ଶୋଲ Ṡola

  • ଦେ.ବି (ସଂ. ଅଳମ୍ବୂଷା) — ଶିମ୍ବାଦି ବର୍ଗର ଜଳଜ ଶାକଲତା ବିଶେଷ — An acquatic creeping plant; Neptunia Oleracia Indian cork plant; Aeschyno- mene Aspera
  • ଦେ.ବି (ସଂ. ଅଳମ୍ବୂଷା) — [ଦ୍ର— ଏହାର ପତ୍ର ଲାଜକୁଳି ପତ୍ର ପରି ଆକୃତିବିଶିଷ୍ଟ ଓ ଏହାକୁ ଧଇଲେ ବା ଏ ଗଛରେ ଆଘାତ କଲେ ଏହାର ପତ୍ରମାନ ବୁଜି ହୋଇଯାଏ। ଏହା ଦେହରେ କଣ୍ଟା ନ ଥାଏ। ଏଥିର ଡାଙ୍ଗର ଭିତର ଧଳା, ହାଲୁକା; ଫୁଲ ନାରଙ୍ଗବର୍ଣ୍ଣ । ଏହାକୁ ଶୁଖାଇ ମାଳିମାନେ ମକୁଟ, ଫୁଲ ଆଦି କରନ୍ତି ଓ ଚକମକିରୁ ନିଆଁ ଝାଡ଼ି ଏଥି ଉପରେ ପକାଇବା ପାଇଁ ଏହା ବ୍ଯବହୃତ ହୁଏ। ଏହା ପାଣିରେ ଭାସେ। କେଉଟମାନେ ଏହାକୁ ଗୋଛା କରି ବାନ୍ଧି ଟିପେଇ କରନ୍ତି ଓ ଜାଲର ଅଗରେ ଏହାକୁ ବାନ୍ଧିଲେ ଏହା ଜାଲକୁ ପାଣିରେ ଭସାଇ ରଖେ।
  • ଦେ.ବି (ସଂ. ଅଳମ୍ବୂଷା) — ବୈଦ୍ୟଶାସ୍ତ୍ର ଅନୁସାରେ ଏହା ଲଘୁ, ମଧୁରରସ ଓ କୃମି ଏବଂ ପିତ୍ତନାଶକ। ଶୁଖିଲା ଶୋଲକୁ ଚିପି ଦେଲେ ସଂକୀର୍ଣ୍ଣ ହୋଇଯାଏ ଓ ପାଣିରେ ବତୁରି ଗଲେ ଫୁଲିଯାଏ। ଏଥିପାଇଁ ସ୍ତ୍ରୀଲୋକମାନେ ନାକ କାନର ଛିଦ୍ରକୁ ବଡ଼ କରିବାକୁ ଛିଦ୍ର ମଧ୍ୟରେ ଶୋଲ ଦିଅନ୍ତି।
  • ଦେ.ବି (ସଂ. ଅଳମ୍ବୂଷା) — ଆଉ ଗୋଟିଏ ହାଲୁକା କାଠଯୁକ୍ତ ଜଳଜ ଗୁଳ୍ମକୁ କାଠଶୋଲ ବୋଲାଯାଏ। ଏହା ଜୟନ୍ତି ଗଛତୁଲ୍ୟ — (sesbania Paludosa, the sponge-wood.)ଫୁଲ ପୀତବର୍ଣ୍ଣ ଓ ମଧ୍ୟରେ ରକ୍ତନୀଳ ଚିହ୍ନିତ କାଠ ଶୋଲ ପରି ଲଘୁ, କିନ୍ତୁ କୋମଳ ନୁହେଁ କେଉଟମାନେ ଏହାକୁ ଜାଲ ଅଗରେ ବାନ୍ଧନ୍ତି]
  • ଦେ.ବି (ସଂ. ଅଳମ୍ବୂଷା) — ଶୋଲ ପରି ଖୁବ୍ ହାଲୁକା ପଦାର୍ଥ — A light thing like ṡola
  • ଦେ.ବି (ସଂ. ଅଳମ୍ବୂଷା) — [ଦ୍ର— ହରି ବୋଲ ଭାଇ ଗୋବିନ୍ଦ ବୋଲ, ଭାସିଲା ପଥର ବୁଡ଼ିଲା ଶୋଲ—ପ୍ରବଚନ। କୌଣସି ଅସମ୍ଭବ କଥା ଉପଲକ୍ଷ୍ୟରେ ଲୋକେ ଏ ପ୍ରବଚନ ବୋଲନ୍ତି।]
  • ଦେ.ବି (ସଂ. ଅଳମ୍ବୂଷା) — ପୁରୁଣା ସିଝୁଗଛର ଛେଲି — The bark of old euphorbia tree
  • ଦେ.ବି (ସଂ. ଅଳମ୍ବୂଷା) — [ଦ୍ର—ଏହା ଅତ୍ୟନ୍ତ ହାଲୁକା ଥିବାରୁ କେଉଟମାନେ ଜାଲର ଅଗରେ ଲଗାନ୍ତି।]