଉକ୍ତ ବୃତ୍ତ ଖଣ୍ଡର ଅନ୍ଯ ପ୍ରାନ୍ତ 'କ' ବିନ୍ଦୁରୁ ସେହି 'ଖଗ' ବ୍ୟାସ ଉପରେ ପାତିତ ଲମ୍ବ ରେଖା 'କଘ' କୁ ଉକ୍ତ ବୃତ୍ତ ଖଣ୍ଡର 'ସାଇନ୍' ବୋଲାଯାଏ। ଉକ୍ତ ବୃତ୍ତଖଣ୍ଡର ଅନ୍ଯ ଅଂଶ 'କଗଖ' ସମ୍ବନ୍ଧେ ଉକ୍ତ 'କଘ' ରେଖାକୁ 'କୋସାଇନ୍' ବୋଲାଯାଏ ସାଇନ୍ ଓ କୋସାଇନ୍ ଆପେକ୍ଷିକକ ଶବ୍ଦଦ୍ୱୟ ଅଟନ୍ତି।]
  • ବୈଦେ. ବି (ଇଂ) — (ତ୍ରିକୋଣମିତି) କୋଣର ଏ ବାହୁର ଗୋଟିଏ ବିନ୍ଦୁରୁ ଅନ୍ଯ ବାହୁ ଉପରକୁ ଲମ୍ବ ହୋଇ ଟଣାଯିବା ରେଖା ଓ ଯେଉଁ ବାହୁର ବିନ୍ଦୁରୁ ଲମ୍ବ ଟଣା ହୋଇଥାଏ — (Trigonometry) The sine of an angle
  • ବୈଦେ. ବି (ଇଂ) — [ଦ୍ର—କଖଗ କୋଣର କଖ ବାହୁର ଘ ନାମକ ଯେ କୈଣସି ବିନ୍ଦୁରୁ ଖଗ ଉପରେ ଘଚ ଲମ୍ବ ଟଣା ହୋଇଅଛି ଘଚ, ଖଘ କୁ ଘଖଚ ବା କଖଗ କୋଣର 'ସାଇନ୍' ବୋଲାଯାଏ।]