ଶଶା Ṡaṡā
- ଦେ. ବି. — (ସଂ. ଶଶକ) ଶଶକ; ଠେକୁଆ — The hare; rabbit
- ଦେ. ବି. — (ସଂ. ତ୍ରପୁଷୀ; ସଂ. ଶଷ୍ୟ; ବଙ୍ଗଳାରୁ ଅନୁକୃତ) କାକୁଡ଼ି; କଣ୍ଟିଆଳି କାକୁଡ଼ି — Cucumber; Cucumis Hardwickii
- ଦେ. ବି. — [ଦ୍ର—ଏହା କୁଷ୍ମାଣ୍ଡାଦି ବର୍ଗର କୃଷି— ଜାତ ଲତା ଓ ତହିଁର କଞ୍ଚାଖାଇ ଫଳ। ପତ୍ର ପଞ୍ଚଶାଖା ବା ଆଙ୍ଗୁଳ ଯୁକ୍ତ ଓ ରୋମଶ, ଫୁଲ ଈଷତ୍ ହଳଦିଆ। ଫଳ ଲମ୍ବ ଓ ଗୋଲ ଓ ଅର୍ବୁଦମୟ। ବସନ୍ତ କାଳରେ କ୍ଷେତରେ ଚାଷ କରି ଯେଉଁ ଫସଲ କରା ଯାଏ, ସେ ଫଳ 4।5 ଇଞ୍ଚ ଲମ୍ବ। ଏହାକୁ ବିଲ ଶଶା ବା ମୁଣ୍ଡି କାକୁଡ଼ି ବୋଲାଯାଏ। ବର୍ଷା ଦିନେ ଘର ବାଡ଼ିରେ ଯେଉଁ ଫସଲ ରଞ୍ଜା ଉପରେ ମାଡ଼େ, ସେ ଫଲର ସ୍ଥୂଳତା ପ୍ରାୟ 3 ଇଞ୍ଚ, ବ୍ୟାସ ଓ ଲମ୍ବ ପ୍ରାୟ 1୳ ଫୁଟ ପର୍ଯ୍ୟନ୍ତ ହୁଏ। ବୈଦ୍ୟଶାସ୍ତ୍ର ମତରେ ଏହା ମଧୁର ରସ, ଶୀତଳ, ଗୁରୁପାକ, ରୁଚିକର, ବଳନାଶକ, ମୂତ୍ରକାରକ, ଓ ଭ୍ରମ, ପିତ, ଦାହ, ପିପାସା, କ୍ଳାନ୍ତି, ରକ୍ତପିତ୍ତ ତଥା ବମନ ରୋଗରେ ଉପକାରକ। ଶ୍ୱେତ ଓ ନୀଳବର୍ଣ୍ଣ ଭେଦରେ ଶଶା ଦୁଇ ପ୍ରକାର। ନୀଳ ଅପେକ୍ଷା ଶ୍ୱେତ ଅଧିକ କଫକାରକ; ପକ୍ୱଶସା, ଅମ୍ଳ ରସ, ଉଷ୍ଣବୀର୍ଯ୍ଯ, ପିତ୍ତବର୍ଦ୍ଧକ ଓ ବାତ ନାଶକ। କାକୁଡ଼ି ମଞ୍ଜି ଶୀତଳ, ରୂକ୍ଷ, ମୂତ୍ରବର୍ଦ୍ଧକ ଏବଂ ପିତ୍ତ, ରକ୍ତ ଓ ମୂତ୍ରକୃଚ୍ଛ୍ର ରୋଗର ଉପଶମକାରକ। କାକୁଡ଼ି କଅଁଳ ଥିବା ଅବସ୍ଥାରେ ଖାଇବାକୁ ରୁଚିକର ଲାଗେ। ଫଳ ବୁଢ଼ା ହୋଇଗଲେ ତା ଚୋପା ଟାଣ ଓ ନାଲିଆ ହୁଏ ଏବଂ ଏହାକୁ କାଟି ତରକାରୀ ଓ ଆମ୍ବିଳ କରାଯାଏ। ଫୁଟି କାକୁଡ଼ି ମଧ୍ୟ ଏହି ଜାତୀୟ।] — [ଦ୍ର—ଏହା କୁଷ୍ମାଣ୍ଡାଦି ବର୍ଗର କୃଷି— ଜାତ ଲତା ଓ ତହିଁର କଞ୍ଚାଖାଇ ଫଳ ପତ୍ର ପଞ୍ଚଶାଖା ବା ଆଙ୍ଗୁଳ ଯୁକ୍ତ ଓ ରୋମଶ, ଫୁଲ ଈଷତ୍ ହଳଦିଆ ଫଳ ଲମ୍ବ ଓ ଗୋଲ ଓ ଅର୍ବୁଦମୟ ବସନ୍ତ କାଳରେ କ୍ଷେତରେ ଚାଷ କରି ଯେଉଁ ଫସଲ କରା ଯାଏ, ସେ ଫଳ45ଇଞ୍ଚ ଲମ୍ବ ଏହାକୁ ବିଲ ଶଶା ବା ମୁଣ୍ଡି କାକୁଡ଼ି ବୋଲାଯାଏ ବର୍ଷା ଦିନେ ଘର ବାଡ଼ିରେ ଯେଉଁ ଫସଲ ରଞ୍ଜା ଉପରେ ମାଡ଼େ, ସେ ଫଲର ସ୍ଥୂଳତା ପ୍ରାୟ3ଇଞ୍ଚ, ବ୍ୟାସ ଓ ଲମ୍ବ ପ୍ରାୟ1୳ଫୁଟ ପର୍ଯ୍ୟନ୍ତ ହୁଏ ବୈଦ୍ୟଶାସ୍ତ୍ର ମତରେ ଏହା ମଧୁର ରସ, ଶୀତଳ, ଗୁରୁପାକ, ରୁଚିକର, ବଳନାଶକ, ମୂତ୍ରକାରକ, ଓ ଭ୍ରମ, ପିତ, ଦାହ, ପିପାସା, କ୍ଳାନ୍ତି, ରକ୍ତପିତ୍ତ ତଥା ବମନ ରୋଗରେ ଉପକାରକ ଶ୍ୱେତ ଓ ନୀଳବର୍ଣ୍ଣ ଭେଦରେ ଶଶା ଦୁଇ ପ୍ରକାର ନୀଳ ଅପେକ୍ଷା ଶ୍ୱେତ ଅଧିକ କଫକାରକ; ପକ୍ୱଶସା, ଅମ୍ଳ ରସ, ଉଷ୍ଣବୀର୍ଯ୍ଯ, ପିତ୍ତବର୍ଦ୍ଧକ ଓ ବାତ ନାଶକ କାକୁଡ଼ି ମଞ୍ଜି ଶୀତଳ, ରୂକ୍ଷ, ମୂତ୍ରବର୍ଦ୍ଧକ ଏବଂ ପିତ୍ତ, ରକ୍ତ ଓ ମୂତ୍ରକୃଚ୍ଛ୍ର ରୋଗର ଉପଶମକାରକ କାକୁଡ଼ି କଅଁଳ ଥିବା ଅବସ୍ଥାରେ ଖାଇବାକୁ ରୁଚିକର ଲାଗେ ଫଳ ବୁଢ଼ା ହୋଇଗଲେ ତା ଚୋପା ଟାଣ ଓ ନାଲିଆ ହୁଏ ଏବଂ ଏହାକୁ କାଟି ତରକାରୀ ଓ ଆମ୍ବିଳ କରାଯାଏ ଫୁଟି କାକୁଡ଼ି ମଧ୍ୟ ଏହି ଜାତୀୟ]