ଶକ୍ତି Ṡakti
- ସଂ. ବି—(ଶକ୍ ଧାତୁ=ପାରିବା, ସମର୍ଥ ହେବା+ଭାବ ତି) — କ୍ଷମତା; ଅଧିକାର — Power; control
- ସଂ. ବି—(ଶକ୍ ଧାତୁ=ପାରିବା, ସମର୍ଥ ହେବା+ଭାବ ତି) — ତତ୍ତ୍ୱ (14) (ଦେଖ) — ତତ୍ତ୍ୱ(14)(ଦେଖ)—. Tattwa (14) (See)
- ସଂ. ବି—(ଶକ୍ ଧାତୁ=ପାରିବା, ସମର୍ଥ ହେବା+ଭାବ ତି) — ସାମର୍ଥ୍ୟ; ପାରିବା ପଣ — Ability; energy; efficiency
- ସଂ. ବି—(ଶକ୍ ଧାତୁ=ପାରିବା, ସମର୍ଥ ହେବା+ଭାବ ତି) — ପରାକ୍ରମ; ବଳ — Strength; potency; might; force
- ସଂ. ବି—(ଶକ୍ ଧାତୁ=ପାରିବା, ସମର୍ଥ ହେବା+ଭାବ ତି) — ଶାରୀରିକ ବଳ। — Phy— sical strength
- ସଂ. ବି—(ଶକ୍ ଧାତୁ=ପାରିବା, ସମର୍ଥ ହେବା+ଭାବ ତି) — ରାଜଶକ୍ତି; ରାଜାଙ୍କର ଯେଉଁ ପରାକ୍ରମ ବଳରେ ସେ ଶତ୍ରୁଙ୍କୁ ଜୟ କରନ୍ତି। 6. — Majesty; kingly power derived from energy, good counsel and courage
- ସଂ. ବି—(ଶକ୍ ଧାତୁ=ପାରିବା, ସମର୍ଥ ହେବା+ଭାବ ତି) — [ଦ୍ର—ପ୍ରଭୁଶକ୍ତି ବା ପ୍ରଭାବଜ ଶକ୍ତି; ମନ୍ତ୍ର ଶକ୍ତି ବା ମନ୍ତ୍ରଜ ଶକ୍ତି ଓ ଉତ୍ସାହ ଶକ୍ତି ବା ଉତ୍ସାହଜ ଶକ୍ତି ଭେଦରେ ରାଜଶକ୍ତି ତିନି ପ୍ରକାର; କୋଷ ଓ ଦଣ୍ଡ ସମ୍ବନ୍ଧୀୟ ଶକ୍ତି ପ୍ରଭୃ ଶକ୍ତି; ସନ୍ଧି ଓ ବିଗ୍ରହାଦି ସମ୍ବନ୍ଧୀୟ ଶକ୍ତି ମନ୍ତ୍ର ଶକ୍ତି; ପରାକ୍ରମ ପ୍ରକଟିତ କରିବା ଓ ବିଜୟ ଲାଭ କରିବା ଶକ୍ତି ଉତ୍ସାହ ଶକ୍ତି ଅଟେ।]
- ସଂ. ବି—(ଶକ୍ ଧାତୁ=ପାରିବା, ସମର୍ଥ ହେବା+ଭାବ ତି) — ବଡ଼ ଓ ପରାକ୍ରମୀ ରାଜ୍ୟ; ଯେଉଁ ରାଜ୍ୟର ଖୁବ୍ ଧନ ବଳ ଓ ସେନା ବଳଅଛ (ହି. ଶ.) 7. — Power; powerful state
- ସଂ. ବି—(ଶକ୍ ଧାତୁ=ପାରିବା, ସମର୍ଥ ହେବା+ଭାବ ତି) — ଲୌହ ନିର୍ମିତ ମୁନିଆ ଅସ୍ତ୍ର ବିଶେଷ — A pointed iron weapon
- ସଂ. ବି—(ଶକ୍ ଧାତୁ=ପାରିବା, ସମର୍ଥ ହେବା+ଭାବ ତି) — [ଦ୍ର—ଶକ୍ତି ପ୍ରାଚୀନ ଭାରତରେ ପ୍ରଚଳିତ ଯୁଦ୍ଧାସ୍ତ୍ର— ବିଶେଷ। ଏହା ଦୁଇ ହାତରୁ ଅଧିକ ଲମ୍ବ ନୁହେଁ। ଦେଖିବାକୁ ଏହା ସିଂହାମୁଖାକୃତି, ତୀକ୍ଷ୍ଣନଖର ଓ ଜିହ୍ୱା— ବିଶିଷ୍ଟ। ମୁଠାଇ କରି ଧରିବାପାଇଁ ଏହାର ବଡ଼ ବେଣ୍ଟ ଥାଏ। ଏଥିରେ ଘଣ୍ଟି ମଧ୍ୟ ଲାଗିଥାଏ। ଏହାକୁ ବୁଲାଇଲା— ବେଳେ ଘଣ୍ଟି ବାଜେ। ଦୁଇ ହାତରେ ଏହାକୁ ବୁଲାଇ ଶତ୍ରୁ ଉପରକୁ ଫୋପାଡ଼ିବାକୁ ହୁଏ। ସେତେବେଳେ ଏହା ତିର୍ଯ୍ଯକ୍ ଭାବରେ ଗତି କରେ। ଇନ୍ଦ୍ରଜିତର ଏହି ଶକ୍ତି ଦ୍ୱାରା ବିଦ୍ଧ ହୋଇ ଲକ୍ଷ୍ମଣ ରଣଭୂମିରେ ମୂର୍ଚ୍ଛିତ ହୋଇ ପଡ଼ିଥିଲେ।]
- ସଂ. ବି—(ଶକ୍ ଧାତୁ=ପାରିବା, ସମର୍ଥ ହେବା+ଭାବ ତି) — ଲୌହର ଶାବଳ — A crow- bar of iron
- ସଂ. ବି—(ଶକ୍ ଧାତୁ=ପାରିବା, ସମର୍ଥ ହେବା+ଭାବ ତି) — (ନ୍ଯାୟ) ଚେଷ୍ଟାର ହେତୁଭୂତଧର୍ମ; କାର୍ଯ୍ୟୋତ୍ପାଦନଯୁକ୍ତ ଧର୍ମ — (Hindu philosophy) Energy which results in action