ସତ Sata
- ଦେ. ବି. (ସଂ—ସତ୍ୟ) — ସତ୍ୟ; ଶପଥ; ପ୍ରତିଜ୍ଞା — Promise; truth
- ଦେ. ବି. (ସଂ—ସତ୍ୟ) — (ଉ—ଆପଣା ପ୍ରତିଜ୍ଞା ରଖିବି, ତୁମ୍ଭର ସତ ଛଡ଼ାଇବି। ଭୂପତି, ପ୍ରେମ ପଞ୍ଚାମୃତ।)
- ଦେ. ବି. (ସଂ—ସତ୍ୟ) — ସତ୍ୟକଥା — Truth
- ଦେ. ବି. (ସଂ—ସତ୍ୟ) — ବିଶ୍ୱାସ; ଆସ୍ଥା — Faith
- ଦେ. ବି. (ସଂ—ସତ୍ୟ) — ସତ୍ୟଯୁଗ — The Golden Age; of truth; the millenium
- ଦେ. ବି. (ସଂ—ସତ୍ୟ) — ସତ୍ତ୍ୱଗୁଣ (ଦେଖ) — Sattwa guṇa (See)
- ବିଣ — ସତ୍; ସାଧୁ — Honest
- ବିଣ — (ଉ—ଆମ୍ଭର ମନ ଯେବେ ସତ, ଯାଇଛି ଗୋବିନ୍ଦ ସଙ୍ଗତ। ଭୂପତି, ପ୍ରେମପଞ୍ଚାମୃତ।)
- ବିଣ — ସତ୍ୟବାଦୀ — Truthful
- ବିଣ — ଯାହା ମିଥ୍ୟା ନୁହେଁ; ପ୍ରକୃତ — True
- ବିଣ — (ଉ—ବିରହ ସୂତ ଯୋଗ ସତ ସ୍ୱରୂପା। ଭଞ୍ଜ, ବୈଦେହୀଶବିଳାସ।)
- ବିଣ — ପ୍ରତିଜ୍ଞାପାଳକ — True to promise