ଶିକା Ṡikā

  • ଦେ. ବି (ସଂ. ଶିକ୍ୟା) — ହାଣ୍ଡି, ଘଡ଼ି ଆଦି ଝୁଲାଇ ରଖିବା ନିମନ୍ତେ ବ୍ଯବହୃତ ରଜ୍ଜୁମୟ ଆଧାର — A net-work hanging basket of ropes used for suspending articles and pots; a hanging shelf made of ropes woven like a cage
  • ଦେ. ବି (ସଂ. ଶିକ୍ୟା) — [ଦ୍ର—ଏହାକୁ ଘରର ଚାଳରୁ ଓ ବାଉଁଶରୁ ଝୁଲାଇ ତହିଁରେ ଖାଦ୍ୟ ପାତ୍ରାଦି ରଖାଯାଏ।]
  • ଦେ. ବି (ସଂ. ଶିକ୍ୟା) — [ଉ— ବିରାଡ଼ି କପାଳକୁ ଶିକା ଛିଡ଼ିବା ନ୍ୟାୟ—ଶିକାରେ ରଖାଯାଇ ମଥାନରୁ ଝୁଲା ହୋଇଥିବା ଖାଦ୍ୟ ପଦାର୍ଥ (ଦୁଧ, ମାଛଆଦି) କୁ ବିରାଡ଼ି ଖାଇପାରେ ନାହିଁ। ଏଥିପାଇଁ ଭୂଇଁରେ ବସି ସତୃଷ୍ଣ ନୟନରେ ସେହି ଶିକାରେ ଥିବା ଦ୍ରବ୍ୟ ଆଡ଼କୁ ଅନାଇ ରହିଥାଏ। ଦୈବଗତ୍ୟା ଶିକାର ଦଉଡ଼ି ଛିଣ୍ଡିଗଲେ ଶିକାରେ ଥିବା ପାତ୍ର ଓ ଖାଦ୍ୟ ଭୂମିରେ ପଡ଼ିଯାଏ ଓ ବିରାଡ଼ି ତାହା ଖାଇବାକୁ ସମର୍ଥ ହୁଏ। କୌଣସି ଅସାଧ୍ୟ ବା ଅପ୍ରାପ୍ୟ ବସ୍ତୁ ତତ୍ପ୍ରତ୍ୟାଶୀ ବ୍ଯକ୍ତିକୁ ଦୈବଗତ୍ୟା ମିଳିଗଲେ ଏ ନ୍ଯୟର ଉଦାହରଣ ଦିଆଯାଏ।]
  • ଦେ. ବି (ସଂ. ଶିକ୍ୟା) — ବାହୁଙ୍ଗିରେ ଦୁଇ ପାଖରେ ବୋଝ (ଅଙ୍ଗା) ଝୁଲାଇ ଦ୍ରବ୍ୟ ବହିବା ନିମନ୍ତେ ବ୍ଯବହୃତ ରଜ୍ଜୁମୟ ଆଧାର — A sling or cage of ropes attached to either end of a pole which is carried across the shoulders and is used for carrying things in it
  • ବୈଦେ. ବି (ଆ) ସିକ୍କା (ଦେଖ) — Sikkā (See)