ଶାଳୀ Ṡāḻī
- ସଂ. ବିଣ. ପୁଂ (ଶାଳିନ୍ ଶବ୍ଦ, ଅନ୍ଯ ଶବ୍ଦ ସହିତ ଯୁକ୍ତ ହୁଏ, ଯଥା — ପରାକ୍ରମଶାଳୀ, ଐଶ୍ୱର୍ଯ୍ଯଶାଳୀ; ଏହା ସଂସ୍କୃତ ବ୍ୟାକରଣର ପ୍ରତ୍ୟୟବିଶେଷ। ଅଛି ଅର୍ଥରେ ଶବ୍ଦରେ ଯୁକ୍ତ ହୁଏ)—ବିଶିଷ୍ଟ; ଯୁକ୍ତ — (Added to another word) Joined with; having; full of (similar to the English suffix 'ful' as in powerful)
- ସଂ. ବି (ସ୍ତ୍ରୀ) (ଶାଳ+ଈ)—କୃଷ୍ଣ ଜୀରକ; କଳାଜୀରା — Black variety of cumin seed; Nigella Sativa
- ସଂ. ବି (ସ୍ତ୍ରୀ) ମେଥି (ହି. ଶ) — Fenugreek
- ସଂ. ବି (ସ୍ତ୍ରୀ) ଶାଳପର୍ଣ୍ଣୀ (ହି. ଶ) — Ṡāḻaparṇṇī (See)
- ସଂ. ବି (ସ୍ତ୍ରୀ) ଦୁରାଲଭା (ହି. ଶ) — Durālabhā (See)
- ଦେ. ବି. ସ୍ତ୍ରୀ—(ସଂ. ଶ୍ୟାଳୀ) — ଆପଣା ସ୍ତ୍ରୀଙ୍କ କନିଷ୍ଠା ଭଗ୍ନୀ; ଶାଳିକା — Wife's younger sister
- ଦେ. ବି. ସ୍ତ୍ରୀ—(ସଂ. ଶ୍ୟାଳୀ) — [ଦ୍ର— ସ୍ତ୍ରୀଙ୍କ ବଡ଼ ଭଉଣୀଙ୍କୁ ଓଡ଼ିଆରେ ଦେଢ଼ଶାଶୁ ବୋଲାଯାଏ। ଶାଳୀଙ୍କ ସ୍ୱାମୀ ସଢୁ ଅଟନ୍ତି; ଶାଳୀଙ୍କ ପୁଅ ପୁତୁରା ଓ ତାଙ୍କ ଝିଅ ଝିଆରୀ ଅଟନ୍ତି; ଓଡ଼ିଆ ସାମାଜରେ ସ୍ତ୍ରୀଙ୍କ ବଡ଼ ଭଉଣୀ ଦେଢ଼ଶାଶୁ ଭଉଣୀଜୋଇଁଙ୍କର ପରିହାସସ୍ଥାନୀୟା ନୁହନ୍ତି; କେବଳ ସ୍ତ୍ରୀଙ୍କ ସାନ ଭଉଣୀ ଶାଳୀ ଭିଣେଇଙ୍କର ପରିହାସସ୍ଥାନୀୟା ଅଟନ୍ତି। ବଙ୍ଗୀୟ ସମାଜରେ ସ୍ତ୍ରୀଙ୍କର, କି ବଡ଼, କି ସାନ, ସବୁ ଭଉଣୀ ଶାଳୀ ଅଟନ୍ତି ଓ ଭିଣେଇଙ୍କର ପରିହାସସ୍ଥାନୀୟା ଅଟନ୍ତି।]
- ଦେ. ବି. ସ୍ତ୍ରୀ—(ସଂ. ଶ୍ୟାଳୀ) — ସ୍ତ୍ରୀଲୋକଙ୍କ ପ୍ରତି ବ୍ଯବହୃତ ଗାଳି — A term of vile abuse to a female
- ଦେ. ବି. ସ୍ତ୍ରୀ—(ସଂ. ଶ୍ୟାଳୀ) — [ଉ—ଗରିବର ମାଇପ ସମସ୍ତଙ୍କ ଶାଳୀ]
- ଦେ. ବି. ସ୍ତ୍ରୀ—(ସଂ. ଶ୍ୟାଳୀ) — [ଭିଣେ(ଣୋ)ଇ-ଆପୋକ୍ଷିକ ପୁଂଲିଙ୍ଗ ଶବ୍ଦ]