ଶମତା Ṡamatā
- ଦେ. ବି. (ଭ୍ରମାତ୍ମକ ପ୍ରୟୋଗ) — ନିବୃତ୍ତି — Cessation
- ଦେ. ବି. (ଭ୍ରମାତ୍ମକ ପ୍ରୟୋଗ) — ଶାନ୍ତି — Tranquility; calmness
- ଦେ. ବି. (ଭ୍ରମାତ୍ମକ ପ୍ରୟୋଗ) — ଉପଶମ — Assuaging; relief; alleviation
- ଦେ. ବି. (ଭ୍ରମାତ୍ମକ ପ୍ରୟୋଗ) — ମୁକ୍ତି — Liberation
- ଦେ. ବି. (ଭ୍ରମାତ୍ମକ ପ୍ରୟୋଗ) — [ଦ୍ର—'ଶମ' ଶବ୍ଦ ସଂସ୍କୃତଭାଷାରେ ଗୁଣବାଚକ ବା କ୍ରିୟା— ବାଚକ ବିଶେଷ୍ୟ, ତହିଁରେ 'ତା' ପ୍ରତ୍ୟୟ କରି ପୁଣି ବିଶେଷ୍ୟ ପଦ କରବା ବ୍ୟାକରଣ ବିରୁଦ୍ଧ। ପ୍ରକୃତିବାଦ ପ୍ରଭୃତି ବଙ୍ଗଳା ଅଭିଧାନମାନଙ୍କରେ ଏ ଶବ୍ଦ ସଂସ୍କୃତମୂଳକ ବୋଲି ସଙ୍କେତ କରାଯାଇ ଅଛି; ମାତ୍ର ବିଖ୍ୟାତ ସଂସ୍କୃତ ଅଭିଧାନପ୍ରଣେତା ଆପ୍ତେ ଓ ମନିଅର ଇଉଲିୟମ୍ 'ଶମତା' ଶବ୍ଦକୁ ସେମାନଙ୍କ ସଂସ୍କୃତ ଅଭିଧାନମାନଙ୍କରେ ସ୍ଥାନ ଦେଇ ନାହାନ୍ତି। ତେଣୁ ଏହାକୁ ଦେଶଜ ବା ଅସଂସ୍କୃତ ଶବ୍ଦରୂପେ ଆମ୍ଭେମାନେ ଗ୍ରହଣ କଲୁ।]