ସଗଣ Sagaṇa

  • ସଂ. ବିଣ (ବହୁବ୍ରୀହି; ସ=ସହିତ+ଗଣ=ଅନୁଚର; ଆପଣା ଜାତୀୟ ବସ୍ତୁ ବା ବ୍ଯକ୍ତି) — ସାନୁଚର — Accompanied with one's retinue; attended by one's followers
  • ସଂ. ବିଣ (ବହୁବ୍ରୀହି; ସ=ସହିତ+ଗଣ=ଅନୁଚର; ଆପଣା ଜାତୀୟ ବସ୍ତୁ ବା ବ୍ଯକ୍ତି) — ସଦଳ; ଆପଣା ଦଳୀୟ ବା ଜାତୀୟ ବସ୍ତୁମାନଙ୍କ ବା ବ୍ଯକ୍ତିମାନଙ୍କ ସହିତ — Accompanied with the members of one's own class
  • ସଂ. ବିଣ (ବହୁବ୍ରୀହି; ସ=ସହିତ+ଗଣ=ଅନୁଚର; ଆପଣା ଜାତୀୟ ବସ୍ତୁ ବା ବ୍ଯକ୍ତି) — (ସ=ସମାନ ଅଟେ ଗଣ ଯାହାର) ଆପଣା ଜାତୀୟ, ଏକ— ଜାତୀୟ — Of the same class
  • ସଂ. ବି — ଯେଉଁ ତିନୋଟି ବର୍ଣ୍ଣ ଛନ୍ଦରେ ବ୍ଯବହୃତ ହୋଇଥାଏ — The three letters that are used in a metrical composition
  • ସଂ. ବି — [ଦ୍ର—ଏହି ତିନୋଟି ବର୍ଣ୍ଣ ମଧ୍ୟରୁ ପ୍ରଥମ ଦୁଇ ବର୍ଣ୍ଣ ଲଘୁ ଓ ଶେଷ ବର୍ଣ୍ଣଟି ଗୁରୁ।]
  • ଦେ. କ୍ରି. ବିଣ — ସଦଳବଳ ହୋଇ — In company with one's attendants and companions
  • ଦେ. କ୍ରି. ବିଣ — [ଉ—ସଗଣେ ବସିଲେ ସୁନ୍ଦର ରଥେ। ମଧୁସୂଦନ, କବିତାବଳୀ]