ଷଡ୍ଗ Shaṟḍ̠-ga
- ସଂ. ବି (ଷଟ୍=ଛଅ+ଜନ୍ ଧାତୁ=ଜାତ ହେବା+ କର୍ତ୍ତୃ. ଅ; ଷଟ୍+ଗମ୍ ଧାତୁ+କର୍ତ୍ତୃ. ଅ; ଏହା ଛଅ ସ୍ଥାନରୁ ଉତ୍ପନ୍ନ ହୁଏ ବୋଲି ଏହି ନାମ; ଯଥା—କଣ୍ଠ, ତାଳୁ, ଜିହ୍ୱା, ଦନ୍ତ, ନାସା, ଓ ଉରଃ) — ମୟୂରର କେକା; ମୟୂରର କଣ୍ଠ ଧ୍ୱନି — The sound or crowing of the peacock
- ସଂ. ବି (ଷଟ୍=ଛଅ+ଜନ୍ ଧାତୁ=ଜାତ ହେବା+ କର୍ତ୍ତୃ. ଅ; ଷଟ୍+ଗମ୍ ଧାତୁ+କର୍ତ୍ତୃ. ଅ; ଏହା ଛଅ ସ୍ଥାନରୁ ଉତ୍ପନ୍ନ ହୁଏ ବୋଲି ଏହି ନାମ; ଯଥା—କଣ୍ଠ, ତାଳୁ, ଜିହ୍ୱା, ଦନ୍ତ, ନାସା, ଓ ଉରଃ) — ତନ୍ତ୍ରୀ ଓ ବୀଣାଦିରୁ ଉତ୍ଥିତ ପ୍ରଥମ ସ୍ୱର; ହିନ୍ଦୁ ସଙ୍ଗୀତର ସ୍ୱରଗ୍ରାମର ଆଦ୍ୟ ସ୍ୱର (ଏହା ମୟୂର କଣ୍ଠ—ନିଃସୃତ ସ୍ୱର ତୁଲ୍ୟ, ଏହାର ସଙ୍କେତ 'ସା') — The 1st tone of the Hindu gamut
- ସଂ. ବି (ଷଟ୍=ଛଅ+ଜନ୍ ଧାତୁ=ଜାତ ହେବା+ କର୍ତ୍ତୃ. ଅ; ଷଟ୍+ଗମ୍ ଧାତୁ+କର୍ତ୍ତୃ. ଅ; ଏହା ଛଅ ସ୍ଥାନରୁ ଉତ୍ପନ୍ନ ହୁଏ ବୋଲି ଏହି ନାମ; ଯଥା—କଣ୍ଠ, ତାଳୁ, ଜିହ୍ୱା, ଦନ୍ତ, ନାସା, ଓ ଉରଃ) — [ଦ୍ର—ଏହା ସଙ୍ଗୀତର ମୂଳସ୍ୱର — (keynote)ଅଟେ ଏଥିରୁ ଅନ୍ଯ ଛଅଟି ସ୍ୱର (ବା ସୂର୍, ଯଥା—ଋଷଭ=ରି, ଗାନ୍ଧାର= ଗା, ମଧ୍ୟମ=ମା, ପଞ୍ଚମ=ପା, ଧୈବତ=ଧା ଓ ନିଷାଦ =ନି) ଉତ୍ପନ୍ନ ହୁଏ 'ଷଡ଼ଜ' ସ୍ୱରକୁ ହିନ୍ଦିରେ 'ଖଡ଼୍ଜ' 'ଖରଜ' ବୋଲାଯାଏ]