ଶୁଳ୍କ Ṡuḻka

  • ସଂ. ବି — (ଶୁଳ୍ ଧାତୁ=ଗମନ କରିବା+କ; ବା ଶୁଳ୍କ୍ ଧାତୁ+ କର୍ମ. ଅ)
  • ସଂ. ବି — ରାଜକର ବିଶେଷ; ମାସୁଲ; ଟିକସ — Cess; fees; tax
  • ସଂ. ବି — ଦ୍ରବ୍ୟାଦିର ଆମଦାନି ରପ୍ତାନି ଉପରେ ରାଜାଙ୍କୁ ଦେୟ କର — Toll or duty leaved on goods or merchandise; customs duty
  • ସଂ. ବି — ଘାଟ ପାରି ମାସୁଲ [ବିଶ୍ୱକୋଷ] — Ferry-toll
  • ସଂ. ବି — [ଦ୍ର—ଘାଟରୁ, ବାଟରୁ ଓ ଦ୍ରବ୍ୟାଦିର କ୍ରୟ ବିକ୍ରୟ ସ୍ଥାନରୁ, ଜଳପଥରୁ, ସ୍ଥଳପଥରୁ ରାଜାଦେଶରେ ଯେଉଁ କର ଆଦାୟ ହୁଏ ତାକୁ ଶୁଳ୍କ ବୋଲାଯାଏ। ବିଶ୍ୱକୋଷ।]
  • ସଂ. ବି — ବିବାହାଦିରେ ପଣ; କନ୍ୟାକୁ ବିବାହ କରିବା ପାଇଁ ବରପକ୍ଷରୁ କନ୍ୟାକର୍ତ୍ତାଙ୍କୁ ଦିଆଯିବା ଧନ — Money given to the parents of a bride as the price of the bride
  • ସଂ. ବି — ଯୌତୁକ — Matrimonial presents
  • ସଂ. ବି — ବିକ୍ରି କରାଯିବା ବସ୍ତୁର ମୂଲ୍ୟ — Sale price or consideration money
  • ସଂ. ବି — ପଣ; ବାଜୀ — Wager