ଶବରୀ Ṡabarī
- ସଂ. ବି. ସ୍ତ୍ରୀ. (ଶବର+ସ୍ତ୍ରୀ. ଈ) — ଶବର ପତ୍ନୀ — A Ṡabara woman
- ସଂ. ବି. ସ୍ତ୍ରୀ. (ଶବର+ସ୍ତ୍ରୀ. ଈ) — ତ୍ରିକାଳଦର୍ଶିନୀ ତାପସୀ ବିଶେଷ — Name of a seeress
- ସଂ. ବି. ସ୍ତ୍ରୀ. (ଶବର+ସ୍ତ୍ରୀ. ଈ) — [ଦ୍ର— ଏ ଶବର ଜାତିର ଶ୍ରମଣାନାମ୍ନୀ ତପସ୍ୱିନୀ ଥିଲେ। ରାବଣ— ହୃତା ସୀତାଙ୍କ ଅନ୍ୱେଷଣକାରୀ ରାମଚନ୍ଦ୍ର ଏହାଙ୍କ ଆଶ୍ରମରେ ପହଞ୍ଚିବାରୁ ଏ ରାମଚନ୍ଦ୍ରଙ୍କୁ ଅଭ୍ୟର୍ଥନା କଲେ ଓ ତାଙ୍କ ଅନୁମତିରେ ତାଙ୍କ ସମ୍ମୁଖରେ ଚିତାଗ୍ନିରେ ପ୍ରବେଶ କରି ସ୍ୱର୍ଗଲାଭ କଲେ—ହି. ଶ।]
- ଦେ. ବି — ଓଡ଼ିଶାର କୋରାପୁଟ ଜିଲ୍ଲାର ଜୟପୁର ରାଜ୍ୟରେ ପ୍ରବାହିତ ନଦୀ ବିଶେଷ — Name of a tributary of the Godavari river flowing in the Joypore Estate in the Koraput district of Orissa
- ଦେ. ବି — [ଦ୍ର—ଏହା ପୂର୍ବଘାଟ ପର୍ବତରୁ ବାହାରି ପାର୍ବତ୍ୟ ବକ୍ଷରେ ପ୍ରପାତାକାରରେ ପଡ଼ି କୋରାପୁଟ ଓ ଜୟପୁର ନଗରର ଖଣ୍ଡଦୂରରେ ଜୟପୁର ରାଜ୍ୟବାଟେ ଯାଇ ଶିଲେରୁ ନାମକ ନଦୀ ସଙ୍ଗେ ମିଳିତ ହୋଇ ଉଦ୍ଦିଗୁଦେମ — (Vaddigudem)ନଗରଠାରେ ଗୋଦାବରୀ ନଦୀରେ ଉତ୍ତରଆଡ଼ୁ ମିଶିଅଛି]