ସଦସ୍ୟ Sadasya

  • ସଂ. ବିଣ (ସଦସ୍=ସଭା+ସମ୍ବନ୍ଧାର୍ଥେ. ଯ) — ସଭା ସମ୍ବନ୍ଧୀୟ — Relating to an assembly
  • ସଂ. ବିଣ (ସଦସ୍=ସଭା+ସମ୍ବନ୍ଧାର୍ଥେ. ଯ) — ସାମାଜିକ — Social
  • ସଂ. ବି. ପୁଂ (ସଦସ୍+ସାଧୁ ବା କୁଶଳ ଅର୍ଥରେ. ଯ) — ସଭାସଦ୍; ସଭାର ସଭ୍ୟ — Member of an assembly or association
  • ସଂ. ବି. ପୁଂ (ସଦସ୍+ସାଧୁ ବା କୁଶଳ ଅର୍ଥରେ. ଯ) — ଯଜ୍ଞାଦି ସ୍ଥଳରେ ବିଧିଦର୍ଶୀ ବ୍ଯକ୍ତି; ଯଜ୍ଞ— ସ୍ଥଳରେ ଉପସ୍ଥିତ ଯେଉଁ ବ୍ଯକ୍ତି ଯଜ୍ଞାଦି ଅନୁଷ୍ଠାନ କରୁ ଥିବା ପୁରୋହିତମାନଙ୍କର ଭ୍ରମାଦି ସଂଶୋଧନ କରନ୍ତି — A person whose duty is to point out the mistakes, if any, committed by persons performing Vedic sacrifices
  • ସଂ. ବି. ପୁଂ (ସଦସ୍+ସାଧୁ ବା କୁଶଳ ଅର୍ଥରେ. ଯ) — [ଦ୍ର—ପ୍ରତ୍ୟେକ ଯଜ୍ଞାନୁଷ୍ଠାନରେ ଯେତେଗୁଡ଼ିଏ ପୁରୋହିତ ବା ଯାଜକ ନିଯୁକ୍ତ ହୁଅନ୍ତି, ତାଙ୍କ ମଧ୍ୟରୁ ସଦସ୍ୟ ଏକତମ; ଏହାଙ୍କ ନାମାନ୍ତର 'ପ୍ରଶ୍ନବକ୍ତା'। 'କର୍ତ୍ତା' ହୋମାଦି କରିବେ, ପୁରୋହିତ ବା 'ବ୍ରହ୍ମା' ତାଙ୍କୁ ମନ୍ତ୍ରାଦି ବତାଇ ଦେଉଥିବେ ଓ ସାହାଯ୍ୟ କରୁଥିବେ; ଅନ୍ଯ ଜଣେ 'ବ୍ଯକ୍ତି' ପୁସ୍ତକାଚାର୍ଯ୍ୟ ବା 'ତନ୍ତ୍ରଧାରକ' ପୋଥି ଧରି ପୁରୋହିତଙ୍କୁ ସାହାଯ୍ୟ କରୁଥିବେ। ଅନ୍ଯ ଜଣେ ବ୍ଯକ୍ତି ପ୍ରଶ୍ନବକ୍ତା ବା 'ସଦସ୍ୟ' ଦେଖୁ— ଥିବେ ଯେ, ବେଦୋକ୍ତ ବିଧି କେଉଁଠାରେ ନ୍ୟୁନାତିରିକ୍ତ ହେଲା, କେଉଁଠାରେ ବ୍ରହ୍ମା ଓ ତନ୍ତ୍ରଧାରକ କଅଣ ଛାଡ଼ି ଗଲେ।]
  • ଦେ. ବି — ବ୍ରାହ୍ମଣମାନଙ୍କ ବଂଶୋପାଧି ବିଶେଷ — A family-title of Brāhmaṇas
  • ଦେ. ବି — [ଦ୍ର—ଫଳତଃ ଦେଖାଯାଏ ଯେ, ଯେଉଁମାନଙ୍କ କୌଣସି ପୂର୍ବ— ପୁରୁଷ ପୂର୍ବେ ଯଜ୍ଞରେ 'ସଦସ୍ୟ' ରୂପେ ବରିତ ହୋଇ ସେହି ଉପାଧି ପାଇଥିଲେ, ତାଙ୍କରି ବଂଶଧରମାନେ ସେହି ସଦସ୍ୟ ଉପାଧି ଆପଣା ନାମ ସଙ୍ଗେ ଅଦ୍ୟାବଧି ରଖିଅଛନ୍ତି; ମାତ୍ର ଦୁଃଖର କଥା, ଏମାନଙ୍କ ମଧ୍ୟରୁ ଅନେକଙ୍କ ପକ୍ଷରେ 'ସଦସ୍ୟ'ର ଅର୍ଥ ଜାଣିବା ଅତି ଦୁରୂହବ୍ୟାପାର ହୋଇଅଛି।]