ଲୋଡ଼ା Loṟḍ̠ā

  • ଦେ. ବି.— (ସଂ. ଲୋଡ଼୍ ଧାତୁ=ଉନ୍ମତ୍ତ ହେବା; ଅଥବା ସଂ. ଲୁଡ଼୍ ଧାତୁ= ମନ୍ଥନ କରିବା; କୌଣସି ସ୍ଥାନରେ ଯେଉଁ ପଦାର୍ଥକୁ ମନୁଷ୍ୟ ଖୋଜୁଥାଏ ସେଥିପାଇଁ ସେ ଉକ୍ତ ସ୍ଥାନକୁ ଦରାଣ୍ଡି ମନ୍ଥି ପକାଏ।) — ପ୍ରୟୋଜନ — Necessity
  • ଦେ. ବି.— (ସଂ. ଲୋଡ଼୍ ଧାତୁ=ଉନ୍ମତ୍ତ ହେବା; ଅଥବା ସଂ. ଲୁଡ଼୍ ଧାତୁ= ମନ୍ଥନ କରିବା; କୌଣସି ସ୍ଥାନରେ ଯେଉଁ ପଦାର୍ଥକୁ ମନୁଷ୍ୟ ଖୋଜୁଥାଏ ସେଥିପାଇଁ ସେ ଉକ୍ତ ସ୍ଥାନକୁ ଦରାଣ୍ଡି ମନ୍ଥି ପକାଏ।) — [ଉ-ପରାଣ ଛାର କି ଲୋଡ଼ା ରେ ସଙ୍ଗାତ। କବିସୂର୍ଯ୍ୟ. ସଙ୍ଗୀତ।]
  • ଦେ. ବି.— (ସଂ. ଲୋଡ଼୍ ଧାତୁ=ଉନ୍ମତ୍ତ ହେବା; ଅଥବା ସଂ. ଲୁଡ଼୍ ଧାତୁ= ମନ୍ଥନ କରିବା; କୌଣସି ସ୍ଥାନରେ ଯେଉଁ ପଦାର୍ଥକୁ ମନୁଷ୍ୟ ଖୋଜୁଥାଏ ସେଥିପାଇଁ ସେ ଉକ୍ତ ସ୍ଥାନକୁ ଦରାଣ୍ଡି ମନ୍ଥି ପକାଏ।) — ଅନ୍ୱେଷଣ କରିବା; ଖୋଜିବା; ଧୁଣ୍ଡିବା — Searching for a thing; search
  • ଦେ. ବି.— (ସଂ. ଲୋଡ଼୍ ଧାତୁ=ଉନ୍ମତ୍ତ ହେବା; ଅଥବା ସଂ. ଲୁଡ଼୍ ଧାତୁ= ମନ୍ଥନ କରିବା; କୌଣସି ସ୍ଥାନରେ ଯେଉଁ ପଦାର୍ଥକୁ ମନୁଷ୍ୟ ଖୋଜୁଥାଏ ସେଥିପାଇଁ ସେ ଉକ୍ତ ସ୍ଥାନକୁ ଦରାଣ୍ଡି ମନ୍ଥି ପକାଏ।) — ବନ୍ଧୁ ଆଦିଙ୍କ ବିବାହ ଉତ୍ସବରେ ନିମନ୍ତ୍ରଣ — Invitation of relatives to a festival
  • ଦେ. ବି.— (ସଂ. ଲୋଡ଼୍ ଧାତୁ=ଉନ୍ମତ୍ତ ହେବା; ଅଥବା ସଂ. ଲୁଡ଼୍ ଧାତୁ= ମନ୍ଥନ କରିବା; କୌଣସି ସ୍ଥାନରେ ଯେଉଁ ପଦାର୍ଥକୁ ମନୁଷ୍ୟ ଖୋଜୁଥାଏ ସେଥିପାଇଁ ସେ ଉକ୍ତ ସ୍ଥାନକୁ ଦରାଣ୍ଡି ମନ୍ଥି ପକାଏ।) — (ପାନବରଜିଆ ଭାଷା) ନୋଡ଼ା; ଲତାରୁ ପାନ ଛିଣ୍ଡାଇବା ବା ତୋଳିବା — (Technical term of betel-growers) Plucking of betel leaves from the creepers
  • ବିଣ — ବିବାହାଦିକୁ ନିମନ୍ତ୍ରିତ — 1. Invited to a festival
  • ବିଣ — ପ୍ରୟୋଜନୀୟ, ଦରକାରୀ — Necessary
  • ବିଣ — [ଉ—ବନ୍ଧୁ ! ଅଛି କି ଲୋଡ଼ା, ନୂଆ ନିଆଳୀ ନିର୍ମତ ଚୂଡ଼ା। କବିସୂର୍ଯ୍ୟ. ସଙ୍ଗୀତ।]
  • ବିଣ — ଖୋଜା; ଯେଉଁ ଦ୍ରବ୍ୟକୁ ମନୁଷ୍ୟ ଖୋଜୁଥାଏ; ଅନ୍ୱେଷିତ — Searched after
  • ବିଣ — [ଉ—ପୁଷ୍ପବତୀ ତୀର୍ଥରେ ଯେ ସ୍ନାନ କରିଅଛି, ତାହାର କେଉଁ ପୁଣ୍ଯ ଆଉ ଲୋଡ଼ା ଅଛି? କୃଷ୍ଣସିଂହ. ମହାଭାରତ. ବନ।]
  • ବିଣ — ବାଞ୍ଛିତ; ଇପ୍ସିତ — Wished for