ଲୋଡ଼ିବା Loṟḍ̠iba
- ଦେ. କ୍ରି (ସର୍ବନାମ, ସଂ. ଲୁଡ଼୍ ଧାତୁ) — (କୌଣସି ପଦାର୍ଥ) ଖୋଜିବା — To search after
- ଦେ. କ୍ରି (ସର୍ବନାମ, ସଂ. ଲୁଡ଼୍ ଧାତୁ) — [ଉ—କିଶୋରି ! ଲୋ଼ଡ଼ିଲେ ଆଉ କେ ଦେବ । କବିସୂର୍ଯ୍ୟ, ସଙ୍ଗୀତ।]
- ଦେ. କ୍ରି (ସର୍ବନାମ, ସଂ. ଲୁଡ଼୍ ଧାତୁ) — ଦରକାର କରିବା — To want; to require
- ଦେ. କ୍ରି (ସର୍ବନାମ, ସଂ. ଲୁଡ଼୍ ଧାତୁ) — [ଉ—ମାର ସୁମରି ମାରି, ନ ପୁଣ କଞ୍ଜାରି ଜାରି ଲୋଡ଼ଇ ଏହା ସୁମରି ମରି। ଭଞ୍ଜ, ପ୍ରେମସୁଧାନିଧି]
- ଦେ. କ୍ରି (ସର୍ବନାମ, ସଂ. ଲୁଡ଼୍ ଧାତୁ) — ବାଞ୍ଛା କରିବା — To wish for
- ଦେ. କ୍ରି (ସର୍ବନାମ, ସଂ. ଲୁଡ଼୍ ଧାତୁ) — କୌଣସି ବିଷୟ ପ୍ରତି ଲାଳାୟିତ ହେବା — To hanker after something; to long for
- ଦେ. କ୍ରି (ସର୍ବନାମ, ସଂ. ଲୁଡ଼୍ ଧାତୁ) — [ଉ—ଲୋଡ଼ି ଶ୍ୟାମ ପ୍ରୀତିକି ଘଟଣ ଯୁବତୀ କି କେ କହୁନାହିଁ ଧରି ଦଶନେ ଘାସ। କବିସୂର୍ଯ୍ୟ, ସଙ୍ଗୀତ।]
- ଦେ. କ୍ରି (ସର୍ବନାମ, ସଂ. ଲୁଡ଼୍ ଧାତୁ) — ବିବାହାଦି ଉତ୍ସବରେ ବନ୍ଧୁଙ୍କୁ ନିମନ୍ତ୍ରଣ କରିବା — To invite relatives on special festivals
- ଦେ. କ୍ରି (ସର୍ବନାମ, ସଂ. ଲୁଡ଼୍ ଧାତୁ) — (ପାନବରଜିଆଙ୍କ ଭାଷା) ପାନ ଲତାରୁ ପାନ ତୋଳିବା — To pluck betel leaves from creepers
- ପ୍ରାଦେ. (ଗଞ୍ଜାମ) — ଅନୁରୋଧ କରିବା — To request
- ପ୍ରାଦେ. (ଗଞ୍ଜାମ) — ଡାକିବା — To call
- ପ୍ରାଦେ. (ଗଞ୍ଜାମ) — [ଉ—ଦୁଆରୀ ସେକ୍ଷଣି କହିଲା ବିଦୁରଙ୍କୁ, ଲୋଡ଼ୁଛନ୍ତି ରଜା ତୁମ୍ଭଙ୍କୁ ଦେଖିବାକୁ—କୃଷ୍ଣସିଂହ. ମହାଭାରତ. ସଭା।]