ଶୋଭା Ṡobhā
- ସଂ. ବି—(ଶୁଭ୍ ଧାତୁ+କରଣ. ଅ+ଆ) — କାନ୍ତି; ଦୀପ୍ତି — Lustre; radiance; brilliance; grandeur
- ସଂ. ବି—(ଶୁଭ୍ ଧାତୁ+କରଣ. ଅ+ଆ) — [ଦ୍ର—ରୂପଭୋଗାଦିଦ୍ୱାରା ଅଙ୍ଗ— ଭୂଷଣକୁ ଶୋଭା ବୋଲାଯାଏ। ସେ ଶୋଭା ମନ୍ମଥୋପ୍ଯାୟନୋଜ୍ଜ୍ୱଳା (କାମର ପ୍ରୀତିଦ୍ୱାରା ସମୁଜ୍ଜ୍ୱଳ) ହେଲେ ତାକୁ କାନ୍ତି ବୋଲାଯାଏ (ଉଜ୍ଜ୍ୱଳ ନୀଳମଣି)। ଶୋଭାନାୟକମାନଙ୍କର ସାତ୍ତ୍ୱିକ ଗୁଣ ଶୋଭା, ବିଳାସ, ମାଧୁର୍ଯ୍ୟ, ଗାମ୍ଭୀର୍ଯ୍ୟ, ଧୈର୍ଯ୍ୟ ଇତ୍ୟାଦି ଗୁଣ ମଧ୍ୟରୁ ଶୋଭାର ଗୁଣ ସାତ୍ୱିକ ଅଟେ। ଶୌର୍ଯ୍ୟ, ଦକ୍ଷତା, ସତ୍ୟଭାଷଣ, ମହୋତ୍ସାହ, ଅନୁରାଗିତା, ନୀଚଜନ ପ୍ରତି ଘୃଣା, ଅଧିକ ଜନ ପ୍ରତି ସ୍ପର୍ଦ୍ଧା ବା ବିଜିଗୀଷା ଏ ସବୁ ଗୁଣ ଶୋଭାରେ ବିଦ୍ଯମାନ। ରୂପ, ଯୌବନ, ଲାଳିତ୍ୟ ଭୋଗାଦିଦ୍ୱାରା ଅଙ୍ଗ ଭୂଷଣର ନାମ ଶୋଭା। ଅର୍ଥାତ୍ ରୂପ ଯୌବନର ଅନୁଗାମୀ ସୌନ୍ଦର୍ଯ୍ୟବର୍ଦ୍ଧକ ଅଙ୍ଗଭୂଷଣକୁ ଶୋଭା ବୋଲାଯାଏ। ଏହି ଶୋଭା କାମଦେବଙ୍କଦ୍ୱାରା ବର୍ଦ୍ଧିତ ହେଲେ ତାକୁ କାନ୍ତି ବୋଲାଯାଏ। ସ୍ତ୍ରୀମାନଙ୍କର ଯୌବନଜନିତ ସ୍ୱାଭାବିକ ସୌନ୍ଦର୍ଯ୍ୟର ନାମ ଶୋଭା। ଏହା ବେଶଭୂଷାଦିଦ୍ୱାରା ବର୍ଦ୍ଧିତ ହେଲେ ତାହା କାନ୍ତି ବୋଲାଏ। ବିଶ୍ୱକୋଷଦ୍ୱାରା ଉଦ୍ଧୃତ, ସାହିତ୍ୟ ଦର୍ପଣ।]
- ସଂ. ବି—(ଶୁଭ୍ ଧାତୁ+କରଣ. ଅ+ଆ) — ସୌନ୍ଦର୍ଯ୍ୟ — Beauty; grace
- ସଂ. ବି—(ଶୁଭ୍ ଧାତୁ+କରଣ. ଅ+ଆ) — ହଳଦୀ; ହରିଦ୍ରା — Turmeric
- ସଂ. ବି—(ଶୁଭ୍ ଧାତୁ+କରଣ. ଅ+ଆ) — ଗୋରଚନା — A yellow pigment obtained from the cows
- ସଂ. ବି—(ଶୁଭ୍ ଧାତୁ+କରଣ. ଅ+ଆ) — ଧଳା ଜାଇଫୁଲ (ବିଶ୍ୱକୋଷ) — Jasminum Grandiflorum
- ସଂ. ବି—(ଶୁଭ୍ ଧାତୁ+କରଣ. ଅ+ଆ) — ଗୋପୀବିଶେଷ (ବିଶ୍ୱକୋଷ) — Name of a Gopī
- ସଂ. ବି—(ଶୁଭ୍ ଧାତୁ+କରଣ. ଅ+ଆ) — [ଦ୍ର— ବ୍ରହ୍ମବୈବର୍ତ୍ତ ପୁରାଣ ମତରେ ଏହି ଶୋଭାନାମ୍ନୀ ଗୋପୀ ଦେହ ପରିତ୍ୟାଗ କରି ଚନ୍ଦ୍ରମଣ୍ଡଳକୁ ଗମନ କଲାବେଳେ ତାଙ୍କ ଶରୀର ସ୍ନିଗଧ ତେଜୋରୂପରେ ପରିଣତ ହେଲା ଓ ସେ ଏହି ତେଜକୁ ରତ୍ନ, ସ୍ୱର୍ଣ୍ଣ, ସ୍ତ୍ରୀମାନଙ୍କ ମୁଖମଣ୍ଡଳ, ପଦ୍ମ, କିଶଳୟ ଓ ପୁଷ୍ପ ପ୍ରଭୃତିଙ୍କ ମଧ୍ୟରେ ବାଣ୍ଟିଦେଲେ ଓ ଏହି କାରଣରୁ ଉକ୍ତ ଦ୍ରବ୍ୟମାନ ସ୍ୱାଭାବିକ ଶୋଭା ଧାରଣ କରି ଅଛନ୍ତି—ବିଶ୍ୱକୋଷ]
- ଦେ. ବି. ସ୍ତ୍ରୀ — ସ୍ତ୍ରୀ ଲୋକଙ୍କନାମ — Name given to females
- ସଂ. ବିଣ — ଶୋଭାମୟ; ସୁନ୍ଦର — Beautiful; grand; charming
- ସଂ. ବିଣ — [ଉ—ବଡ଼ ଶୋଭା ରଚିଅଛି ସମ୍ବର ପୁରେ। ଭଞ୍ଜ, ବୈଦେହୀଶବିଳାସ।]