ଶମ୍ବର Ṡambar

  • ସଂ. ବି. (ଶମ୍ବ୍ ଧାତୁ+କର୍ତ୍ତୃ. ଅକ) — ବୃହତ୍କାୟ ମୃଗ ବିଶେଷ — A species of large deer; the Ṡambar deer (having three-pronged antlers); Curvus Unicolour; Rusa Aristotelis; Rusa Equina
  • ସଂ. ବି. (ଶମ୍ବ୍ ଧାତୁ+କର୍ତ୍ତୃ. ଅକ) — [ଦ୍ର—ଏମାନେ ଘୋଡ଼ାଙ୍କ ପରି ବୃହତ୍କାୟ ଓ ପିଙ୍ଗଳବର୍ଣ୍ଣବିଶିଷ୍ଟ। ଏମାନଙ୍କ ଶିଙ୍ଗ ମୃଗ ଶିଙ୍ଗଠାରୁ ବଡ଼ ଓ ତ୍ରିଶାଖ; କିନ୍ତୁ ଏଥିର ଭିତର ଫମ୍ପା। ଏମାନଙ୍କ ଦେହ ଚିତ୍ରବର୍ଣ୍ଣ ନୁହେଁ। ଏହି ଜାତୀୟ ମୃଗମାନଙ୍କ ମାଂସକୁ ପାଣିରେ ସିଝାଇଲେ ସିଝାପାଣି ତଳେ ପାତ୍ରରେ କାଦୁଅ ପରି ମୃତ୍ତିକାର ସ୍ତର ବସିଯାଏ। ଓଡ଼ିଶାର ଗଡ଼ଜାତମାନଙ୍କରେ ଏମାନେ ପ୍ରଚୁର ପରିମାଣରେ ଦେଖାଯାଆନ୍ତି।]
  • ସଂ. ବି. (ଶମ୍ବ୍ ଧାତୁ+କର୍ତ୍ତୃ. ଅକ) — ବୃହତ୍କାୟ ସାମୁଦ୍ରିକ ମତ୍ସ୍ୟବିଶେଷ — A species of big sea-fish
  • ସଂ. ବି. (ଶମ୍ବ୍ ଧାତୁ+କର୍ତ୍ତୃ. ଅକ) — ମେଘ (ଆପ୍ତେ) — Cloud (Apte)
  • ସଂ. ବି. (ଶମ୍ବ୍ ଧାତୁ+କର୍ତ୍ତୃ. ଅକ) — ପର୍ବତ ବିଶେଷ — Name of a mountain
  • ସଂ. ବି. (ଶମ୍ବ୍ ଧାତୁ+କର୍ତ୍ତୃ. ଅକ) — ଯୁଦ୍ଧ — Battle
  • ସଂ. ବି. (ଶମ୍ବ୍ ଧାତୁ+କର୍ତ୍ତୃ. ଅକ) — ଶ୍ରେଷ୍ଠତା — Superiority
  • ସଂ. ବି. (ଶମ୍ବ୍ ଧାତୁ+କର୍ତ୍ତୃ. ଅକ) — ଚିତ୍ରକ ବୃକ୍ଷ; ଧଳାଚିତା ଗଛ — A tree; plumbago Zeylanica
  • ସଂ. ବି. (ଶମ୍ବ୍ ଧାତୁ+କର୍ତ୍ତୃ. ଅକ) — ଅର୍ଜୁନ ବୃକ୍ଷ — A tree, Terminalia Arjuna
  • ସଂ. ବି. (ଶମ୍ବ୍ ଧାତୁ+କର୍ତ୍ତୃ. ଅକ) — ବୌଦ୍ଧ ବିଶେଷ — A class of Buddhists
  • ସଂ. ବି. (ଶମ୍ବ୍ ଧାତୁ+କର୍ତ୍ତୃ. ଅକ) — ଜଳ; ବାରି — Water
  • ସଂ. ବି. (ଶମ୍ବ୍ ଧାତୁ+କର୍ତ୍ତୃ. ଅକ) — ଧନ — Wealth; riches