ଶୋଣ Ṡoṇa
- ସଂ. ବିଣ (ଶୋଣ୍ ଧାତୁ+କର୍ମ. ଅ) — ରକ୍ତବର୍ଣ୍ଣବିଶିଷ୍ଟ — Red
- ସଂ. ବିଣ (ଶୋଣ୍ ଧାତୁ+କର୍ମ. ଅ) — [ଉ—ଶୋଣପଦ୍ମ ଚରଣ ବେନି ରତ୍ନମଞ୍ଜରୀ ସାଜେ— ପ୍ରତାପ, ଶଶିସେଣା।]
- ବି — (ନାଲିକଇଁ ଭଳି) ରକ୍ତବର୍ଣ୍ଣ — Red colour (like that of the red lily)
- ବି — ଅଗ୍ନି — Fire
- ବି — ମଙ୍ଗଳ ଗ୍ରହ — The planet Mars
- ବି — ରକ୍ତବର୍ଣ୍ଣ ଘୋଟକ — A red horse
- ବି — ସମୁଦ୍ର — The sea
- ବି — ଗଙ୍ଗାନଦୀର ଉପନଦୀ ବିଶେଷ — The river Sone, a tributary of the Ganges in Bihar
- ବି — [ଦ୍ର—ଏହାକୁ ନଦ ବୋଲାଯାଏ। ମଧ୍ୟଭାରତ ଜବଲପୁରର ଅମରକଣ୍ଟକ ଅଧିତ୍ୟକାରୁ 2।3 ଟି କ୍ଷୁଦ୍ର ନଦୀ ବାହାରି ଉତ୍ତରମୁଖ ହୋଇ ମଧ୍ୟ ଭାରତର ବଘେଲଖଣ୍ଡ ନିକଟରେ ମିଶି ସେହି ବାଟେ ଉତ୍ତରପୂର୍ବାଭିମୁଖରେ ଗତି କରି ଯୁକ୍ତ ପ୍ରଦେଶର ମଜଫରପୁର, ବିହାରର ସାହା— ବାଦ ଓ ଗୟା ଜିଲ୍ଲା ବାଟେ ଯାଇ ପାଟଣା ଜିଲ୍ଲାର ଦୀନା— ପୁରର 10 ମାଇଲ ଉତ୍ତର ପଶ୍ଚିମରେ ଦକ୍ଷିଣଦିଗକୁ ଯାଇ ଗଙ୍ଗାନଦୀରେ ପଡ଼ିଅଛି। ଏହାର ମଧ୍ୟ କେତେଗୁଡ଼ିଏ ଉପନଦୀ ଅଛି। ଏ ନଦୀର ପ୍ରାଚୀନ ନାମ ହିରଣ୍ୟବାହ। ଇଷ୍ଟ ଇଣ୍ଡିଆ ରେଳବାଇର କୈଳବାଡ଼ା ନାମକ ସ୍ଥାନରେ ରେଳ କମ୍ପାନି ଏ ନଦୀ ଉପରେ ଗୋଟିଏ ପୋଲ ( 4199 ଫୁଟ ଲମ୍ବ) ତିଆର କରାଇ ଅଛନ୍ତି। ବିହାର ପ୍ରଦେଶରେ ପାଟଣା, ଗୟା ଓ ସାହାବାଦ ଜିଲ୍ଲାର କ୍ଷେତରେ ପାଣି ମଡାଇବା ପାଇଁ ଏ ନଦୀରୁ କେନାଲମାନ ଖୋଳା ହୋଇଅଛି। ଡେହରୀ ଗ୍ରାମ ନିକଟରେ ନଦୀର ଜଳସ୍ରୋତକୁ ଅଟକାଇ ଆନିକଟଦ୍ୱାରା ସେଠାରେ ଗୋଟିଏ ବୃହତ ଜଳ— ଭଣ୍ଡାର କରି, ସେହି ଜଳଭଣ୍ଡାରରୁ ଏ କେନାଲମାନଙ୍କରେ କ୍ଷେତ୍ରକୁ ପାଣି ଦିଆଯାଉଅଛି—ବିଶ୍ୱକୋଷ।] — [ଦ୍ର—ଏହାକୁ ନଦ ବୋଲାଯାଏ ମଧ୍ୟଭାରତ ଜବଲପୁରର ଅମରକଣ୍ଟକ ଅଧିତ୍ୟକାରୁ23ଟି କ୍ଷୁଦ୍ର ନଦୀ ବାହାରି ଉତ୍ତରମୁଖ ହୋଇ ମଧ୍ୟ ଭାରତର ବଘେଲଖଣ୍ଡ ନିକଟରେ ମିଶି ସେହି ବାଟେ ଉତ୍ତରପୂର୍ବାଭିମୁଖରେ ଗତି କରି ଯୁକ୍ତ ପ୍ରଦେଶର ମଜଫରପୁର, ବିହାରର ସାହା— ବାଦ ଓ ଗୟା ଜିଲ୍ଲା ବାଟେ ଯାଇ ପାଟଣା ଜିଲ୍ଲାର ଦୀନା— ପୁରର10ମାଇଲ ଉତ୍ତର ପଶ୍ଚିମରେ ଦକ୍ଷିଣଦିଗକୁ ଯାଇ ଗଙ୍ଗାନଦୀରେ ପଡ଼ିଅଛି ଏହାର ମଧ୍ୟ କେତେଗୁଡ଼ିଏ ଉପନଦୀ ଅଛି ଏ ନଦୀର ପ୍ରାଚୀନ ନାମ ହିରଣ୍ୟବାହ ଇଷ୍ଟ ଇଣ୍ଡିଆ ରେଳବାଇର କୈଳବାଡ଼ା ନାମକ ସ୍ଥାନରେ ରେଳ କମ୍ପାନି ଏ ନଦୀ ଉପରେ ଗୋଟିଏ ପୋଲ (4199ଫୁଟ ଲମ୍ବ) ତିଆର କରାଇ ଅଛନ୍ତି ବିହାର ପ୍ରଦେଶରେ ପାଟଣା, ଗୟା ଓ ସାହାବାଦ ଜିଲ୍ଲାର କ୍ଷେତରେ ପାଣି ମଡାଇବା ପାଇଁ ଏ ନଦୀରୁ କେନାଲମାନ ଖୋଳା ହୋଇଅଛି ଡେହରୀ ଗ୍ରାମ ନିକଟରେ ନଦୀର ଜଳସ୍ରୋତକୁ ଅଟକାଇ ଆନିକଟଦ୍ୱାରା ସେଠାରେ ଗୋଟିଏ ବୃହତ ଜଳ— ଭଣ୍ଡାର କରି, ସେହି ଜଳଭଣ୍ଡାରରୁ ଏ କେନାଲମାନଙ୍କରେ କ୍ଷେତ୍ରକୁ ପାଣି ଦିଆଯାଉଅଛି—ବିଶ୍ୱକୋଷ]
- ବି — ରକ୍ତ— ବର୍ଣ୍ଣ ଇକ୍ଷୁ ବିଶେଷ — A species of red sugarcane
- ବି — ସ୍ୱର୍ଣ୍ଣପତ୍ରିକା; ସୁନାମକେଇ — Cassia Sonna, Senna)
- ବି — ସିନ୍ଧୁବାର; ବେଗୁନିଆ — Vitex Taifolia