ସଟରା Saṭarā

  • ଦେ. ବି — ପୁରୀର ସାଇଯାତରେ ଏରା ପକ୍ଷୀର ପକ୍ଷ ଓ ମାଳି ପିନ୍ଧି ନାଗାଙ୍କ ସଙ୍ଗେ ବାହାରିବା ସନ୍ୟାସୀ— ମାନଙ୍କ ସହଚର ନାନକ— ପନ୍ଥୀବେଶଧାରୀ ବ୍ଯକ୍ତି — A person wearing the feather of the Era bird and beads and accompanying the Nāgās in the pantomimes (sāijāta) of Puri town
  • ଦେ. ବି — [ଦ୍ର—ଏମାନେ ହିନ୍ଦୀ ଭାଷାରେ ଗୀତ ଗାଆନ୍ତି। ବିହାର ଅଞ୍ଚଳରେ ଦୋଳଯାତ୍ରା ସମୟରେ ଏହିପରି ବେଶଧାରଣ କରି ଯାତ୍ରାରେ ବାହାରି ଗୀତ ବୋଲିବା ବ୍ଯକ୍ତିଙ୍କୁ 'ସର୍ରା' ବା 'ଯୋଗିରା' କହନ୍ତି।]