ଶାଲ୍ୱ Ṡālwa
- ସଂ. ବି (ଶାଳ+ସଂଜ୍ଞାର୍ଥେ. ବ) — ଉତ୍ତର ଭାରତସ୍ଥ ପ୍ରାଚୀନ ଦେଶ ବିଶେଷ; ମରୁ ଦେଶ — Name of an ancient country in North India
- ସଂ. ବି (ଶାଳ+ସଂଜ୍ଞାର୍ଥେ. ବ) — (ନାମ) ପ୍ରାଚୀନ ସୌଭ ରାଜ୍ୟର ଅଧୀଶ୍ୱର — Name of a king of the ancient Sāu̲bha kingdom
- ସଂ. ବି (ଶାଳ+ସଂଜ୍ଞାର୍ଥେ. ବ) — [ଦ୍ର—ମହାଭାରତରେ ଲେଖାଅଛି ଯେ, କାଶୀରାଜଙ୍କ କନ୍ଯା ଅମ୍ବା, ଅମ୍ବିକା ଓ ଅମ୍ବାଳିକାଙ୍କୁ ଭୀଷ୍ମ ହରଣ କରି ନେବା ସମୟରେ ଭୀଷ୍ମଙ୍କ ସଙ୍ଗେ ଶାଲ୍ୱଙ୍କର ଯୁଦ୍ଧ ହୋଇ ଥିଲା; ତହିଁରେ ଶାଲ୍ୱ ପରାସ୍ତ ହୋଇଥିଲେ। କାଶୀରାଜଙ୍କ କନ୍ଯା ଅମ୍ବା ଶାଲ୍ୱଙ୍କୁ ବିବାହ କରିବାକୁ ପୂର୍ବରୁ ଇଚ୍ଛା କରି ଥିଲେ। ଏହା ଜାଣିପାରି ଭୀଷ୍ମ ଅମ୍ବାଙ୍କୁ ଏହାଙ୍କ ପାଖକୁ ପଠାଇଦେଲେ। କିନ୍ତୁ ଏ ଅମ୍ବାଙ୍କୁ ଗ୍ରହଣ କଲେ ନାହିଁ। ଏ ଶିଶୁପାଳଙ୍କର ମିତ୍ର ଥିଲେ। ଶ୍ରୀକୃଷ୍ଣ ଶିଶୁପାଳଙ୍କୁ ମାରିବାପରେ ଶ୍ରୀକୃଷ୍ଣଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଶାଲ୍ୱ ଦ୍ୱାରାକାକୁ ଅବରୋଧ କଲେ ଓ ଏହି ଯୁଦ୍ଧରେ ଏ ଶ୍ରୀକୃଷ୍ଣଙ୍କଦ୍ୱାରା ନିହତ ହେଲେ—(ହି. ଶ)।]