ଲୁଣ Luṇa
- ଦେ. ବି—(ସଂ. ଲବଣ; ପ୍ରା. ଲୋଣ) — ଲବଣ; ଖଣି ଓ ସମୁଦ୍ରରୁ ଜାତ କ୍ଷାର ରସଯୁକ୍ତ ଦ୍ରବ୍ୟ — Salt
- ଦେ. ବି—(ସଂ. ଲବଣ; ପ୍ରା. ଲୋଣ) — [ଦ୍ର—ଲୁଣର ପ୍ରଧାନ ଉତ୍ପତ୍ତି ସ୍ଥାନ ସମୁଦ୍ର; ଏହା ମଧ୍ୟ ଖଣିରୁ ମିଳେ ଓ ରାଜପୁତାନାର ସମ୍ବର ଆଦି କେତେକ ହ୍ରଦରୁ ମିଳେ। କେତେକ ଉଦ୍ଭିଦର ପାଉଁଶରୁ ମଧ୍ୟ ଲୁଣ ବାହାରେ ଓ କେତେକ ସ୍ଥଳରେ ମାଟି ଉପରେ ଲୁଣର ସ୍ତର ପଡ଼ିଥାଏ। ଲୁଣ ଅତି ସହଜରେ ଜଳସଙ୍ଗେ ମିଳାଇ ଯାଏ ଏବଂ ବାୟୁରୁ ଜଳ ଗ୍ରହଣ କରିବାର ଶକ୍ତି ଲୁଣର ଅଛି; ଏଥିପାଇଁ ଲୁଣ ସମ୍ବନ୍ଧେ ନାଆଁଦିଆ (ପ୍ରହେଳିକା) ଅଛି। "ଟିକି ଚଢ଼େଇ। ଟିକକ ପାଣିରେ ବୁଡ଼ି ମରଇ"। କାନ୍ଥ ଆଦିରେ ଲୁଣ ପାଣି ବା ଲୁଣି ହାଉଆ ଲାଗିଲେ ସେ କାନ୍ଥରୁ ମାଟି ଓ ଚୂନ ଆଦି ଝୁର୍ଝୁର୍ ହୋଇ ଝଡ଼ିପଡ଼େ। ଲୁଣ ଅନେକ ପ୍ରକାର ଅଛି ଯଥା—କରକଚ ଲୁଣ, ପଙ୍ଗା ଲୁଣ, ବିଟ ଲୁଣ, ସଇନ୍ଧବ ଲୁଣ, ଫୁଲା ଲୁଣ; ଶାମ୍ବରୀ ଲୁଣ, ସଚ ବା ସଚଳ ଲୁଣ ଓ ଖାଡ଼ି(ରି) ଲୁଣ।]