ଶାକ୍ତ Ṡākta
- ସଂ. ବିଣ. ପୁଂ (ଶକ୍ତି=ଦୁର୍ଗା+ଉପାସକ ଅର୍ଥରେ ଅ) — ଦୁର୍ଗା ବା ଶକ୍ତି ଉପାସନାକାରୀ — Worshipping of the Goddess Durgā
- ସଂ. ବିଣ. ପୁଂ (ଶକ୍ତି=ଦୁର୍ଗା+ଉପାସକ ଅର୍ଥରେ ଅ) — ଦୁର୍ଗାଙ୍କ ମନ୍ତ୍ରରେ ଦୀକ୍ଷିତ — Initiated into the mystic incantation of Durgā
- ସଂ. ବିଣ. ପୁଂ (ଶକ୍ତି=ଦୁର୍ଗା+ଉପାସକ ଅର୍ଥରେ ଅ) — ତାନ୍ତ୍ରିକ; ତନ୍ତ୍ର— ସାଧକ — Performing tantric rituals
- ସଂ. ବିଣ. ପୁଂ (ଶକ୍ତି=ଦୁର୍ଗା+ଉପାସକ ଅର୍ଥରେ ଅ) — ଶକ୍ତି ସମ୍ବନ୍ଧୀୟ — Relating to Ṡakti
- ବି. ପୁଂ — ଶକ୍ତି ଉପାସକ — A devotee or worshipper of Durgā
- ବି. ପୁଂ — ତାନ୍ତ୍ରିକ ପୂଜକ — Worshipper of Durgā through tantric rituals
- ବି. ପୁଂ — [ଦ୍ର—ଶାକ୍ତମାନଙ୍କ ପୂଜା— ବିଧାନ ବୈଦିକ ପୂଜାରୁ ବିଭିନ୍ନ। ଶାକ୍ତମାନ ଇଶ୍ୱରଙ୍କ ଶକ୍ତିଙ୍କୁ ଶିବପତ୍ନୀ ଦୁର୍ଗାରୂପେ ଉପାସନା କରନ୍ତି। ଏ ଉପାସନା ପଦ୍ଧତି ଦୁଇ ପ୍ରକାର—ଦକ୍ଷିଣାଚାର ଓ ବାମା— ଚାର। ବାମାଚାରୀ ବା ବାମମାର୍ଗମାନଙ୍କ ପୂଜାରେ ପଞ୍ଚମ— କାରର ବ୍ଯବହାର ହୁଏ। ସ୍ତ୍ରୀଙ୍କ ଜନେନ୍ଦ୍ରେୟକୁ ଶକ୍ତିଙ୍କ ପ୍ରତୀକ ବୋଲି ମାନି ଶାକ୍ତମାନେ ବିଶିଷ୍ଟ ରୀତିରେ ଏଥିର ପୂଜା କରନ୍ତି—ହି. ଶ।]
- ବି. ପୁଂ — ଶକ୍ତି ଉପାସକ ହିନ୍ଦୁ ସମ୍ପ୍ରଦାୟ — The Hindu sect who are devotees of Ṡakti
- ବି. ପୁଂ — [ଦ୍ର—ହିନ୍ଦୁମାନେ ଉପାସ୍ୟ ଦେବତାଙ୍କ ନାମ ଅନୁସାରେ ବିଭିନ୍ନ ସମ୍ପ୍ରଦାୟରେ ଆଖ୍ୟାତ ହୁଅନ୍ତି। ଯଥା—ବିଷ୍ଣୁ ଉପାସକ ବୈଷ୍ଣବ, ଶିବ ଉପାସକ ଶୈବ, ଶକ୍ତି ଉପାସକ ଶାକ୍ତ, ଗଣପତି ଉପାସକ ଗାଣପତ୍ୟ ସୁର ଅର୍ଥାତ୍ ସୂର୍ଯ୍ୟ ଉପାସକ ସୌର। ଏହିପରି ବ୍ରହ୍ମଉପା— ସକମାନେ ଆପଣାକୁ ବ୍ରାହ୍ମାନାମରେ ଅଭିହିତ କରୁଅଛନ୍ତି।]