ଲୋଦି Lodi

  • ଦେ. ବି — ପ୍ରାଚୀନ ଭାରତବର୍ଷର ଏ ମୁସଲମାନ୍ ରାଜବଂଶର ନାମ — Name of a Mahomedan dynasty of kings of ancient India
  • ଦେ. ବି — [ଦ୍ର—ଏ ରାଜବଂଶର ପ୍ରତିଷ୍ଠାତା ବହ୍ଲୁଲ୍ ଲୋଦୀ ଖ୍ରୀ 1450 ରୁ 1488 ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ। ସୈୟଦ୍ ରାଜବଂଶର ଶେଷ ସମ୍ରାଟ ଆଲାଉଦ୍ଦିନ୍ ଏହାଙ୍କୁ ନିଜର ରାଜ୍ୟାଧିକାର ଅର୍ପଣ କଲେ। ଏ ପୂର୍ବେ ସର୍ହିନ୍ଦ୍ ପ୍ରଦେଶର ଶାସନକର୍ତ୍ତା ଥିଲେ। ଏହାଙ୍କ ପୁତ୍ର ନିଜାମ୍ ସେକନ୍ଦର୍ସାହା ନାମ ଧାରଣ କରି ଏହାଙ୍କ ପରେ 1488 ଠାରୁ 1517 ପର୍ଯ୍ୟନ୍ତ ରାଜା ହେଲେ। ଏ ବଙ୍ଗର ରାଜାମାନଙ୍କଠାରୁ ବିହାର ଜୟ କଲେ ଓ ଦିଲ୍ଲୀଠାରୁ ଆଗ୍ରାକୁ ରାଜଧାନୀ ଉଠାଇ ନେଲେ। ଏ ହିନ୍ଦୁ ବିଦ୍ୱେଷୀ ଥିଲେ। ଏହାଙ୍କ ପରେ ଏହାଙ୍କ ପୁତ୍ର ଇବ୍ରାହିମ୍ଲୋଦୀ ରାଜା ହେଲେ। ଏହାଙ୍କ ଗର୍ବ ଓ ନିଷ୍ଠୁରତା ଯୋଗୁଁ ଚିତୋରର ରାଣା ସଂଗ୍ରାମସିଂହ ଓ ପଞ୍ଜାବର ଶାସନକର୍ତ୍ତା ଦୌଲତ୍ଖାଁ ଲୋଦୀ ବିଦ୍ରୋହୀ ହେଲେ ଓ ଦୌଲତ୍ଖାଁଙ୍କ ନିମନ୍ତ୍ରଣ ଅନୁସାରେ କାବୁଲର ସୁଲତାନ ବାବର ଭାରତ ଆକ୍ରମଣ କଲେ ଓ 1526 ରେ ପ୍ରଥମ ପାଣିପଥ ଯୁଦ୍ଧରେ ଇବ୍ରାହିମ୍ ଲୋଦୀଙ୍କୁ ପରାସ୍ତ କରି ଭାରତରେ ମୋଗଲ ସାମ୍ରାଜ୍ୟ ସ୍ଥାପନ କଲେ। ଏହି ଲୋଦୀ ବଂଶୀୟ ରାଜାମାନଙ୍କ ଅମଳରେ ଚୈତନ୍ୟ ଦେବ (1486— 1527) ଙ୍କ ଆବିର୍ଭାବ ହୋଇଥିଲା। ପ୍ରୋଥେରୋ ସାହେବଙ୍କ ସ୍କୁଲପାଠ୍ୟ ଇଂରାଜି ଭାରତ ଇତିହାସ।] — [ଦ୍ର—ଏ ରାଜବଂଶର ପ୍ରତିଷ୍ଠାତା ବହ୍ଲୁଲ୍ ଲୋଦୀ ଖ୍ରୀ1450ରୁ1488ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ ସୈୟଦ୍ ରାଜବଂଶର ଶେଷ ସମ୍ରାଟ ଆଲାଉଦ୍ଦିନ୍ ଏହାଙ୍କୁ ନିଜର ରାଜ୍ୟାଧିକାର ଅର୍ପଣ କଲେ ଏ ପୂର୍ବେ ସର୍ହିନ୍ଦ୍ ପ୍ରଦେଶର ଶାସନକର୍ତ୍ତା ଥିଲେ ଏହାଙ୍କ ପୁତ୍ର ନିଜାମ୍ ସେକନ୍ଦର୍ସାହା ନାମ ଧାରଣ କରି ଏହାଙ୍କ ପରେ1488ଠାରୁ1517ପର୍ଯ୍ୟନ୍ତ ରାଜା ହେଲେ ଏ ବଙ୍ଗର ରାଜାମାନଙ୍କଠାରୁ ବିହାର ଜୟ କଲେ ଓ ଦିଲ୍ଲୀଠାରୁ ଆଗ୍ରାକୁ ରାଜଧାନୀ ଉଠାଇ ନେଲେ ଏ ହିନ୍ଦୁ ବିଦ୍ୱେଷୀ ଥିଲେ ଏହାଙ୍କ ପରେ ଏହାଙ୍କ ପୁତ୍ର ଇବ୍ରାହିମ୍ଲୋଦୀ ରାଜା ହେଲେ ଏହାଙ୍କ ଗର୍ବ ଓ ନିଷ୍ଠୁରତା ଯୋଗୁଁ ଚିତୋରର ରାଣା ସଂଗ୍ରାମସିଂହ ଓ ପଞ୍ଜାବର ଶାସନକର୍ତ୍ତା ଦୌଲତ୍ଖାଁ ଲୋଦୀ ବିଦ୍ରୋହୀ ହେଲେ ଓ ଦୌଲତ୍ଖାଁଙ୍କ ନିମନ୍ତ୍ରଣ ଅନୁସାରେ କାବୁଲର ସୁଲତାନ ବାବର ଭାରତ ଆକ୍ରମଣ କଲେ ଓ1526ରେ ପ୍ରଥମ ପାଣିପଥ ଯୁଦ୍ଧରେ ଇବ୍ରାହିମ୍ ଲୋଦୀଙ୍କୁ ପରାସ୍ତ କରି ଭାରତରେ ମୋଗଲ ସାମ୍ରାଜ୍ୟ ସ୍ଥାପନ କଲେ ଏହି ଲୋଦୀ ବଂଶୀୟ ରାଜାମାନଙ୍କ ଅମଳରେ ଚୈତନ୍ୟ ଦେବ(1486— 1527)ଙ୍କ ଆବିର୍ଭାବ ହୋଇଥିଲା ପ୍ରୋଥେରୋ ସାହେବଙ୍କ ସ୍କୁଲପାଠ୍ୟ ଇଂରାଜି ଭାରତ ଇତିହାସ]