ସଫେଦା Saphedā
- ବୈଦେ. ବିଣ (ଫା. ସଫେଦା) — ଶୁକ୍ଳ; ଧଳା — White
- ବୈଦେ. ବିଣ (ଫା. ସଫେଦା) — ଶୁଭ୍ର; ଉଜ୍ଜ୍ୱଳ — Bright
- ବି — ରଙ୍ଗ ପାଇଁ ବ୍ଯବହୃତ ଏକପ୍ରକାର ଧଳାରଙ୍ଗ— (ସୀସକରୁ ଉତ୍ପନ୍ନ) — A sort of white paint; white lead
- ବି — ଲକ୍ଷ୍ଣୌର ପ୍ରସିଦ୍ଧ ଧନା ଖରମୁଜ — A white species of melon of Lucknow
- ବି — ଲକ୍ଷ୍ଣୌର ପ୍ରସିଦ୍ଧ ଧଳା ଆମ୍ବ — A white species of mango of Lucknow
- ବି — ରଙ୍ଗରେ ଓ ଔଷଧରେ ବ୍ଯବହୃତ ଦସ୍ତାଧାତୁର ଭସ୍ମ — Oxide of Zinc
- ବି — ଚାଉଳକୁ ପାଣିରେ ବତୁରାଇ ତାକୁ ଅଳ୍ପ ମାତ୍ର ଶୁଖାଇ ଚୂରି କରି ପ୍ରସ୍ତୁତ କରାଯିବା ଶୁକ୍ଳ ଗୁଣ୍ଡା — Powdered rice
- ବି — [ଦ୍ର—ଏଥିରେ ପିଠା ଓ ଜିଲିବି ଆଦି ତିଆରି ହୁଏ। ଏହିପରି ସିଂଘଡ଼ାର ଚୂନା ଓ ପାଳୁଅର ଚୂନାକୁ ମଧ୍ୟ ସଫେଦା କହନ୍ତି।]
- ବି — ଏକପ୍ରକାର ବିଦେଶାଗତ ସୁସାଦୁ ଫଳ ଓ ତହିଁର ବୃକ୍ଷ (ବିଶ୍ୱକୋଷ); ସପେଟା? — A kind of sweet fruit and its tree; Achras Sapota?
- ବି — [ଦ୍ର—ଏ ଗଛମାନ ଖୁବ୍ ବଢ଼େ ଓ ଏଥିର ଗଣ୍ଡିରୁ ତିକ୍ତା ତିଆରି ହୁଏ; କିନ୍ତୁ କାଠ ଖୁବ୍ ଭାର ସହ ନୁହେଁ (ବିଶ୍ୱକୋଷ)।]