ଶୌଚ Ṡa̲u̲cha
- ସଂ. ବି—(ଶୁଚି=ପବିତ୍ର+ଭାବାର୍ଥେ. ଅ) — ଶୁଦ୍ଧି — Purification
- ସଂ. ବି—(ଶୁଚି=ପବିତ୍ର+ଭାବାର୍ଥେ. ଅ) — ଯଥାଶାସ୍ତ୍ର ଦେହଶୁଦ୍ଧି — Purification of the body according to the injunctions of the Ṡāstras
- ସଂ. ବି—(ଶୁଚି=ପବିତ୍ର+ଭାବାର୍ଥେ. ଅ) — ଶୁଚିତା; ପବିତ୍ରତା — Purity
- ସଂ. ବି—(ଶୁଚି=ପବିତ୍ର+ଭାବାର୍ଥେ. ଅ) — ଶାସ୍ତ୍ରବିହିତ ଆଚାର ଦ୍ୱାରା ଦେହକୁ ଓ ମନକୁ ପବିତ୍ର ରଖିବା — Keeping the body and the mind clean by following Ṡāstric injunctions
- ସଂ. ବି—(ଶୁଚି=ପବିତ୍ର+ଭାବାର୍ଥେ. ଅ) — [ଦ୍ର—ଅଭକ୍ଷ୍ୟ ବସ୍ତୁର ପରିହାର, ଅନିନ୍ଦିତ ବ୍ଯକ୍ତିର ସଂସର୍ଗ ଓ ସ୍ୱଧର୍ମରେ ଅବସ୍ଥାନ କରିବାକୁ ଶୌଚ ବୋଲାଯାଏ (ଏକାଦଶୀ ତତ୍ତ୍ୱ)। ଯେତେ ପ୍ରକାର ଶୌଚ ଅଛି, ତନ୍ମଧ୍ୟରେ ଅର୍ଥଶୌଚ ପ୍ରଧାନ। ଅର୍ଥାର୍ଜନ ବିଷୟରେ ଅଶାସ୍ତ୍ରୀୟ ଉପାୟ ଅବଲମ୍ବନ ନକରି ଶାସ୍ତ୍ରସଙ୍ଗତ ଉପାୟରେ ଯେ ଅର୍ଥାର୍ଜନ କରନ୍ତି ଓ ତାହା ରକ୍ଷା କରନ୍ତି ତାଙ୍କୁ ଅର୍ଥଶୁଚି ବୋଲାଯାଏ। ଶୌଚ ପାଞ୍ଚ ପ୍ରକାର—ସତ୍ୟ— ଶୌଚ, ମନଃଶୌଚ, ଇନ୍ଦ୍ରିୟନିଗ୍ରହ, ସର୍ବଭୂତରେ ଦୟା ଓ ଦେହଶୌଚ। ବିଦ୍ୱାନ୍ମାନଙ୍କର କ୍ଷମାହିଁ ଶୌଚ; ଅକାର୍ଯ୍ୟ— କାରୀମାନେ ଦାନ ଦ୍ୱାରା, ପ୍ରଚ୍ଛନ୍ନପାପୀ ଜପଦ୍ୱାରା, ବେଦବିଦ୍ ବ୍ରାହ୍ମଣ ତପସ୍ୟା ଦ୍ୱାରା, ପରପୁରୁଷାଭିଳାଷ ହେତୁ ଦୂଷିତ— ମନାଃ ସ୍ତ୍ରୀ ରଜସ୍ୱଳା ହେବାଦ୍ୱାରା, ମଳବହା ନଦୀ ସ୍ରୋତ ଦ୍ୱାରା, ଦ୍ୱିଜୋତ୍ତମ ପ୍ରବ୍ରଜ୍ୟାଦ୍ୱାରା, ମନଃ ସତ୍ୟ ଦ୍ୱାରା, ଜୀବାତ୍ମା ବିଦ୍ଯା ଓ ତପସ୍ୟା ଦ୍ୱାରା ଓ ବୁଦ୍ଧି ଜ୍ଞାନ ଦ୍ୱାରା ଶୌଚ ଲାଭ କରନ୍ତି। ଏମାନଙ୍କୁ ଶାରୀରିକ ଶୌଚ ବୋଲାଯାଏ। ମୃତ୍ତିକା ଓ ଜଳାଦି ଦ୍ୱାରା ଶାରୀରିକ ଶୁଦ୍ଧିକୁ ବାହ୍ୟ ଶୌଚ ଓ ଇନ୍ଦ୍ରିୟାଦି ସଞ୍ଜମ ଦ୍ୱାରା ମନଃଶୁଦ୍ଧିକୁ ଆଭ୍ୟନ୍ତର ଶୌଚ ବୋଲାଯାଏ—(ବିଶ୍ୱକୋଷ)।]
- ସଂ. ବି—(ଶୁଚି=ପବିତ୍ର+ଭାବାର୍ଥେ. ଅ) — ନିର୍ମଳତା — Cleanliness
- ସଂ. ବି—(ଶୁଚି=ପବିତ୍ର+ଭାବାର୍ଥେ. ଅ) — କୁଟୁମ୍ବରେ ମୃତ୍ୟୁ ବା ଜନ୍ମ ଘଟିଲେ ନିର୍ଦ୍ଦିଷ୍ଟ ଦିବସରେ ଶୁଦ୍ଧିକ୍ରିୟା — Purificatory rite performed after a death or birth amongst kinsmen
- ସଂ. ବି—(ଶୁଚି=ପବିତ୍ର+ଭାବାର୍ଥେ. ଅ) — ଛଅଞ୍ଚି ହେବା; ଝାଡ଼ା ଫେରିଲା ପରେ ପାଣି ସାରିବା; ମଳତ୍ୟାଗାନ୍ତ ଜଳଦ୍ୱାରା ଗୃଦାଦିର ପ୍ରକ୍ଷାଳନ — Cleansing and washing the private parts etc after answering a call of nature; ablution after evacuation