ଶାଡ଼ୀ Ṡa̲ṟḍ̠ī

  • ଦେ. ବି (ସଂ. ଶାଟୀ, ପ୍ରା ଶାଡ଼ି) — ସଧବା ସ୍ତ୍ରୀଙ୍କ ପରିଧେୟ ବସ୍ତ୍ର — Cloth worn by women whose husbands are alive
  • ଦେ. ବି (ସଂ. ଶାଟୀ, ପ୍ରା ଶାଡ଼ି) — (ଉ—ସୀମା ପାରି କରିଅଛ ମୋ ଶାଢ଼ୀ—କବିସୂର୍ଯ୍ଯ ରତ୍ନାକରଚମ୍ପୂ)
  • ଦେ. ବି (ସଂ. ଶାଟୀ, ପ୍ରା ଶାଡ଼ି) — [ଦ୍ର—ସଧବାମାନଙ୍କ ପରିଧେୟ ଶାଢ଼ୀରେ ଚଉଡ଼ା ଧଡ଼ି ଥାଏ, ଚଉଡା ମୁହଁ ଥାଏ; କିନ୍ତୁ ବିଧବାଙ୍କ ପରିଧେୟ ଭୁନିରେ ବା ଶୁଣ୍ଠିଆରେ ଧଡ଼ି ବା ମୁହୁଣ୍ଡା ନ ଥାଏ।]
  • ଦେ. ବି (ସଂ. ଶାଟୀ, ପ୍ରା ଶାଡ଼ି) — ରାଜାମାନଙ୍କର ମୃତବ୍ଯକ୍ତିର ଉତ୍ତରାଧିକାରୀକୁ ବା ପୋଷ୍ୟପୁତ୍ରକୁ ଏବଂ ରାଜୋପାଧିଭୂଷିତ ବ୍ଯକ୍ତିକୁ ଦେବା ସମ୍ମାନ ଓ ପଦବୀସୂଚକ ବସ୍ତ୍ର (ଏହାକୁ ଉକ୍ତ ବ୍ଯକ୍ତିର ମୁଣ୍ଡରେ ଗୁଡ଼ାଇ ଦିଆଯାଏ ବା ବାନ୍ଧି ଦିଆଯାଏ) — A piece of cloth tied round the head of an heir or adopted son of a deceased and that of a person on whom a Raj̄a confers a title in recognition of his heirship or of the title
  • ଦେ. ବି (ସଂ. ଶାଟୀ, ପ୍ରା ଶାଡ଼ି) — (ଉ—ବାହାରିଲେ ଗଣ୍ଠି ଆଳ ଅଳଂକୃତ ହୋଇ ବିଶ୍ୱକେତୁ ରଣାରମ୍ଭେ କି ସେ ଶାଢ଼ୀ ପାଇ—ଭଞ୍ଜ. ବୈଦେହୀଶବିଳାସ।)
  • ଦେ. ବି (ସଂ. ଶାଟୀ, ପ୍ରା ଶାଡ଼ି) — [ଦ୍ର— ମୁହୁଣ୍ଡା ଓ ଧଡ଼ି ଅନୁସାରେ ଶାଢ଼ୀର ନାମ ହୋଇଥାଏ। ଯଥା—ଫିତାଧଡ଼ିଆ, ପାଚା(ଛା)ପାଡ଼ିଆ, ପିଛାପାଡ଼ିଆ, ଜରି ଧଡ଼ିଆ, ଜରିମୁହାଁ, କୁମ୍ଭପକା, କାଙ୍ଗୁଲାପଡ଼ି, ଧଡ଼ିଶହଣ ଓ କୁମ୍ଭଧଡ଼ିଆ ଶାଢ଼ୀ। ଉପାଦାନ ଅନୁସାରେ ମଧ୍ୟ କେତେକ ଶାଢ଼ୀର ନାମକରଣ ହୋଇଥାଏ, ଯଥା— ମଠା ଶାଢ଼ୀ, ପାଟ ଶାଢ଼ୀ, ସୂତା ଶାଢ଼ୀ, କସ୍ତା ଶାଢ଼ୀ, ଟସର ଶାଢ଼ୀ, ସିଲ୍କ ଶାଢ଼ୀ, ଛିଟ ଶାଢ଼ୀ, ନେତ, ପାଟପତନୀ, ରତ୍ନ ଶାଢ଼ୀ ଇତ୍ୟାଦି।
  • ଦେ. ବି (ସଂ. ଶାଟୀ, ପ୍ରା ଶାଡ଼ି) — ବୁଣାହେବା ସ୍ଥାନରେ ନାମ ଅନୁସାରେ ମଧ୍ୟ ଶାଢ଼ୀର ନାମ ହୁଏ। ଯଥା
  • ଦେ. ବି (ସଂ. ଶାଟୀ, ପ୍ରା ଶାଡ଼ି) — ବିଲାତୀ, ମାଣିଆବନ୍ଦୀ, ଗୁଲନଗରୀ, କୁମ୍ଭକର୍ଣ୍ଣୀ, ବନାରସୀ, ଚନ୍ଦ୍ରକଣିଆ, ଦକ୍ଷିଣୀ, ହମ୍ବରୁ, ଗୋଦାବରୀ, ସୁରୁବୁଲୀ, ମୂକୁସାବାଜୀ, ବରମପୁରୀ, ଢକେଉ, (ପୁରୀ) ବଳଗଣ୍ଡିଆ, ଦାକ୍ଷିଣାତ୍ୟରେ ବୁଣାଯିବା ସରୁ ସୂତା ଶାଢ଼ୀ ଚେଲମ୍ ବା ଶେଲମ୍ ଶାଢ଼ୀ ଇତ୍ୟାଦି।
  • ଦେ. ବି (ସଂ. ଶାଟୀ, ପ୍ରା ଶାଡ଼ି) — ବୁଣିବା ଜାତିର ନାମ ଅନୁସାରେ ଶାଢ଼ୀର ନାମ ମଧ୍ୟ ହୁଏ। ଯଥା
  • ଦେ. ବି (ସଂ. ଶାଟୀ, ପ୍ରା ଶାଡ଼ି) — ବାଉରୀବୁଣା, ତଉଁରୀ ଶାଢ଼ୀ। ରଙ୍ଗ ଅନୁସାରେ ମଧ୍ୟ ଶାଢ଼ୀର ନାମ ହୋଇଥାଏ। ଯଥା
  • ଦେ. ବି (ସଂ. ଶାଟୀ, ପ୍ରା ଶାଡ଼ି) — ମୁଗେଇ, କଳାମେଘୀ, ପୀତାମ୍ବରୀ, ବସନ୍ତୀ, ନୀଳ ବା ନେଳିଆ, ଗୋଲାପୀ, ବିଦ୍ୟୁତ୍ପ୍ରଭା, କଳାବୋଇତ, ଶୁଆ— ପଖିଆ, ମୟୂରକଣ୍ଠିଆ, ହଳଦୀବସନ୍ତ, ଧୁପଛାୟା ଇତ୍ୟାଦି। ବିଶେଷ ବିଶେଷ ଜାତିଙ୍କ ପରିଧେୟ ଶାଢ଼ୀର ମଧ୍ୟ ନାମ ଅଛି—ଯଥା— ପାରସୀ, ବରମୀ, ବ୍ରାହ୍ମିକା ଶାଢ଼ୀ ଇତାଦି]
  • ଦେ. ବି (ସଂ. ଶାଟୀ, ପ୍ରା ଶାଡ଼ି) — ଦେବତାଙ୍କ ଭଣ୍ଡାରରୁ ବିଶିଷ୍ଟ ଦର୍ଶକଙ୍କୁ ସମ୍ମାନସ୍ୱରୂପ ଉପହାର ଦିଅଯିବା ବସ୍ତ୍ରଖଣ୍ଡ — A piece of cloth presented to a distinguished visitor to a shrine