ଶଙ୍ଖ Ṡaṅkha
- ସଂ. ବି (ଶମ୍ ଧାତୁ=ଶାନ୍ତ କରିବା+କର୍ତ୍ତୃ. ଖ; ଯେ ଆପଣାର ମଧୁର ଶବ୍ଦ ଦ୍ୱାରା ଜଗତକୁ ଶାନ୍ତ କରେ) — ଗେଣ୍ଡାଜାତୀୟ, କିନ୍ତୁ ଅପେକ୍ଷାକୃତ ବଡ଼ ସାମୁଦ୍ରିକ ପ୍ରାଣୀର କଠିନ ଶୁକ୍ଳବର୍ଣ୍ଣ ଆବରଣ ବା ଖୋଳ — A marine conch shell; Turbinella Rapa
- ସଂ. ବି (ଶମ୍ ଧାତୁ=ଶାନ୍ତ କରିବା+କର୍ତ୍ତୃ. ଖ; ଯେ ଆପଣାର ମଧୁର ଶବ୍ଦ ଦ୍ୱାରା ଜଗତକୁ ଶାନ୍ତ କରେ) — [ଦ୍ର—ଏହା ମଧ୍ୟରୁ ମାଂସ— ଗୁଡ଼ିକ ସଢ଼ିଗଲେ ଏହା ଜଳପାତ୍ରରୂପେ ବ୍ଯବହୃତ ହୁଏ ଏବଂ ହିନ୍ଦୁମାନେ ଦେବାରାଧନାଦିରେ ବ୍ଯବହୃତ ଜଳ ଏଥିରେ ରଖନ୍ତି। ଏହାର ପୃଷ୍ଠଭାଗର ଏକମୁଣ୍ଡରେ ଆବର୍ତ୍ତ ବା ଭଉଁରୀ ଥାଏ। ସେହି ଭଉଁରୀର ମୁଣ୍ଡକୁ ଛିଦ୍ର କରି ସେହି ବାଟେ ଫୁଙ୍କିଲେ ଉଚ୍ଚ ଓ ଗମ୍ଭୀର ସ୍ୱର ହୁଏ। ହିନ୍ଦୁମାନଙ୍କ ବିବାହାଦି ମଙ୍ଗଳ କାର୍ଯ୍ୟରେ ଓ ଦେବାଳୟରେ ଏହା ବଜାଯାଏ। ଏହା ପୂର୍ବେ ଯୁଦ୍ଧରେ ତୁରୀରୂପେ ବ୍ଯବହୃତ ହେଉଥିଲା। ଭିନ୍ନ ଭିନ୍ନ ଯୋଦ୍ଧାଙ୍କର ଶଙ୍ଖର ଭିନ୍ନ ଭିନ୍ନ ନାମ ଥିଲା—ଯଥା—ଶ୍ରୀକୃଷ୍ଣଙ୍କ ଶଙ୍ଖର ନାମ ପାଞ୍ଚଜନ୍ୟ, ଅର୍ଜ୍ଜୁନଙ୍କର ଦେବଦତ୍ତ, ଭୀମଙ୍କର ପୌଣ୍ଡ୍ର, ଯୁଧିଷ୍ଠିରଙ୍କର ଅନନ୍ତବିଜୟ, ନକୁଳଙ୍କର ସୁଘୋଷ ଓ ସହଦେବଙ୍କର ମଣିପୁଷ୍ପକ। ସିଂହଳ ଓ ତନ୍ନିକଟବର୍ତ୍ତୀ ସମୁଦ୍ରରୁ ସାଧାରଣତଃ ଶଙ୍ଖ ମିଳେ। ପୁରୀର ଉପକୁଳ ସମୁଦ୍ରରେ କ୍ଷୁଦ୍ର କ୍ଷୁଦ୍ର ଶଙ୍ଖ ମିଳେ। ଶଙ୍ଖକୁ କାଟି ବାହୁ ବଳୟ (ଶଙ୍ଖା) ତିଆରି କରନ୍ତି। ବୈଦ୍ୟଶାସ୍ତ୍ର ଅନୁସାରେ ଏହା ଉପରସ ମଧ୍ୟରେ ଗଣ୍ୟ। ଶଙ୍ଖର ଭସ୍ମ ଔଷଧରେ ଲାଗେ। ଶଙ୍ଖ ପୋଡ଼ିଲେ ଚୂନ ହୁଏ। ଶଙ୍ଖର ବର୍ଣ୍ଣ ଧଳା। କେତେକ ଶଙ୍ଖର ଆବର୍ତ୍ତ ଡାହାଣ ଆଡ଼କୁ ବୁଲିଥାଏ। ଏହାକୁ ଦକ୍ଷିଣାବର୍ତ୍ତକ ଶଙ୍ଖ କୁହାଯାଏ ସେହିପରି କେତେକ ଶଙ୍ଖ ବାମାବର୍ତ୍ତକ । ଦକ୍ଷିଣବର୍ତ୍ତକ ଶଙ୍ଖ କ୍ୱଚିତ୍ ମିଳେ ଓ ଦକ୍ଷିଣାବର୍ତ୍ତକ ଶଙ୍ଖ ଯାହାର ଥାଏ, ସେ ଆପଣାକୁ ଭାଗ୍ୟବାନ ମନେ କରେ। ସମୁଦ୍ରରେ ନାନାଜାତୀୟ ଓ ନାନା ଆକାରର ତଥା ବର୍ଣ୍ଣର ଶଙ୍ଖ ଦେଖା ଯାଆନ୍ତି। ସାଧାରଣତଃ ଶଙ୍ଖର ଆବର୍ତ୍ତ (ଭଉଁରୀ) ମାନ ବାମ ଆଡ଼କୁ ବୁଲିଥାଏ; ଏହାକୁ ବାମାବର୍ତ୍ତ ଶଙ୍ଖ ବୋଲାଯାଏ। କୌଣସି କୌଣସି ଶଙ୍ଖର ଆବର୍ତ୍ତ ଡାହାଣ ଆଡକୁ ବୁଲି ଥାଏ, ଏହାକୁ ଦକ୍ଷିଣାବର୍ତ୍ତ ଶଙ୍ଖ ବୋଲାଯାଏ ଓ ଏହା ଅତି ଶୁଭଦାୟକ ଓ ଧନବର୍ଦ୍ଧକ ବୋଲି ବିବେଚିତ। ବୈଦ୍ଯକ— ମତରେ ଶଙ୍ଖ ନେତ୍ରହିତକର, ପିତ୍ତ, କଫ, ରୁଧିରବିକାର, ବିଷଦୋଷ, ବାୟୁ, ଶୂଳ, ଶ୍ୱାସ, ଅଜୀର୍ଣ୍ଣ, ସଂଗ୍ରହଣୀ ରୋଗର ଉପକାରକ। ଦକ୍ଷିଣାବର୍ତ୍ତ ଶଙ୍ଖର ଗୁଣ ବାମାବର୍ତ୍ତ ଶଙ୍ଖ ଅପେକ୍ଷା ବେଶି।
- ସଂ. ବି (ଶମ୍ ଧାତୁ=ଶାନ୍ତ କରିବା+କର୍ତ୍ତୃ. ଖ; ଯେ ଆପଣାର ମଧୁର ଶବ୍ଦ ଦ୍ୱାରା ଜଗତକୁ ଶାନ୍ତ କରେ) — ଶଙ୍ଖ ଭସ୍ମ ଜ୍ୱର, କାଶ, ଶ୍ୱାସ, ଅତିସାର ଆଦି ରୋଗରେ ଉପକାରୀ। ଏହା ସ୍ତମ୍ଭକ ଓ ବାଜୀକରଣରୂପେ ଗଣ୍ୟ। ବିଲ, ପୋଖରୀ, ନଈରେ ଯେଉଁ ଗେଣ୍ଡା — (Snail)ଦେଖା ଯାଆନ୍ତି ଓ ଯେଉଁ କଉଡ଼ି ଆମ୍ଭେମାନେ ବ୍ଯବହାର କରୁଁ, ଶଙ୍ଖମାନେ ସେହି ଶ୍ରେଣୀର ସାମୁଦ୍ରିକ ଜୀବ; କିନ୍ତୁ ଏମାନଙ୍କ ଅସ୍ଥି ମୋଟା ଇଂରାଜୀଭାଷାରେ ଓ ନାନାଜାତୀୟ ନାନା— ବର୍ଣ୍ଣର ଶଙ୍ଖ ନାମ ଅଛି ଯଥା
- ସଂ. ବି (ଶମ୍ ଧାତୁ=ଶାନ୍ତ କରିବା+କର୍ତ୍ତୃ. ଖ; ଯେ ଆପଣାର ମଧୁର ଶବ୍ଦ ଦ୍ୱାରା ଜଗତକୁ ଶାନ୍ତ କରେ) — —ଗୋମୁଖୀ ଶଙ୍ଖ — Queen counch, Pujrula-ଏକପ୍ରକାର ଶଙ୍ଖMusic shell—ଯେଉଁ ଶଙ୍ଖର ମୁଣ୍ଡିରେ ଛିଦ୍ର କରି ଲୋକେ ବଜାନ୍ତିHarp shell—ପିଠିରେ ଲମ୍ବ ଲମ୍ବ ଡେରା ଥିବା ଚିତ୍ରିତ ଶଙ୍ଖDrill shell—ଫୋଡ଼ ଥିବା ଶଙ୍ଖScalaria—କାତିବିଶିଷ୍ଟ ଶଙ୍ଖEarsnail—ଛୋଟ ଓ ଚିତ୍ରିତ ଶଙ୍ଖNassa—ଛୋଟ ଓ ରେଖାଙ୍କିତ ଶଙ୍ଖMargimellia—ଛୋଟ, ମସୃଣ ଓ ନାଲିଡୋରିଯୁକ୍ତ ଶଙ୍ଖCone—ବଡ଼ ଓ ଛିଟପକା ଶଙ୍ଖMitershell—ଖୁବ୍ ଲମ୍ବ ଗୋଜିଆ ଓ ଛିଟପକା ଶଙ୍ଖOliva—ମାଟିଆ ହଳଦିଆ ଓ ଅତି ସୁନ୍ଦରରୂପେ ଚିତ୍ର ବିଚିତ୍ରିତ ଶଙ୍ଖNautilus—ଗୋଲ ଚଟକା ଓ ଆବର୍ତ୍ତମୟ ଶଙ୍ଖUnicorn shell—ଏକଶିଙ୍ଗା ଶଙ୍ଖUnivalve shell—ଏକପାଖୁଡ଼ିଆ ଶଙ୍ଖTulip shell—ବହୁପାଖୁଡ଼ାବିଶିଷ୍ଟ ଶଙ୍ଖTriton shell—ବଡ଼ ଶଙ୍ଖTurritella—ଲମ୍ବ ଗୋଜିଆ ଶଙ୍ଖTurbenella—ଯେଉଁ ଶଙ୍ଖର ମୁହଁ ଗୋଜିଆ]
- ସଂ. ବି (ଶମ୍ ଧାତୁ=ଶାନ୍ତ କରିବା+କର୍ତ୍ତୃ. ଖ; ଯେ ଆପଣାର ମଧୁର ଶବ୍ଦ ଦ୍ୱାରା ଜଗତକୁ ଶାନ୍ତ କରେ) — ଲଲାଟାସ୍ଥି; ମୁଣ୍ଡର ଖପୁରିର ସମ୍ମୁଖାଂଶ — The bone of the forehead; the temporal or frontal bone
- ସଂ. ବି (ଶମ୍ ଧାତୁ=ଶାନ୍ତ କରିବା+କର୍ତ୍ତୃ. ଖ; ଯେ ଆପଣାର ମଧୁର ଶବ୍ଦ ଦ୍ୱାରା ଜଗତକୁ ଶାନ୍ତ କରେ) — (ଉ—ଶଙ୍ଖ ଶୋଣିତେ ତର୍ପଣ କଲା ପିତେ—ପ୍ରାଚୀ. ରସବାରିଧି)
- ସଂ. ବି (ଶମ୍ ଧାତୁ=ଶାନ୍ତ କରିବା+କର୍ତ୍ତୃ. ଖ; ଯେ ଆପଣାର ମଧୁର ଶବ୍ଦ ଦ୍ୱାରା ଜଗତକୁ ଶାନ୍ତ କରେ) — ସ୍ତ୍ରୀମାନଙ୍କର ଶଙ୍ଖନିର୍ମିତ କରବଳୟ; ଶଙ୍ଖା — Conch shell bracelets
- ସଂ. ବି (ଶମ୍ ଧାତୁ=ଶାନ୍ତ କରିବା+କର୍ତ୍ତୃ. ଖ; ଯେ ଆପଣାର ମଧୁର ଶବ୍ଦ ଦ୍ୱାରା ଜଗତକୁ ଶାନ୍ତ କରେ) — ଗଳଦେଶ; ବେକର ସମ୍ମୁଖଦିଗର ନଳି; ଶଙ୍ଖି — The gullet; throat
- ସଂ. ବି (ଶମ୍ ଧାତୁ=ଶାନ୍ତ କରିବା+କର୍ତ୍ତୃ. ଖ; ଯେ ଆପଣାର ମଧୁର ଶବ୍ଦ ଦ୍ୱାରା ଜଗତକୁ ଶାନ୍ତ କରେ) — କୁବେରଙ୍କର ନିଧିବିଶେଷ — Name of one of the gems of Kubera
- ସଂ. ବି (ଶମ୍ ଧାତୁ=ଶାନ୍ତ କରିବା+କର୍ତ୍ତୃ. ଖ; ଯେ ଆପଣାର ମଧୁର ଶବ୍ଦ ଦ୍ୱାରା ଜଗତକୁ ଶାନ୍ତ କରେ) — ଲକ୍ଷ କୋଟି ସଂଖ୍ୟା-(ଏକ ସଂଖ୍ୟାର ଡାହାଣରେ ୧୨ଟି ଶୂନ୍ୟ ଦେଲେ ଏହି ସଂଖ୍ୟା ହୁଏ) — Ten thousand millions; a billion
- ସଂ. ବି (ଶମ୍ ଧାତୁ=ଶାନ୍ତ କରିବା+କର୍ତ୍ତୃ. ଖ; ଯେ ଆପଣାର ମଧୁର ଶବ୍ଦ ଦ୍ୱାରା ଜଗତକୁ ଶାନ୍ତ କରେ) — (ଉ—ବଳ କେତେ ବୋଲ ଯେତେ ଶଙ୍ଖ ସେହି, ବାରିରାଶିରେ ଜନିତ ତେତେ ଶଙ୍ଖ ନାହିଁ— ଭଞ୍ଜ. ବୈଦେହୀଶବିଳାସ)
- ସଂ. ବି (ଶମ୍ ଧାତୁ=ଶାନ୍ତ କରିବା+କର୍ତ୍ତୃ. ଖ; ଯେ ଆପଣାର ମଧୁର ଶବ୍ଦ ଦ୍ୱାରା ଜଗତକୁ ଶାନ୍ତ କରେ) — [ଦ୍ର—ସଂଖ୍ୟା ଗଣନ ସମ୍ବନ୍ଧରେ ବ୍ରହ୍ମାଣ୍ଡପୁରାଣୋକ୍ତ ନିମ୍ନଲିଖିତ ଶ୍ଳୋକଟି ସହାୟକ— ଏକଂଦଶଂ ଶତଞ୍ଚୈବ ସହସ୍ରମୟୁତଂ ତଥା ଲକ୍ଷଂ ଚ ନିୟୁତଞ୍ଚୈବ କୋଟିରର୍ବୁଦମେବ ଚ ବୃନ୍ଦଃଖର୍ବୋନିଖର୍ବଶ୍ଚ ଶଙ୍ଖପଦ୍ମୌ ଚ ସାଗରଃ ଅନ୍ତ୍ୟଂମଧ୍ୟ ପରାର୍ଦ୍ଧଂ ଚ ଦଶବୃଦ୍ଧ୍ୟାଯଥାକ୍ରମଂ—ବିଶ୍ୱକୋଷ]