ଶରୟୂ Ṡaraj̄ū
- ସଂ. ବି. (ଶୃ ଧାତୁ=ହିଂସା କରିବା+କର୍ତ୍ତୃ. ଅଯୁ, ବିକଳ୍ପେ ଅଯୁ) — ଅଯୋଧ୍ୟା ଦେଶସ୍ଥ ନଦୀ ବିଶେଷ — Name of a river in Aj̄odhyā
- ସଂ. ବି. (ଶୃ ଧାତୁ=ହିଂସା କରିବା+କର୍ତ୍ତୃ. ଅଯୁ, ବିକଳ୍ପେ ଅଯୁ) — [ଦ୍ର—ଶରଯୁ ନଦୀ ଘର୍ଘରା ନଦୀର ଗୋଟିଏ ଶାଖା ଅଟେ। ଏହା ହିମା— ଳୟର ଦକ୍ଷିଣପାର୍ଶ୍ୱରୁ ବାହାରି ଘର୍ଘରା ନଦୀ ସଙ୍ଗେ ବଢ଼ାଇଚ — (Bahraich)ଜିଲ୍ଲାରେ ମିଳିଅଛି ଘର୍ଘରା ନଦୀ ହିମା— ଳୟର ଉତ୍ତରପାର୍ଶ୍ୱରୁ ବାହାରି ହିମାଳୟକୁ ଭେଦ କରି ଆସିଅଛି ଶରଯୁ ଓ ଘର୍ଘରା ମିଳିତ ହେବା ପରେ ବହରାମ ଘାଟଠାରେ ହିମାଳୟରୁ ପ୍ରବାହିତ ଚଉକା ନାମକ ଅନ୍ଯ ଗୋଟିଏ ନଦୀ ଏଥିରେ ପଡ଼ିଅଛି ଓ ଏ ସମ୍ମିଳିତ ନଦୀମାନ ଗୋଗରା (ଘର୍ଘରା) ନାମରେ ପ୍ରବାହିତ ହୋଇ ଛପରା ନିକଟରେ ଉତ୍ତର ପଶ୍ଚିମ ଆଡ଼ୁ ଆସି ଗଙ୍ଗା ସଙ୍ଗେ ମିଶିଅଛି ଅଯୋଧ୍ୟା ସମ୍ମିଳିତ ଘର୍ଘରା ନଦୀର ଦକ୍ଷିଣ କୂଳରେ ଅବସ୍ଥିତ ଏ ସମ୍ମିଳିତ ଧାରକୁ କେହି କେହି ଘର୍ଘରା ଓ କେହି କେହି ସରଯୁ ନାମରେ ଅଭିହିତ କରନ୍ତି ଓ ଏଥିପାଇଁ ଅଯୋଧ୍ୟାନଗର ଶରଯୁ କୂଳରେ ଅବସ୍ଥିତ ଥିବା ରାମାୟଣାଦି ଗ୍ରନ୍ଥରେ ବର୍ଣ୍ଣିତ ହୋଇଅଛି
- ସଂ. ବି. (ଶୃ ଧାତୁ=ହିଂସା କରିବା+କର୍ତ୍ତୃ. ଅଯୁ, ବିକଳ୍ପେ ଅଯୁ) — ରାମ ଲକ୍ଷ୍ମଣ ଏହି ଶରଯୁ ନଦୀରେ ଝାସ ଦେଇ ସ୍ୱର୍ଗାରୋହଣ କରିଥିଲେ ଓ ଏହି ନଦୀ ତୀରରେ ମହାପୁରୁଷ ତୁଳସୀ ଦାସଙ୍କ ଆଶ୍ରମ ଥିଲା।]
- ଦେ. ବି. (ସ୍ତ୍ରୀ) — ସ୍ତ୍ରୀଲୋକଙ୍କୁ ଦିଆଯିବା ନାମ — Name given to females