ଲା Lā
- ଦେ. — (ବି) ଲାହା (ଦେଖ) — Lāhā (See)
- ଦେ. — କ୍ରିୟାର ଅତୀତକାଳରେ ଅନାଦରାର୍ଥକ ତୃତୀୟ ପୁରୁଷ ଏକବଚନରେ ଲାଗିବା ପ୍ରତ୍ୟୟ (ଯଥା—ଗଲା, କଲା, ଖାଇଲା ଇତ୍ୟାଦି।) — Letter or inflection added to a verb in 3rd person, singular number, past tense
- ଦେ. — (ବି) (କଚିରିଆ)— 'ଲାଖରାଜ' ଶବ୍ଦର ସାଙ୍କେତିକ — The abbreviation for Lākharāja
- ଦେ. — (ଯଥା—ଲା—ବାହେଲ, ଲା—ବାଜ୍ୟାପ୍ତି, ଲା—ମଉଜା, ଲା—ଦାର, ଲା—ଦେବୋତ୍ତର, ଲା—ବ୍ରହ୍ମୋତ୍ତର ଇତ୍ୟାଦି।)
- ବିଣ (କ୍ରିୟା ସଙ୍ଗେ ଯୁକ୍ତ ହୋଇ) ଯାହା ସମ୍ବନ୍ଧେ କୌଣସି କ୍ରିୟା କରାଯାଇଅଛି — In respect of which any verb has been applied
- ବିଣ (କ୍ରିୟା ସଙ୍ଗେ ଯୁକ୍ତ ହୋଇ) (ଯଥା—ଗଲା କଥା, ଶୋଇଲା ଘର, ଖାଇଲା କଂସା, ମଲାମନୁଷ୍ୟ ଇତ୍ୟାଦି।)
- ପ୍ରାଦେ (ଗଞ୍ଜାମ) ବୈଦେ. ବି (ଇଂ.) — ଆଇନ୍ — Law
- ପ୍ରାଦେ (ଉତ୍ତର ବାଲେଶ୍ୱର) ବି (ସଂ. ଲତା) — ଲଇ — Creeper used as string
- ପ୍ରାଦେ (ଲରିଆ) — କର୍ମକାରକ ବା ଦ୍ୱିତୀୟା ବିଭକ୍ତିର ପ୍ରତ୍ୟୟ- କୁ — The inflexion or suffix added to a noun to denote the accusative case
- ପ୍ରାଦେ (ଲରିଆ) — (ଯଥା—ଏ ବାଡ଼ିଲା [ବାଡ଼ିକୁ] ତୁଟାଏଲ୍ [ଭାଙ୍ଗିବାକୁ] ଶକ୍ବେ [ସମର୍ଥ ହେବୁ]?)
- ବୈଦେ. ଉପପଦ (ଫା) — ଶୂନ୍ଯ; ହୀନ — A Persian prefix denoting not, want of, without
- ବୈଦେ. ଉପପଦ (ଫା) — (ଯଥା—ଲା+ଖିରାଜ୍=ଲାଖିରାଜ୍=କରଶୂନ୍ଯ; ଲା+ ୱାରିସ୍=ଲାୱାରିସ୍=ଉତ୍ତରାଧିକାରୀ ହୀନ।)