ଶୈଳୂଷ Ṡa̲i̱lūsha
- ସଂ. ବି. ପୁଂ (ଶୀଳୂଷ+ବିଦ୍ୟାଭ୍ୟାସୀଅର୍ଥେ. ଅ) — ନଟ; ନର୍ତ୍ତକ — Dancer; actor
- ସଂ. ବି. ପୁଂ (ଶୀଳୂଷ+ବିଦ୍ୟାଭ୍ୟାସୀଅର୍ଥେ. ଅ) — [ଦ୍ର—ଶୀଳୂଷ ନାମରେ ଜଣେ ନୃତ୍ୟୋପଦେଶକ ଗନ୍ଧର୍ବ ବା ଋଷି ଥିଲେ।]
- ସଂ. ବି. ପୁଂ (ଶୀଳୂଷ+ବିଦ୍ୟାଭ୍ୟାସୀଅର୍ଥେ. ଅ) — (ଶୈଳ+ବସ୍ ଧାତୁ+ଅ) ଭିଲ ଆଦି ପାର୍ବତ୍ୟ ଜାତି — Bheel and other hilly tribes; the hillmen
- ସଂ. ବି. ପୁଂ (ଶୀଳୂଷ+ବିଦ୍ୟାଭ୍ୟାସୀଅର୍ଥେ. ଅ) — (ଶୀଳ+ନିନ୍ଦିତାର୍ଥେ+ଊଷ)—ଧୂର୍ତ୍ତବ୍ଯକ୍ତି; ଠକ — A cheat; an imposter
- ସଂ. ବି. ପୁଂ (ଶୀଳୂଷ+ବିଦ୍ୟାଭ୍ୟାସୀଅର୍ଥେ. ଅ) — (ଶୈଳ +ଊଷ; ଏ ଗଛ ପାର୍ବତ୍ୟ ସ୍ଥାନରେ ବେଶୀ ଜନ୍ମୁଥିବାରୁ) ବିଲ୍ୱ ବୃକ୍ଷ — The marmalos tree
- ସଂ. ବି. ପୁଂ (ଶୀଳୂଷ+ବିଦ୍ୟାଭ୍ୟାସୀଅର୍ଥେ. ଅ) — (ନାମ; ଶିଳୂଷ+ଅପତ୍ୟାର୍ଥେ ଅ)—ଗନ୍ଧର୍ବରାଜ — The name of the chief of Gandharbas
- ସଂ. ବି. ପୁଂ (ଶୀଳୂଷ+ବିଦ୍ୟାଭ୍ୟାସୀଅର୍ଥେ. ଅ) — [ଦ୍ର—ଗାନ୍ଧାର ରାଜ୍ୟ (ଆଧୁନିକ କାନ୍ଦାହାର) ଏହାଙ୍କ ରାଜ୍ୟ ଥିଲା। କେକୟରାଜଙ୍କ ପରାମର୍ଶରେ ଭରତଙ୍କ ପୁତ୍ରମାନେ ଶୈଳୁଷଙ୍କ ପୁତ୍ର ଗନ୍ଧର୍ବମାନଙ୍କୁ ଏ ରାଜ୍ୟରୁ ତଡ଼ି ଦେଇ ନିଜେ ଏ ରାଜ୍ୟ ଅଧିକାର କଲେ। ବିଭୀଷଣ ପତ୍ନୀ ସରମା ଶୈଳୂଷଙ୍କ କନ୍ଯା ଥିଲେ।]