ଲାହା Lāhā
- ଦେ. ବି — (ସଂ. ଲାକ୍ଷା) ଲାକ୍ଷା; ଲାଖ; ଜତୁ — Shell. lac
- ଦେ. ବି — ଲାସା (ଦେଖ) — Lāsā (See)
- ଦେ. ବି — [ଉ—ନିଃଶେଷ କଲାଟି ଦେହଲାହା କବିସୂର୍ଯ୍ୟ, କିଶୋରୀଚନ୍ଦ୍ରାନନ୍ଦ ଚମ୍ପୂ ଞ.ଗୀତ।]
- ଦେ. ବି — (ସଂ. ଲାକ୍ଷାକାର) ବଙ୍ଗୀୟ ଶୂଦ୍ର ଜାତିର ବଂଶୋପାଧି ବିଶେଷ — A family title of sūdras in Bengal
- ଦେ. ବି — ଦେହର ବଳ — Bodily strength
- ପ୍ରାଦେ. (କଟକ ସହର) ବି. — ନାବ; ନୌକା — A boat
- ପ୍ରାଦେ. (କଟକ ସହର) ବି. — [ଉ—ଲାହା ଫାହା ସବୁ ମିଳିବ ତ?—ଭିକାରୀଚରଣ. କଟକ ବିଜୟ।]
- ବୈଦେ. ପ୍ରାଦେ. (ଗଞ୍ଜାମ) ବି. (ଇଂ. ଲ) — ନିୟମ; ଆଇନ୍; ଲ — Law