ସଙ୍ଗା Saṅgā
- ଦେ. ବି (ସନ୍ଜ୍ ଧାତୁ=ସଂଲଗ୍ନ ହେବା) — ଚାଳ ତଳେ ଓ କାନ୍ଥ ଉପରେ ବାଉଁଶ ପକାଇ ଦ୍ରବ୍ୟାଦି ରଖିବା ନିମନ୍ତେ କରାଯିବା ଭାଡ଼ି — A scaffolding made of bamboos inside the triangular thatch
- ଦେ. ବି (ସନ୍ଜ୍ ଧାତୁ=ସଂଲଗ୍ନ ହେବା) — [ଦ୍ର—ବରଷାରେ ଜାଳ ଲାଗି ହେଲୁଁ ହରବର, ସଙ୍ଗାରେ ଥିଲା ସେ ତାକୁ ଦେଖିଲା ମାଇପ, ସବୁଯାକ ଜାଳିଜୁଳି ରାନ୍ଧି ଦେଲା ଭାତ। ଭିକାରୀ, କଟକବିଜୟ।]
- ଦେ. ବି (ସନ୍ଜ୍ ଧାତୁ=ସଂଲଗ୍ନ ହେବା) — (ସଂ. ସଙ୍ଗମ) ସଙ୍ଘିବା; ପଶୁମାନଙ୍କର ମୈଥୁନ — Copulation of beasts (i.e. a bull-copulating with a cow)
- ପ୍ରାଦେ. (ସିଂହଭୂମ) ବି — ଘରର ଉରା — The cross-beam of a thatched house
- ପ୍ରାଦେ. (ସିଂହଭୂମ) ବି — (ତୁଳ. ହି. ସଗାଇ)— (ବାଲେଶ୍ୱର, ଧଳଭୂମ, ମେଦିନୀପୁର) ବି—ଶୂଦ୍ରମାନଙ୍କ 'ଦୁତୀୟ' ବିବାହ ପ୍ରଥା — Widow marriage amongst the Ṡūdras
- ଦେ. ବିଣ. ପୁଂ — ଶକଟ ବହନକାରୀ — A bullock which draws carts
- ଦେ. ବିଣ. ପୁଂ — (ପୁଂ ଓ ସ୍ତ୍ରୀ) ଯେଉଁ ପଶୁ ମୈଥୁନ କରିଅଛି; କୃତସଙ୍ଗମ — (a beast) Which has already copulated