ସପେଟା Sapeṭā

  • ବୈଦେ. ବି (ଇଂ. ସପୋଟା) — ବକୁଳାଦିବର୍ଗର ତରୁ— ବିଶେଷ ଓ ତହିଁର ସୁଖାଦ୍ୟ ଫଳ — Achras Sapota; sapodilla
  • ବୈଦେ. ବି (ଇଂ. ସପୋଟା) — [ଦ୍ର—ଏହି ଗଛ ବିଦେଶୀ; ଜାମୈକାଦ୍ୱୀପରୁ ପୂର୍ବେ ଭାରତକୁ ଆନୀତ ହୋଇ ଆଜିକାଲି ଉଦ୍ୟାନରେ ଲାଗି ଫଳ ଫଳୁଛି। ଏହାର ଫଳ କୁକ୍କୁଟ— ଡିମ୍ବାକୃତି ଓ ପାଚିଲେ ମାଂସଳ। ଏଥିମଧ୍ୟରେ ଚିରୁଡ଼ାଚିରୁଡ଼ା ଈଷତ୍ ହରିଦ୍ ବର୍ଣ୍ଣ କୋମଳ ଶସ୍ୟ ମଧ୍ୟରେ ବଉଳକୋଳି ଠାରୁ ଲମ୍ବ କଳା ମଞ୍ଜିମାନ ଥାଏ। ଏ ଫଳର ଉପର ଚୋପା ନସ୍ୟବର୍ଣ୍ଣ। ପାଚିଗଲେ ଏଥିର ଚୋପା ଉପରେ ବିନ୍ଦୁ ବିନ୍ଦୁ ଚିହ୍ନ ଦେଖାଯାଏ। ଆମେରିକା ମେକ୍ସିକୋ ଦେଶର ଭାଷାରେ ଏଥର ନାମ କୋକିଟ ଝାପୋଟେ — (Cochit-Zapote)ଓ ସ୍ପେନ୍ଦେଶୀୟ ଭାଷାରେ ଜାପୋଟେ(Zapote)(କାରଣ ସ୍ପେନ୍ ଦେଶବାସୀମାନେ ପ୍ରଥମେ ଏ ଫଳକୁ ଆମେରିକାରେ ଦେଖିଥିଲେ) ଏଥିର ଫଳକୁ ଇଂରାଜିରେ ସପୋଟା(Sapota; the Sapotilla plum)କହନ୍ତି]